ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ୨’ର ରିଲିଜକୁ ବାକି ଅଛି ୨୦୦ଦିନ, ସାମ୍ନାକୁ ଆସିଲା ନୂଆ ପୋଷ୍ଟର

ନୂଆଦିଲ୍ଲୀ,୨୯/୧ :  ଅଲ୍ଲୁ ଅର୍ଜୁନଙ୍କ ସହ ଫ୍ୟାନ୍ସମାନେ ତାଙ୍କ ଫିଲ୍ମ ପୁଷ୍ପାକୁ ବି ବହୁତ ପସନ୍ଦ କରିଥାନ୍ତି । ଏବେ ପୁଷ୍ପା ୨ ଉପରେ କାମ ଚାଲୁ ରହିଛି । ଫିଲ୍ମର ରିଲିଜ ଡେଟ୍ କିଛି ସମୟ ପୂର୍ବରୁ ସାମ୍ନାକୁ ଆସିଥିଲା । ଏବେ ଫିଲ୍ମର ଏକ ନୂଆ ପୋଷ୍ଟର ସେୟାର କରାଯାଇଛି । ପୁଷ୍ପା ୨କୁ ରିଲିଜ ହେବାକୁ ୨୦୦ଦିନ ବାକି ରହିଛି । ଏଭଳି ସ୍ଥଳେ ମେକର୍ସ କାଉଣ୍ଟଡାଉନ ଆରମ୍ଭ କରି ଦେଇଛନ୍ତି । କିଛି ମିନିଟରେ ଫିଲ୍ମର ନୂଆ ପୋଷ୍ଟର ଇଣ୍ଟରନେଟରେ ଛାଇ ଯାଇଛି ।

ଫ୍ୟାନ୍ସଙ୍କ ଉତ୍ସୁକତାକୁ ଦୁଇ ଗୁଣା କରିବାକୁ ମେକର୍ସ ଏକ ନୂଆ ପୋଷ୍ଟର ଆଉଟ କରିଛନ୍ତି । ଏହାସହ ପୋଷ୍ଟରରେ ଲେଖାଯାଇଛି କି, ‘ ପୁଷ୍ପା ରାଜଙ୍କୁ ନିଜ ଶାସନ ଆରମ୍ଭ କରିବା ଲାଗି ୨୦୦ ଦିନ… ଫିଲ୍ମ ୧୫ଅଗଷ୍ଟ ୨୦୨୪ରେ ବିଶ୍ବସାରା ରିଲିଜ ହେଉଛି ’ । ପୁଷ୍ପା ଦ ରାଇଜର ଭଲ ପରଫର୍ମାନ୍ସ ପରେ ଏବେ ପାଳି ପୁଷ୍ପା ୨ ରିଲିଜର । 

ଏହି କଥାର କୌଣସି ଆଶଙ୍କା ନାହିଁ କି ମେକର୍ସ ପୁଷ୍ପା ୨କୁ ୨୦୨୪ର ସବୁଠାରୁ ବଡ଼ ରିଲିଜ କରିବାକୁ ଯାଉଛନ୍ତି । ଫିଲ୍ମ ସହ ଯୋଡ଼ି ହୋଇଥିବା ପ୍ରତିଟି ଛୋଟ –ବଡ଼ ଅପଡେଟକୁ ବାରମ୍ବାର ଫ୍ୟାନ୍ସଙ୍କ ସହ  ସେୟାର କରାଯାଉଛି । କିଛି ଘଣ୍ଟାରେ ଅଲ୍ଲୁ ଏବଂ ରଶ୍ମିକାଙ୍କ ଫିଲ୍ମରେ ଯୋଡ଼ି ହୋଇଥିବା ପୋଷ୍ଟର ଭାଇରାଲ ହେଉଛି ।  ୧୫ଅଗଷ୍ଟ ଦିନ ରିଲିଜ ହେବାକୁ ଥିବା ପୁଷ୍ପା ୨ରେ ଫ୍ୟାନ୍ସଙ୍କୁ କେତେକ ନୂଆ ଟ୍ବିଷ୍ଟ ଏଣ୍ଡ ଟର୍ନସ ଦେଖିବାକୁ ମିଳିବ । 

ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ସହ ପୁଷ୍ପା ୨ରେ ଫହଦ ଫାସିଲ, ପ୍ରକାଶ ରାଜ, ଦୟାନନ୍ଦ ରେଡ୍ଡି, ସୁନୀଲ, ରାଓ ମହେଶ ଏବଂ ଅଜୟ ଘୋଷଙ୍କ ଭଳି ବହୁ ଅଭିନେତା ନଜର ଆସିବାରେ ଅଛନ୍ତି । ପୁଷ୍ପା ୨ ଦେଖିବା ଲାଗି ଆପଣଙ୍କୁ ୧୫ଅଗଷ୍ଟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ । 




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.