ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଅନଲାଇନରେ ଆବେଦନ କରି ପାଇପାରିବେ କଂଗ୍ରେସ ଟିକେଟ

ଭୁବନେଶ୍ବର, ୪/୨ : ନେତୃତ୍ବ ନେବାର ସୁଯୋଗ ଆଣିଲା କଂଗ୍ରେସ । ଲବି ନୁହେଁ ସାଧାରଣ ଲୋକଟିଏ ପାଇବ କଂଗ୍ରେସ ଟିକେଟ। ଦେଶରେ ପ୍ରଥମ ରାଜ୍ୟ ଭାବ୍ୟ ଓଡିଶା ଆଣିଲା ଏହି ପ୍ରୟାସ । ଆଜିଠାରୁ  କଂଗ୍ରେସ ଟିକେଟ୍ ଆଶାୟୀଙ୍କ  ଅନଲାଇନ୍   ମାଧ୍ୟମରେ ଟିକେଟ ପାଇଁ ଆବେଦନ କରିପାରିବେ   । ୧୧ ଫେବ୍ରୁଆରୀ ଯାଏଁ ଆଶାୟୀମାନେ ଅନଲାଇନରେ ଆବେଦନ କରିପାରିବେ । ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ପ୍ରଗମନ୍ ଡଟ୍ ଇନରେ ଆବେଦନ କରି ହେବ । ଉଭୟ ବିଧାନସଭା ଓ ଲୋକସଭା ଟିକେଟ୍ ପାଇଁ ଆବେଦନ କରାଯାଇପାରିବ । ଯୋଗ୍ୟ ପ୍ରାର୍ଥୀଙ୍କ ଚଳିତ ନିର୍ବାଚନରେ ଟିକେଟ୍ ଦେବ କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ଏହି ୱେବ୍ସାଇଟ୍କୁ ଲଂଚ କରିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ।

ନିର୍ବାଚନରେ ଟିକେଟ ବାଣ୍ଟିବା ପାଇଁ କଂଗ୍ରେସର ନୂଆ ଷ୍ଟ୍ରାଟେଜି l ୨୦୨୪ସାଧାରଣ ନିର୍ବାଚନରେ ଟିକେଟ ଆବେଦନ ପାଇଁ ୱେବସାଇଟ ଲଞ୍ଚ କଲା ରାଜ୍ୟ କଂଗ୍ରେସ   l ପ୍ରାଗମନ. ଇନରେ ଯୋଡି ହୋଇ ଆବେଦନ କରିପାରିବେ l ବିଧାନସଭା ଓ ଲୋକସଭାରେ ପ୍ରାର୍ଥୀ ହେବା ପାଇଁ ଆବେଦନ କରିପାରିବେ   l କଂଗ୍ରେସର ଏଭଳି ସ୍ଵଚ୍ଚ ସିଷ୍ଟମରେ କୌଣସି ଲୋକ ବି ଟିକେଟ ପାଇଁ ଆବେଦନ କରି ପାରିବେ l ଫେବୃୟାରୀ ୪ଅର୍ଥାତ ଆଜିଠାରୁ ଫେବୃୟାରୀ ୧୧ମଧ୍ୟରେ ପ୍ରଗମନ ୱେବସାଇଟରେ କଂଗ୍ରେସ ନେତା ଓ ଆଶାୟୀ ଟିକେଟ ପାଇଁ ଆବେଦନ କରିପାରିବେ l ଦିଲ୍ଲୀ, ପିସିସି କିମ୍ବା ପ୍ରଭାରୀଙ୍କ ଲବି କାମ କରିବନି କହିଛନ୍ତି ପ୍ରଭାରୀ ଅଜୟ କୁମାର l 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.