ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆମେ ଆସିବୁ ନାହିଁ, ଡରି ନାହୁଁ... କେଜ୍ରିଓ୍ବାଲ

ନୂଆଦିଲ୍ଲୀ,୪/୨ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବିଜେପି ଉପରେ ଅଭିଯୋଗ ଲଗାଇ କହିଛନ୍ତି କି ତାଙ୍କୁ ବିଜେପିରେ ସାମିଲ ହେବା ଲାଗି ଚାପ ପକାଯାଉଛି । ସେ କହିଛନ୍ତି କି ବିଜେପି ତାଙ୍କୁ ପ୍ରଲୋଭନ ଦେଖାଉଛି କି ଯଦି ସେ ବିଜେପିରେ ସାମିଲ ହେବେ ତ ତାଙ୍କ ବିରୋଧରେ ସବୁ ଅଭଯୋଗ ଫେରସ୍ତ ନିଆଯିବ । ମୋତେ ବିଜେପି ନିଜ ଦଳକୁ ଡାକୁଛି କିନ୍ତୁ ମୁଁ ଯିବି ନାହିଁ । କେଜ୍ରିଓ୍ବାଲ କହିଛନ୍ତି କି, ସେ ବିଜେପିର ଏହି ପ୍ରସ୍ତାବକୁ ମନା କରିଦେଇଛନ୍ତି ଏବଂ ସେ କେବେ ବି ବିଜେପିରେ ସାମିଲ ହେବେ ନାହିଁ । ସେ କୌଣସି ଭୂଲ କାମ କରି ନାହାନ୍ତି ଏବଂ ସେ କୌଣସି ଚାପରେ ନଇଁବେ ନାହିଁ । 

କେଜ୍ରିଓ୍ବାଲ ଏହା ବି କହିଛନ୍ତି ବିଜେପି ତାଙ୍କୁ ଏବଂ ତାଙ୍କ ମନ୍ତ୍ରୀଙ୍କ ବିରୁଦ୍ଧରେ ମିଛ ଅଭିଯୋଗ ଲଗାଉଛି । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟାଙ୍କୁ ମିଥ୍ୟା ଅଭିଯୋଗରେ ଜେଲ୍ ପଠାଇଦିଆଯାଇଛି । ବିଜେପି ଦେଶରେ ଲୋକତନ୍ତ୍ରକୁ ଶେଷ କରିବାକୁ ପ୍ରୟାସ କରୁଛି । ବିଜେପି ବିପକ୍ଷ ଦଳକୁ ଚପାଇବାକୁ ଏବଂ ତାଙ୍କୁ ସ୍ବରକୁ ବନ୍ଦ କରିବା ଲାଗି ପ୍ରୟାସ କରୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.