ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଶେଷ ଲିଗ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟୀ, ବାଂଲାଦେଶକୁ ୮ ଓ୍ବିକେଟରେ ହରାଇଲା

ପୁଣେ: ମହାରାଷ୍ଟ୍ର କ୍ରିକେଟ ଆସୋସିଏନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ବକପର ୪୩ ତମ ମ୍ୟାଚରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ବାଂଲାଦେଶକୁ ୮ ଓ୍ବିକେଟରେ ମାତ ଦେଇଛି ଅଷ୍ଟ୍ରେଲିଆ । ଏହି ଦୁଇ ଟିମ୍‌ ଶେଷ ଲିଗ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି । ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ ପାଇଁ ଆସିଥିବା ବାଂଲାଦେଶ ଟିମ୍‌ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ୩୦୬ ରନ୍‌ ସଂଗ୍ରହ କରିଥିଲା ।

ଆଜିର ମ୍ୟାଚ୍‌ରେ ମିଚେଲ ମାର୍ଶଙ୍କ ଅପରାଜିତ ୧୭୭ ରନ୍‌ ବଳରେ ଅଷ୍ଟ୍ରଲିଆ ବଡ଼ ଲକ୍ଷ୍ୟ ଅତି ସହଜରେ ହାସଲ କରିନେଇଛି । ୧୩୨ ବଲରେ ୧୭ ଚୌକା ଏବଂ ୯ ଛକା ମାରି ସେ ଏହି ରନ କରିଛନ୍ତି । ସେହିଭଳି ଷ୍ଟିଭ ସ୍ମିଥ ମଧ୍ୟ ଅପରାଜିତ ୬୩ ରନ୍‌ କରିଛନ୍ତି । ଡେଭିଡ ଓ୍ବାର୍ଣ୍ଣର ୫୩ ରନ୍‌ କରିଥିବା ବେଳେ ଟ୍ରାଭିସ ହେଡ ୧୦ ରନ୍‌ରେ ପାଭିଲିୟନ୍‌ ଫେରିଥିଲେ ।

ବାଂଲାଦେଶ ଟିମ୍‌ ପକ୍ଷରୁ ତୋହିଦ ହୃଦୟ ସର୍ବାଧିକ ୭୪ ରନ୍‌ କରିଥିଲେ । ସେହିଭଳି ଲିଟନ ଦାସ ଏବଂ ତାନଜିଦ ହାସନ ୩୬ ରନ୍‌ ଲେଖାଏଁ ସ୍କୋର କରିଥିଲେ । କ୍ୟାପ୍ଟେନ ଶାନ୍ତୋ ୪୫ ରନ୍‌ କରିଥିବା ବେଳେ ମହମଦୁଲ୍ଲା ୩୨ ରନ୍‌ କରିଥିଲେ ।   ବ୍ୟାଟରଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଦଳ ୩୦୬ ରନ୍‌ କରିଥିଲା । କିନ୍ତୁ ଏହି ବିଶାଳ ଲକ୍ଷ୍ୟକୁ ୮ ଓ୍ବିକେଟ ବାକି ଥାଇ ହାସଲ କରିନେଇଛି ଅଷ୍ଟ୍ରେଲିଆ । 

ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଆଦାମ ଜାମ୍ପା ଏବଂ ଏବୋଟ୍ଟ ଦୁଇଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିବା ବେଳେ ଷ୍ଟୋଇନିସ ଗୋଟିଏ ଓ୍ବିକେଟ ନେଇଛନ୍ତି । ହେଲେ ଶାନ୍ତୋ ଏବଂ ନାସୁମ ଅହମ୍ମଦ ରନ୍‌ଆଉଟ ହୋଇ ପାଭିଲିୟନ୍‌ ଫେରିଥିଲେ। ସେପଟେ ବାଂଲାଦେଶ ପକ୍ଷରୁ ତାସକିନ୍‌ ଅହମ୍ମଦ ଏବଂ ମୁସ୍ତାଫିଜର ରହମାନ ଗୋଟିଏ ଲେଖାଏଁ ଓକ୍ବେଟ ନେଇଥିବା ବେଳେ ଅନ୍ୟ ବୋଲର ଫ୍ଲଫ ମାରିଛନ୍ତି । ଏହା ସହ ଅଷ୍ଟ୍ରେଲିଆ ଟିମ୍‌ ୪୪.୪ ଓଭରରେ ଦୁଇ ଓ୍ବିକେଟ ବିନିମୟରେ ଲକ୍ଷ୍ୟ ହାସଲ କରିନେଇଛି । 

Copyright © 2022 - Summa Real Media Private Limited. All Rights Reserved.