ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚେତାବନୀ ସତ୍ତ୍ୱେ ମାନିଲେନି ! ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ବାଦ ପଡ଼ିବେ କିଷନ, ଆୟର

ନୂଆଦିଲ୍ଲୀ,୨୪/୦୨: ଘରୋଇ କ୍ରିକେଟ୍‌କୁ ଛାଡ଼ି ଆଇପିଏଲ୍‌କୁ ସର୍ବସ୍ୱ ମନେ କରୁଥିବା ଖେଳାଳିଙ୍କ ପାଇଁ ବିସିସିଆଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିବ ବୋଲି ପୂର୍ବରୁ ସମ୍ପାଦକ ଜୟ ଶାହ ସତର୍କ କରାଇ ଦେଇଥିଲେ । ଏହାସତ୍ତେ୍ୱ ବି ଈଶାନ କିଷନ ଓ  ଶ୍ରେୟାସ ଆୟର ରଣଜୀ ଟ୍ରଫି ଖେଳି ନଥିଲେ । ଏଭଳି  ଆଚରଣ ସେମାନଙ୍କ ପାଇଁ ମହଙ୍ଗା ପଡ଼ିପାରେ ।  

ଯାହା ସୂଚନା ରହିଛି, ବିସିସିଆଇ ବିଶୃଙ୍ଖଳିତ  ଆଚରଣ ପାଇଁ କିଷନ ଓ ଆୟରଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ  ବାଦ ଦେଇପାରେ । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର  ୨୦୨୩-୨୪ର ବାର୍ଷିକ ଚୁକ୍ତି ତାଲିକା ଚୂଡ଼ାନ୍ତ କରି ସାରିଛନ୍ତି । ବିସିସିଆଇ ଖୁବ ଶୀଘ୍ର ତାଲିକା ପ୍ରକାଶ କରିବାକୁ ଯାଉଛି ।  

ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିବା ପରେ କିଷନ  ବ୍ୟକ୍ତିଗତ କାରଣ ଦର୍ଶାଇ ଛୁଟିରେ ଥିଲେ । କିନ୍ତୁ ପରେ  ସେ ମୁମ୍ବାଇ ଶିବିରରେ ଯୋଗ ଦେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ  ସହ ବରୋଦାରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା ।  ବିସିସିଆଇର ଚେତାବନୀ ସତ୍ତେ୍ୱ ବି ସେ ରଣଜୀ ଖେଳିବା  ପାଇଁ ଝାଡ଼ଖଣ୍ଡ ଦଳକୁ ଫେରି ନଥିଲେ । 

ସେହିପରି ଆସାମ  ବିପକ୍ଷ ଲିଗ୍‌ର ଅନ୍ତିମ ରଣଜୀ ମ୍ୟାଚ୍‌ରେ ମୁମ୍ବାଇ ଦଳରେ  ଯୋଗ ଦେଇ ନଥିଲେ ଆୟର । ବରୋଦା ବିପକ୍ଷ କ୍ୱାର୍ଟର  ଫାଇନାଲ ମଧ୍ୟ ସେ ଖେଳିଲେ ନାହିଁ । ଆୟର ଅନୁପସ୍ଥିତ  ରହିବାର କାରଣ ମୁମ୍ବାଇ କ୍ରିକେଟ୍‌ ସଂଘକୁ ଜଣାଇଥିଲେ ।  ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବା କହିଥିଲେ । କିନ୍ତୁ  ଜାତୀୟ କ୍ରିକେଟ୍‌ ଏକାଡେମୀର କ୍ରୀଡ଼ା ବିଜ୍ଞାନ ଓ ଔଷଧ  ବିଭାଗର ମୁଖ୍ୟ ନିତିନ ପଟେଲ ବିସିସିଆଇକୁ ଇ-ମେଲ  କରି ଜଣାଇଥିଲେ ଯେ ‘ଆୟର ଫିଟ୍‌ ରହିଛନ୍ତି’ । 

ସମ୍ପାଦକ ଜୟ ଶାହ କିନ୍ତୁ ଖେଳାଳିଙ୍କୁ ସତର୍କ  କରାଇ କହିଥିଲେ ଯେ କେନ୍ଦ୍ରୀୟ ଚୁକ୍ତିରେ ଥିବା  ଖେଳାଳି ଘରୋଇ କ୍ରିକେଟ୍‌ ଖେଳିବା ବାଧ୍ୟତାମୂଳକ ।  ଯଦି ସେମାନେ ଏଥିରୁ ଦୂରେଇ ରହନ୍ତି, ତେବେ ମୁଖ୍ୟ  ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ପୂର୍ଣ୍ଣ ସ୍ୱାଧୀନତା  ଦେଇଛି, ସେ ଏ ବିଷୟରେ ନିଷ୍ପତ୍ତି ନେବେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.