ପ୍ରମୁଖ ଖବର
  • ଲୋକସେବା ଭବନ ଘେରିବ କଂଗ୍ରେସ, ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ
  • ||
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ଦକ୍ଷିଣବଙ୍ଗ ନଦିଆ ସୀମାନ୍ତରୁ ୨କୋଟି ୧୮ଲକ୍ଷର ସୁନା ବିସ୍କୁଟ ଜବତ, ୮ ଅଟକ

କୋଲକାତା,୦୪/୧୨: ଦକ୍ଷିଣବଙ୍ଗ ଅନ୍ତର୍ଗତ ସୀମାନ୍ତ ଅଧୀନରେ ବର୍ଡର ପୋଷ୍ଟ ବିଜୟପୁର ସେନାର ବିଏସ୍‌ଏଫ୍‌ରେ ଗୁପ୍ତଚର ବିଭାଗ ପକ୍ଷରୁ ମିଳିଥିବା ସୂଚନା ଆଧାରରେ କୃଷ୍ଣଗଞ୍ଜ ପୁଲିସ ଏବଂ ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟର ଟିମ୍‌ ସହିତ ସୀମା ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ । ନଭେମ୍ବର ୩୦ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଦୁଇ ଦିନିଆ ମିଳିତ ଅପରେସନ୍‌ ସମୟରେ ନଦିଆ ଜିଲ୍ଲାର ସୀମାନ୍ତ ଗ୍ରାମ ବିଜତପୁରରେ ତଲାସି ବେଳେ ମୋଟ ୨୬ଟି ସୁନା ବିସ୍କୁଟ୍‌ ଏବଂ ୮ଟି ସୁନା ଚୁଡ଼ି ଉଦ୍ଧାର  କରାଯାଇଛି । ଏହା ବ୍ୟତୀତ ବାଂଲାଦେଶରୁ ଭାରତକୁ  ଚୋରା ଚାଲାଣ ବେଳେ ଗୋଟିଏ ପିସ୍ତଲ, ତିନୋଟି  କାତୃଜ, ଗୋଟିଏ ମ୍ୟାଗାଜିନ, ଦୁଇ କିଲୋଗ୍ରାମ ଗଞ୍ଜେଇ, ୬୯ ବୋତଲ ଫେନ୍‌ସଡିଲ-ସହ  ମୋଟ ଆଠ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ଜବତ ହୋଇଥିବା ସୁନାର ଓଜନ  ୩.୫୨୫ କିଲୋଗ୍ରାମ ହୋଇଥିବାବେଳେ ତାହାର ଆନୁମାନିକ ମୂଲ୍ୟ ହେଉଛି ୨ କୋଟି ୧୮ ଲକ୍ଷ ଟଙ୍କା ।  

ପ୍ରାପ୍ତ ତଥ୍ୟ ଅନୁଯାୟୀ, ୩୨ ନମ୍ବର ବାହିନୀର ବର୍ଡର ପୋଷ୍ଟ ବିଜୟପୁରର ସେନାର ଗୁଇନ୍ଦା  ସୀମାନ୍ତ ଅଞ୍ଚଳର ବିଜୟପୁର ଗାଁର ଏକ ସନ୍ଦିଗ୍ଧ  ଘରୁ ସୁନା ଚୋରା ଚାଲାଣ କରାଯାଉଥିବା ସୂଚନା  ପାଇଥିଲେ । ତେବେ ସୂଚନା ଆଧାରରେ ନଭେମ୍ବର  ୩୦ ସନ୍ଧ୍ୟାରେ ବିଜୟପୁର ପଞ୍ଚାୟତ ସଦସ୍ୟଙ୍କ ଉପସ୍ଥିତିରେ କୃଷ୍ଣଗଞ୍ଜ ଥାନାର ପୁଲିସ ବିଜୟପୁର ଗାଁର ସନ୍ଦେହଜନକ ବ୍ୟକ୍ତିଙ୍କ ଘରେ ତଲାସି କରିଥିଲା। ସର୍ଚ୍ଚ ଅପରେସନ୍‌ ଟିମ୍‌ ରାତିରେ ତିନୋଟି  ଘରୁ ମୋଟ ୨୪ଟି ସୁନା ବିସ୍କୁଟ ଏବଂ ୮ଟି ସୁନା ଚୁଡ଼ି ଉଦ୍ଧାର କରି ଜଣେ ପୁରୁଷ ଏବଂ ଦୁଇଜଣ  ମହିଳାଙ୍କୁ ମଧ୍ୟ ଗିରଫ କରିଥିଲା । ପରବର୍ତ୍ତୀ ସର୍ଚ୍ଚ ଅପରେସନ୍‌ ସମୟରେ ସୁମନ ବିଶ୍ୱାସ ନାମକ ଜଣେ  ବ୍ୟକ୍ତି ଘରୁ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ୨ଟି  ସୁନା ବିସ୍କୁଟ ସହ ଧରାପଡ଼ିଥିଲେ । 

ଗିରଫ ଅମିତ ବିଶ୍ୱାସଙ୍କ କହିବାନୁସାରେ, ବିଜୟପୁର ଗ୍ରାମରେ  ବିଏସ୍‌ଏଫ୍‌ ଯବାନଙ୍କ ସହିତ କୃଷ୍ଣଗଞ୍ଜ ପୁଲିସ ଏବଂ ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟର କର୍ମଚାରୀମାନେ  କୋଲକାତାର କର୍ମୀମାନଙ୍କୁ ନେଇ ବିଜୟପୁର ଗ୍ରାମରେ ଆଉ ଏକ ଚଢ଼ଉ କରିଥିଲା । ତଲାସି ବେଳେ ଜୟଶ୍ରୀ ପ୍ରମାଣିକଙ୍କୁ ତାଙ୍କ ଘରୁ ଦୁଇ କିଲାଗ୍ରାମ ଗଞ୍ଜେଇ ସହ ଗିରଫ କରାଯାଇଥିଲା । ପରେ ବିଏସ୍‌ଏଫ୍‌ ଯବାନ ସର୍ଚ୍ଚ ଅପରେସନ୍‌ ସମୟରେ ଗୋଟିଏ ପରେ ଗାଟିଏ ସୂଚନା ପାଇଥିଲେ । ଏପଟେ ରୀତା ପ୍ରମାଣିକଙ୍କ ସ୍ୱାମୀ ଅମିତ ପ୍ରମାଣିକଙ୍କୁ ଗିରଫ କରାଯାଇଥିଲା । ପୁନର୍ବାର ପଚରାଉଚରା  ପରେ ରାଜୁ ବିଶ୍ୱାସଙ୍କ ଘରୁ ତାଙ୍କ ପିତା, ମା ଏବଂ ୨୧ ବାତଲ ଫେନ୍‌ସିଡିଲ ଜବତ କରାଯାଇଥିଲା । ତଲାସି ବେଳେ ବିଜୟପୁର ଗ୍ରାମରେ ଆଉ ୪୮  ଟି ବୋତଲ ଫେନ୍‌ସିଡିଲ ଉଦ୍ଧାର କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.