ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଏବେ ମୂଲ୍ୟ ଦେବାକୁ ପଡ଼ିବ’, ଆମେରିକା ଓ ଜାପାନକୁ ହଠାତ୍ ଏମିତି କାହିଁକି କହିଲା ଚୀନ୍ ?

ୱାଶିଂଟନ୍, ୧୦/୦୨: ତାଇୱାନକୁ ନିଜର ବୋଲି ଦାବି କରୁଥିବା ଡ୍ରାଗନ୍ ପୁଣି ନାଲି ଆଖି ଦେଖାଇଛି । ଆମେରିକା ଓ ଜାପାନକୁ ଧମକାଇଛି ଚୀନ୍ । କହିଛି, ବହୁ ମୂଲ୍ୟ ଦେବାକୁ ପଡ଼ିବ । ଚୀନ୍ କହିଛି, ତାଇୱାନ ଏକକୀକରଣରେ ବାଧା ଦେଉଥିବା ଦେଶକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ।

ନିକଟରେ ଆମେରିକା ଓ ଜାପାନ ଏକ ସୈନ୍ୟ ଅଭ୍ୟାସ କରିଥିଲେ । ଯେଉଁଥିରେ ତାଇୱାନ୍ ଉପରେ ଚୀନର ଆକ୍ରମଣର ଡେମୋ ଦେଖାଇଥିଲା ଆମେରିକା । ଜାପାନ ମିଡିଆ କହିଥିଲା, ୱାଶିଂଟନ୍ ଓ ଟୋକିଓ ଚଳିତ ବର୍ଷର କିନ୍ ଏଜ୍ ଅଭ୍ୟାସରେ ପ୍ରଥମଥର ଲାଗି ବେଜିଂକୁ କାଳ୍ପନିକ ଶତ୍ରୁ ରୂପେ ନାମିତ କରିଖିଲେ । ରିପୋର୍ଟ ଅନୁସାରେ, ଏହି ବର୍ଷ ଅଭ୍ୟାସ ତାଇୱାନ୍ ଉପରେ ଚୀନର ଆକ୍ରମଣ ଉପରେ କେନ୍ଦ୍ରିତ ଥିଲା ।

ଏହା ଉପରେ ଟୋକିଓ ସ୍ଥିତ ଚୀନ ଦୂତାବାସ ଏକ ଲିଖିତ ବୟାନ ଜାରି କରି ଚେତାବନୀ ଜାରି କରିଛି । ଡ୍ରାଗନ୍ କହିଛି, ଯଦି କେହି ଚୀନର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବ ଏବଂ ଚୀନ ପୁଣି ଥରେ ମିଶିବା ଉପରେ ପ୍ରତିବନ୍ଧକ ସୃଷ୍ଟି କରିବ ତ ତାହାକୁ କାଳ୍ପନିକ ଶତ୍ରୁ କୁହାଯିବ ନାହିଁ । ବରଂ ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ।

ୟୁଏସ୍ ଇଣ୍ଡୋ ପେସିଫିକ୍ କମାଣ୍ଡ ଅନୁସାରେ, ଅଷ୍ଟ୍ରେଲିଆ ରକ୍ଷା ବଳ ମଧ୍ୟ ୮ ଦିବସୀୟ ଅଭ୍ୟାସରେ ସାମିଲ୍ ହୋଇଥିଲା । ଯାହାକି ଗୁରୁବାର ଶେଷ ହୋଇଛି । ରିପୋର୍ଟରେ କୁହା ଯାଇଛି, ଅଭ୍ୟାସରେ ପ୍ରକୃତ ଓ ଅପରିବର୍ତ୍ତିତ ମାନଚିତ୍ରର ବ୍ୟବହାର କରାଯାଇଛି । ବେଜିଂ କହିଛି, ମିଡିଆ ରିପୋର୍ଟ ପରେ ଟୋକିଓକୁ ଗମ୍ଭୀର ଚିନ୍ତା ବ୍ୟକ୍ତ କରାଯାଇଛି ।

ଆରମ୍ଭରୁ ହିଁ ଚୀନ୍, ତାଇୱାନକୁ ନିଜର ଅଞ୍ଚଳ ବୋଲି ଦାବି କରି ଆସୁଛି । ଏପରିକି ତାଇୱାନକୁ ବଳପୂର୍ବକ କବଜା କରିବାକୁ ଡ୍ରାଗନ୍ ଧମକ ଦେଇ ଆସୁଛି । ତେବେ ତାଇୱାନ୍ ଉପରେ ଚୀନ୍ କେବେ ବି କବଜା କରି ପାରି ନାହିଁ । ଅଧିକାଂଶ ଦେଶ ଭଳି ତାଇୱାନକୁ ଆମେରିକା ଓ ଜାପାନ ସ୍ୱତନ୍ତ୍ର ଦେଶ ମାନନ୍ତି ନାହିଁ । କିନ୍ତୁ ତାଇୱାନର ଭୌଗଳିକ ସ୍ଥିତିରେ ପରିବର୍ତ୍ତନକୁ ବିରୋଧ କରି ଆସୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.