ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

‘୯୦ରୁ ଅଧିକ ଏଫଆଇଆର, ୪୫୦ ଗିରଫ’: ମହାଦେବ ବେଟିଂ ଆପ୍‌ ମାମଲାରେ ସଫେଇ ଦେଲେ ଭୁପେଶ ବଘେଲ

Image Courtesy: hindustantimes

ରାଇପୁର: ମହାଦେବ ବେଟିଂ ଆପ୍‌ ମାମଲାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କୁ ଏହି ମାମଲାର ମାଷ୍ଟର ମାଇଣ୍ଡ ବୋଲି ବିଜେପି ଅଭିଯୋଗ କରୁଛି । କିନ୍ତୁ ଏସବୁ ଭିତରେ ମହାଦେବ ବେଟିଂ ଆପ ମାମଲାରେ ଛତିଶଗଡ଼ ସରକାର ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି ଭୁପେଶ ବଘେଲ । ଏହି ମାମଲାରେ ଛତିଶଗଡ଼ରେ ୯୦ଟି ଏଫଆଇର ହୋଇଥିବା ବେଳେ ୪୫୦ ଜଣଙ୍କୁ ଗିରଫ କରାଯାଇଛି। ଏହା ସହ ଅନ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ସର୍କୁଲାର ଜାରି ହୋଇଛି ବୋଲି ବଘେଲ କହିଛନ୍ତି । 

ଗିରଫ ଅଭିଯୁକ୍ତଙ୍କ ପାଖରୁ ୧୬ କୋଟି ଟଙ୍କା ସମେତ ଲ୍ୟାପଟପ ଏବଂ ମୋବାଇଲ୍‌ ଆଦି ଜବତ ହୋଇଛି । ଏହି ମାମଲାରେ ୨୦୨୨ରୁ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଛତିଶଗଡ଼ ବ୍ୟତୀତ ମହାରାଷ୍ଟ୍ର, ଗୋଆ ଏବଂ ଓଡିଶାରେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ କରାଯାଉଛି ବୋଲି ବଘେଲ କହିଛନ୍ତି । ମହାଦେବ ଆପ୍‌ କେସ୍‌ରେ କିଙ୍ଗପିନଙ୍କ ସହ ବଘେଲଙ୍କ ସଲାସୁତୁରା ଥିବା ନେଇ ବିଜେପି ସରକାରଙ୍କ ଅଭିଯୋଗ ଉପରେ ବଘେଲ ପାଲଟା ଆକ୍ରମଣ କରିଛନ୍ତି । 

ଲୁକଆଉଟ୍‌ ସର୍କୁଲାର ପରେ ବି କେନ୍ଦ୍ର ସରକାର କାହିଁକି ସୌରଭ ଚନ୍ଦ୍ରକାର ଏବଂ ରବି ଉପ୍ପଲଙ୍କୁ ଗିରଫ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାର ଅର୍ଥ ସରକାର କଣ ସେମାନଙ୍କ ସହ ମିଳିମିଶି କାମ କରୁଛନ୍ତି କି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ବଘେଲ । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମହାଦେବ ବେଟିଂ ଆପ ମାମଲାରେ ବଘେଲଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ କରିଥିଲେ । 

ମୁଖ୍ୟମନ୍ତ୍ରୀ ବଘେଲ ମୁଁହ ଲୁଚାଉଛନ୍ତି ବୋଲି ଅନୁରାଗ ଠାକୁର ଅଭିଯୋଗ କରିଥିଲେ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଯେଉଁମାନେ ସାମିଲ ଥିଲେ ସେମାନେ ଗିରଫ ହେଉଛନ୍ତି । ତେଣୁ ମହାଦେବ ବେଟିଂ ଆପ୍‌ ମାମଲାରେ ଯେଉଁମାନେ ସାମିଲ ଥିବେ ସେମାନଙ୍କୁ ଛଡ଼ାଯିବ ନାହିଁ ବୋଲି ଅନୁରାଗ ଠାକୁର କହିଥିଲେ ।

Copyright © 2022 - Summa Real Media Private Limited. All Rights Reserved.