ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୦ ମିନିଟରେ ସାମଗ୍ରୀ ପହଞ୍ଚାଇବ ବିଗ୍‌ ବାସ୍କେଟ୍, ୬୦୦ ଟଙ୍କାର ସାମଗ୍ରୀ କିଣିଲେ ମିଳିବ ୧୦% ରିହାତି

ଭୁବନେଶ୍ୱର,୦୪/୦୨: ଟାଟା ଏଣ୍ଟରପ୍ରାଇଜେସର ବିଗ୍‌ ବାସ୍କେଟ ପକ୍ଷରୁ ଭୁବନେଶ୍ୱରର ବଛାବଛା ଏରିଆରେ ୧୦ ମିନିଟରେ ଗ୍ରୋସରୀ ସାମଗ୍ରୀ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରାଯାଇଛି । ସହରର ୫୦%ରୁ ଊଦ୍ଧ୍ୱର୍ ଏରିଆରେ  କମ୍ପାନି ୧୫ରୁ ୩୦ ମିନିଟରେ ସାମଗ୍ରୀ ପହଞ୍ଚାଇବ । ସେହିଭଳି ୬୦ରୁ ୯୦ ମିନିଟରେ ସାରା ସହରରେ ସାମଗ୍ରୀ  ଡେଲିଭରି ବ୍ୟବସ୍ଥା ଆରମ୍ଭ କରାଯିବ ।  ଗ୍ରାହକଙ୍କୁ ପ୍ରଥମ ୧୦ଟି ଅର୍ଡରରେ  ମାଗଣା ଡେଲିଭରି ଯୋଗାଇ ଦିଆଯିବ । କମ୍ପାନି ପ୍ରତିଦିନ  ଗ୍ରାହକଙ୍କୁ ଅପେକ୍ଷାକୃତ ରିହାତି ଦରରେ ବିଭିନ୍ନ ଉତ୍ପାଦ  ଯୋଗାଣ ବ୍ୟବସ୍ଥା କରିଛି । ଗ୍ରାହକ ୫ ହଜାରରୁ ଊଦ୍ଧ୍ୱର୍ ଉତ୍ପାଦ  ଉପରେ ଅନ୍ତତଃ ପକ୍ଷେ ୬% ରିହାତି ପାଇବେ ।  

ଅନ୍ତତଃ ପକ୍ଷେ ୬୦୦ ଟଙ୍କାର ସାମଗ୍ରୀ କିଣିଲେ ୧୦%  ରିହାତି ମିଳିବ (ସର୍ବାଧିକ ୧୦୦ ଟଙ୍କା ପର୍ଯ୍ୟନ୍ତ) । ଟାଟା  ନ୍ୟୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କର କ୍ରେଡିଟ କାର୍ଡରେ ୧୦% ତ୍ୱରିତ  ରିହାତି ମିଳିବ । ଫଳ, ପନିପରିବା, ମାଛ, ମାଂସ, ମିଲ୍କ  ବଟର ଏବଂ ଗ୍ରୋସରୀ ସାମଗ୍ରୀ ଉପରେ ଆକର୍ଷଣୀୟ ରିହାତି  ମିଳିବ । ଏଥିରେ ୨୦ ଟଙ୍କାରେ ଫ୍ରେସୋ ବନ୍ଧା କୋବି, ଫ୍ରେସୋ  କ୍ୟାପ୍ସିକମ୍‌ ୫୦୦ ଗ୍ରାମ ପାଇଁ ୨୨ ଟଙ୍କା, ଫ୍ରେସୋ ନାଗପୁର କମଳା କିଲୋ ୫୯  ଟଙ୍କା, ଫ୍ରେସୋ ସିମ୍‌ଲା ସେଓ ୭୯ ଟଙ୍କା,  ଆଶୀର୍ବାଦ ଚକି ଅଟା (୫ କିଲୋ) ୧୯୯  ଟଙ୍କାରେ ମିଳିବ ।  

ସେହିଭଳି ଫର୍ଚୁନ ସନଫ୍ଲାୱାର ୧  ଲିଟର ୧୫୯ ଟଙ୍କା, ଟାଟା ଗୋଲ୍ଡ ଚା ୫୦୦ ଗ୍ରାମ ପିଛା ୨୧୦  ଟଙ୍କା, ବିବି ପପୁଲାର ହରଡ ଡାଲି ୧୩୫ ଟଙ୍କା, ବିବି ପପୁଲାର  ଆଲ୍‌ମଣ୍ଡ ୫୦୦ ଗ୍ରାମ ୩୪୯ ଟଙ୍କା, ମ୍ୟାଗି ନୁଡୁଲ୍ସ ୫୬୦ ଗ୍ରାମ ୯୭ ଟଙ୍କା, ଡେଟଲ ଆଣ୍ଟି ସେପ୍ଟିକ୍‌ ଲିକ୍ୟୁଡ ୫୫୦ ଏମ୍‌ଏଲ୍‌ ୧୯୪ ଟଙ୍କା ଏବଂ ଲାଇଜଲ ଫ୍ଲୋର କ୍ଲିନର ୧୭୪ ଟଙ୍କାରେ  ଗ୍ରାହକ ପାଇବେ ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.