୨୦୨୪ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ , ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ !
Published By : Prameya | December 8, 2023 9:36 PM
ନୂଆଦିଲ୍ଲୀ – ୨୦୨୩ ମସିହା ଶେଷ ହେବାକୁ ଆଉ ଅଳ୍ପ ଦିନ ବାକି ଅଛି। ଏବେ ଡିସେମ୍ୱର ସରିବାକୁ ଆଉ ଅଳ୍ପ ଦିନ ରହିଛି। ପୁଣି ଏକ ଜାନୁୟାରୀରୁ ନୂଆ ବର୍ଷ ଆରମ୍ଭ ହୋଇ ଯିବ। ଏହି ବର୍ଷ ସାରା ବିଶ୍ୱରେ ବହୁତ କିଛି ନୂଆ ନୂଆ ଘଟଣା ଘଟିଛି। ଯେମିତି ଗତ ବର୍ଷ ୟୁକ୍ରେନ ଓ ରୁଷ୍ ମଧ୍ୟରେ ଯୁଦ୍ଧର ଆରମ୍ଭ ହୋଇଥିଲା , ଏହିପରି ଚଳିତ ବର୍ଷ ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆସନ୍ତା ବର୍ଷ ମଧ୍ୟ ବହୁତ କିଛି ନୂଆ ଘଟିବା ଆଶା କରାଯାଉଛି। ଏଥିରେ କିଛି ମାନବତାର ଭଲ ପାଇଁ ହେବା ବେଳେ ଆଉ କିଛି ଜିନିଷର ପ୍ରଭାବ ପୂରା ଦିନିଆ ଉପରେ ପଡ଼ିପାରେ। ବୁଲଗେରିଆର ଭବିଷ୍ୟବକ୍ତା ତଥା ଜଣାଶୁଣା ନାମ ବାବା ଭେଙ୍ଗା ୨୦୨୪ ମସିହା ପାଇଁ ଅନେକ ଭବିଷ୍ୟବାଣୀ କରିଛନ୍ତି । ହେଲେ ଏହି ଭବିଷ୍ୟବାଣୀ କେତେ ସତ ହୋଇପାରେ , ଏହା ତ ସମୟ କହିବ।
ନ୍ୟୁୟର୍କ ପୋଷ୍ଟ ଅନୁସାରେ , ବାବା ଭେଙ୍ଗାଙ୍କର ଏକ ଭବିଷ୍ୟବାଣୀ ଅନୁସାରେ ,୨୦୨୪ରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ତାଙ୍କର ହିଁ ଦେଶର କେହି ବ୍ୟକ୍ତି ଦ୍ୱାରା ହତ୍ୟା କରିଦିଆ ଯିବ। ଏହା ବ୍ୟତୀତ ଏକ ଭବିଷ୍ୟବାଣୀ ୟୁରୋପୀୟ ଆତଙ୍କକୁ ନେଇ ମଧ୍ୟ କରାଯାଇଛି। ବାବା ଭେଙ୍ଗା ଅନୁମାନ ଲଗେଇଛନ୍ତି କି, ୟୁରୋପରେ ଆତଙ୍କବାଦରେ ବୃଦ୍ଧି ଦେଖିବାକୁ ମିଳିବ ଏବଂ ଏକ ବଡ଼ ଦେଶ ଆଗାମୀ ବର୍ଷ ଜୈବିକ ଅସ୍ତ୍ରର ପରୀକ୍ଷଣ କରିବ ନୁହେଁ ଆକ୍ରମଣ କରିପାରେ। ଏହା ବ୍ୟତୀତ , ସେ ଭବିଷ୍ୟବାଣୀ କରିଛନ୍ତି କି ଆଗାମୀ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ବହୁ ସଂଖ୍ୟାରେ ନଜର ଆସିବ। ଏହା ସହ , ରେଡିଏସନ ସ୍ତରରେ ମଧ୍ୟ ବୃଦ୍ଧି ହୋଇପାରେ।
ବାବା ଭେଙ୍ଗା ୨୦୨୪ ପାଇଁ ଆହୁରି ମଧ୍ୟ ଭବିଷ୍ୟବାଣୀ କରିଛନ୍ତି , କରଜ ବୃଦ୍ଧି , ବିଶ୍ୱସ୍ତରରେ ଉତ୍ତେଜନା ଓ ପଶ୍ଚିମରୁ ପୂର୍ବ ଆଡ଼କୁ ଶାସନର ସ୍ଥାନାନ୍ତରଣ ଆର୍ଥିକ ସଙ୍କଟକୁ ବୃଦ୍ଧି କରାଇବ। ସେ ଏହା ମଧ୍ୟ ଅନୁମାନ କରିଛନ୍ତି କି, ହ୍ୟାକରମାନେ ପାୱାର ଗ୍ରେଡ୍ ଓ ଜଳ ଉପଚାଚର କଣ୍ଟ୍ରୋଲର ଭଳି ଆଧୁନିକ ଢାଞ୍ଚାକୁ ଟାର୍ଗେଟ କରିବା ଆରମ୍ଭ କରିଦେବେ। ଯେଉଁଥିରେ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ ବଢି ଯିବ। ଭେଙ୍ଗାଙ୍କ ଭବିଷ୍ୟବାଣୀ କି କ୍ୱାଣ୍ଟମ୍ କମ୍ପ୍ୟୁଟିଂରେ ଏକ ବଡ଼ ସଫଳତା ମିଳିବ।
କେବେ ଶେଷ ହୋଇପାରେ ଦୁନିଆ ?
ବାବା ୨୦୨୪ ପାଇଁ କିଛି ଭଲ ଭବିଷ୍ୟବାଣୀ କରିଛନ୍ତି । ୨୦୨୪ରେ ଦୁନିଆ ପାଖରେ କ୍ୟାନସର ଓ ଅଲଜାଇମର ଭଳି ଗୁରୁତର ରୋଗର ଚିକିତ୍ସା ମଧ୍ୟ ଉପଲବ୍ଧ ହୋଇ ପାରିବ । ୨୦୨୫-୨୦୨୮ ମଧ୍ୟରେ ଦୁନିଆ ଭୋକିଲାର ସମାଧାନର ଆଶା କରିପାରେ। ସେ ଆଉମଧ୍ୟ କହିଛନ୍ତି ୨୦୭୬ରେ ସାମ୍ୟବାଦ ଫେରିବ। ବାବା ଭେଙ୍ଗା ୫୦୭୬ ଯାଏ ଭବିଷ୍ୟବାଣୀ କରିଛନ୍ତି । ଏଥିରୁ ଅନୁମାନ କରାଯାଉଛି କି ଏହା କାରଣ କି ଏହି ସେହି ବର୍ଷ ହେବ , ଯେବେ ଦୁନିଆ ଶେଷ ହୋଇଯିବ।