ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କପିମୁକ୍ତ ମାଟ୍ରିକ୍‌ ପରୀକ୍ଷା ପାଇଁ ବୋର୍ଡର ଯୋଜନା: ସବୁ ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି, ହେବ ଲାଇଭ୍‌ ଷ୍ଟ୍ରିମିଂ

କଟକ,୦୩/୧୨: ଆସନ୍ତା ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ଚଳିତବର୍ଷର ମାଟ୍ରିକ୍‌ ପରୀକ୍ଷା । ପ୍ରଶ୍ନପତ୍ର ପ୍ରଘଟ ଆଶଙ୍କା,ପରୀକ୍ଷା କେନ୍ଦ୍ରରେ ନିରୀକ୍ଷକ ଓ ନିୟନ୍ତ୍ରକଙ୍କ ମନମାନି ଏବଂ କପି ନିୟନ୍ତ୍ରଣ ଲାଗି ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ ଏଥର କିଛି  ନୂତନ ପଦକ୍ଷେପ ନେବାକୁ ଯାଉଛନ୍ତି । ବୋର୍ଡ ପକ୍ଷରୁ ରାଜ୍ୟର ସମସ୍ତ ପରୀକ୍ଷା  କେନ୍ଦ୍ରରେ ସିସିଟିଭି ଖଞ୍ଜାଯିବା ଲାଗି ଯୋଜନା ରହିଛି । ସମ୍ବେଦନଶୀଳ ଚିହ୍ନଟ  ହୋଇଥିବା ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର ସିଧାସଳଖ ପ୍ରସାରଣ (ଲାଇଭ୍‌ ଷ୍ଟ୍ରିମିଂ) କରାଯିବ । ଯେମିତି ପରୀକ୍ଷାକୁ ବୋର୍ଡ  କର୍ତ୍ତୃପକ୍ଷ ସିଧାସଳଖ ଦେଖିପାରିବେ ।  ଏହି ସମୟରେ ପରୀକ୍ଷା ପରିଚାଳନାରେ  ଅନିୟମିତତା ନଜରକୁ ଆସିଲେ ତୁରନ୍ତ  କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ଗଣଶିକ୍ଷା  ବିଭାଗର ଜଣେ ଅଧିକାରୀ କହିଛନ୍ତି ।  

ସେହିପରି ପ୍ରଶ୍ନପତ୍ର ଗଚ୍ଛିତ  ରଖିବା ଲାଗି ସ୍ଥିର ହୋଇଥିବା ନୋଡାଲ୍‌  ସେଣ୍ଟର ଷ୍ଟ୍ରଙ୍ଗ୍‌ ରୁମ୍‌ ମଧ୍ୟ ସିସିଟିଭି  ଫୋକସ୍‌ରେ ରହିବ । ଏହାଦ୍ୱାରା ପରୀକ୍ଷା  ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ୍‌ ଆଶଙ୍କାକୁ  ରୋକାଯାଇ ପାରିବ । ଅନ୍ୟପକ୍ଷରେ  ଗତଥର ପରୀକ୍ଷା ସମୟରେ ଯେଉଁ କେନ୍ଦ୍ରଗୁଡ଼ିକରେ କପି ହୋଇଥିଲା ଏଥର  ସେଗୁଡିକୁ ପରୀକ୍ଷାକେନ୍ଦ୍ର ତାଲିକାରୁ  ବାଦ୍‌ ଦିଆଯାଇଛି । ସେହିପରି ଗତଥର  ବିଭିନ୍ନ ଜିଲ୍ଲାର କେତେକ କେନ୍ଦ୍ରରେ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ  ଥିବା ଶିକ୍ଷକମାନଙ୍କୁ ଆଗାମୀ ପରୀକ୍ଷା  ପ୍ରକ୍ରିୟାରେ ସାମିଲ୍‌ କରାନଯିବା ଲାଗି  ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ମିଳିଥିବା  ସୂଚନାନୁସାରେ, ଏଥର ମାଟ୍ରିକ୍‌ ପରୀକ୍ଷା ଦେବା ଲାଗି ରାଜ୍ୟରେ ୫ ଲକ୍ଷ ୭୫  ହଜାରରୁ ଅଧିକ ଛାତ୍ରଛାତ୍ରୀ ଫର୍ମ ପୂରଣ କରାଇଛନ୍ତି । ପରୀକ୍ଷା ଫେବ୍ରୁଆରୀ ୨୦ରୁ  ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିଲାଗି ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କୁ  ନେଇ ଗଠିତ କମିଟିର ସୁପାରିସ  ଆଧାରରେ ରାଜ୍ୟରେ ପ୍ରାୟ ୩ ହଜାର ୨୦୦ ସେଣ୍ଟର ଚୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.