ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୈପାରୀଗୁଡ଼ା ଆଇଆଇସି ଗିରଫ, ଲକ୍ଷଲକ୍ଷ ଟଙ୍କା ଜବତ ପରେ ଗିରଫ କଲା ଭିଜିଲାନ୍ସ

ଭୁବନଶ୍ବେର,୨୮/୧୧ :  କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀ ଗିରଫ । ଲକ୍ଷଲକ୍ଷ ଟଙ୍କା ଜବତ ପରେ ଗିରଫ କରିଛି ଭିଜିଲାନ୍ସ । ଆଇଆଇସିଙ୍କଠାରୁ ମିଳିଛି ୩୭ଲକ୍ଷ ୨୭ହଜାର ଟଙ୍କା । ଆଇଆଇସିଙ୍କ ଘର, ଅଫିସରେ ଚଢଉ କରିଥିଲା ଭିଜିଲାନ୍ସ । ବସରେ ଟଙ୍କା ନେଇ ଗଲାବେଳେ ଧରାପଡ଼ିଥିଲେ।  ସୁଶାନ୍ତଙ୍କ ସମ୍ପତ୍ତିର ଖୋଳତାଡ଼ କରୁଛି ଭିଜିଲାନ୍ସ । 

ଭିଜିଲାନ୍ସ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ଗତ କିଛିଦିନ ହେବ ବିଭିନ୍ନ ଲୋକଙ୍କଠାରୁ ଧମକ ଚମକ ଦେଇ ଟଙ୍କା ଆଦାୟ କରୁଥିଲେ ଶ୍ରୀ ଶତପଥୀ ।  ଏହି ଟଙ୍କା ସେ ଏତେ ଚତୁରତାର ସହ ନେଉଥିଲେ ଯେ, ତାଙ୍କୁ ଧରିବା ଭିଜିଲାନ୍ସ ପାଇଁ ସହଜ ହୋଇ ନ ଥିଲା । ଗତ ସପ୍ତାହରେ ପାଖାପାଖି ୫ ଲକ୍ଷ ଟଙ୍କା ଉଠାଇଥିଲେ । ଉକ୍ତ ଟଙ୍କାରୁ ୨ ଲକ୍ଷ ୭୦ ହଜାର ଟଙ୍କା ଧରି ଶ୍ରୀ ଶତପଥୀ ଏକ ବସ୍‌ରେ କଟକ ଆସୁଥିବା ବେଳେ ଚଢ଼ଉ କରିଥିଲା ଜୟପୁର ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍‌ । ଉକ୍ତ ବସ୍‌ରେ ତାଙ୍କଠାରୁ ଉକ୍ତ ନଗଦ ଟଙ୍କା ଜବତ ହୋଇଥିଲା । ଏହାପରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରି ପଚରାଉଚରା କରିବା ସମୟରେ ଉକ୍ତ ଟଙ୍କା କାହାର, ସେ ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ ସୁଶାନ୍ତ । ତା’ପରେ ସୁଶାନ୍ତଙ୍କ ବୈପାରୀଗୁଡ଼ା ଥାନା ଅଧୀନରେ ଥିବା ଅଫିସ୍‌ ରୁମ୍‌ରେ ଯାଞ୍ଚ୍‌ କରିଥିଲା ଭିଜିଲାନ୍ସ । ଏହି ସମୟରେ ଏକ ଡ୍ରରୁ ୧ଲକ୍ଷ ୮୦ ହଜାର ଟଙ୍କା ମିଳିଥିଲା । ପରେ ଥାନା ପାଖରେ ଥିବା ସରକାରୀ କ୍ୱାର୍ଟରରେ ମଧ୍ୟ ଚଢ଼ଉ କରାଯାଇଥିଲା । ସେଠାରୁ ୩ ଲକ୍ଷ ଟଙ୍କା ଜବତ ହୋଇଥିଲା । ଉକ୍ତ ଟଙ୍କା ବାବଦରେ ମଧ୍ୟ ଭିଜିଲାନ୍ସ ଅଧିକାରୀଙ୍କୁ ସେ କିଛି କହିପାରି  ନଥିଲେ । ଫଳରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଅଟକ ରଖି ପଚରାଉଚରା କରୁଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.