ବାଲିପାଟଣା,୦୪/୧୨: ବାଲିପାଟଣା ବୁଦ୍ଧନାଥ ହାଇସ୍କୁଲ ଖେଳପଡିଆରେ ଚଳିତ ମାସ ୨୦,୨୧ ଓ ୨୨ ତାରିଖରେ ବିଶାଳ ସମାବେଶ ଅନୁଷ୍ଠିତ ହେବ । ଏଥିରେ ବିଶିଷ୍ଟ ବଲିଉଡ୍ ତାରକା ସୁନିଲ ସେଟ୍ଟୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ୩୦୦ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ ।
ପ୍ରତିଦିନ ସ୍ଥାନୀୟ ଲୋକକଳାକୁ ଉଜ୍ଜୀବିତ କରିବା ପାଇଁ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ହେବ । ଏହା ସହିତ ଯୁବକ, ବରିଷ୍ଠ ନାଗରିକ, ଉଚ୍ଚପଦାଧିକାରୀଙ୍କୁ ନେଇ ସମାବେଶ ସଫଳ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ସିଦ୍ଧି ବିନାୟକ ଚ୍ୟାରିଟେବଲ ଟ୍ରଷ୍ଟ ପ୍ରତିଷ୍ଠାତା ତଥା ସମାଜସେବୀ ସତ୍ୟପ୍ରିୟ ବେହେରା ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ବହୁ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ, ଅଭିନେତା, ପ୍ରିନ୍ସ ଡ୍ୟାନ୍ସ୍ ଗ୍ରୁପ୍, ପାଇକ ଆଖଡ଼ାର ଝଲକ୍ ଦେଖିବାକୁ ମିଳିବ ।