ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଜାଲ୍ ଜାତିଗତ ପ୍ରମାଣ ପତ୍ରର ତଦନ୍ତକୁ ନେଇ ମୁହାଁମୁହିଁ ହାଇକୋର୍ଟର ୨ ବିଚାରପତି, ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୬/୦୧: ପଶ୍ଚିମବଙ୍ଗରେ ଜାଲ୍ ଜାତିଗତ ପ୍ରମାଣ ପତ୍ର ମାମଲାର ସିବିଆଇ ତଦନ୍ତକୁ ନେଇ ମୁହାଁମୁହିଁ ହୋଇଛନ୍ତି କୋଲକାତା ହାଇକୋର୍ଟର ୨ ବିଚାରପତି । ଏବେ ସୁପ୍ରିମକୋର୍ଟ ନିଜ ଆଡ଼ୁ ମାମଲାରେ ହସ୍ତକ୍ଷେପ କରିଛନ୍ତି । 

ଏହାକୁ ନେଇ ଶନିବାର ଜାନୁଆରୀ ୨୭ରେ ପ୍ରଧାନ ବିଚାରପତି ଡିୱାଇ୍ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧିନ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ୫ ଜଣିଆ ଖଣ୍ଡପୀଠରେ ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସହ ଜଷ୍ଟିସ୍ ସଞ୍ଜୀବ ଖନ୍ନା, ବିଆର ଗବଇ, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଅନିଋଦ୍ଧ ବୋଷ ଅଛନ୍ତି ।       

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ମେଡିକାଲ୍ ନାମଲେଖାରେ ଜାଲ୍ ଜାତିଗତ ପ୍ରମାଣପତ୍ରକୁ ନେଇ ମୁହାଁମୁହିଁ ହୋଇଥିଲେ କୋଲକାତା ହାଇକୋର୍ଟର ୨ ବିଚାରପତି । ଜଷ୍ଟିସ୍ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ କହିବା ଅନୁସାରେ ତାଙ୍କ ରାୟକୁ ବଦଳାଇଥିବା ଖଣ୍ଡପୀଠର ମୁଖ୍ୟ ଜଷ୍ଟିସ୍ ସୋମେନ ସେନ୍ ନିଶ୍ଚିତ ରୂପେ କୌଣସି ରାଜନୀତିକ ଦଳ ପାଇଁ କାମ କରୁଛନ୍ତି ଏବଂ ଏଥିପାଇଁ ସେ ଏହି ମାମଲାର ସିବିଆଇ ତଦନ୍ତ ଚାହୁଁ ନାହାନ୍ତି । ଜଷ୍ଟିସ ଗଙ୍ଗୋପାଧ୍ୟାୟ ହାଇକୋର୍ଟ ରେଜିଷ୍ଟାର ଜେନେରାଲଙ୍କୁ ଅର୍ଡରର ଗୋଟିଏ କପି ସିଜେଆଇ ଏବଂ ଅନ୍ୟ ଏକ କପିକୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପଠାଇବାକୁ କହିଥିଲେ ।

ରିପୋର୍ଟ ଅନୁସାରେ ଜଷ୍ଟିସ ଗଙ୍ଗୋପାଧ୍ୟାୟ କହିଛନ୍ତି, ଯଦି ସୁପ୍ରିମକୋର୍ଟ ଅନୁଭବ କରୁଛନ୍ତି, ତେବେ ତାଙ୍କ ଖଣ୍ଡପୀଠ ଦ୍ୱାରା ଦିଆଯାଇଥିବା ଆଦେଶ ଉପରେ ପୁଣି ଧ୍ୟାନ ଦିଆଯିବା ଦରକାର । ଜଷ୍ଟିସ୍ ଗଙ୍ଗୋପାଧ୍ୟାୟଙ୍କ ଇସାରା ଟିଏମସି ଆଡ଼କୁ ଥିଲା । ତାଙ୍କ କହିବା ଏହା ଯେ ଜଷ୍ଟିସ୍ ସେନ୍ କିଛି ନାଁ କିଛି ବ୍ୟକ୍ତିଗତ ଲାଭ ପାଇଁ ଶାସକ ଦଳକୁ ସୁରକ୍ଷା ଦେବା ପାଇଁ ଉଦ୍ୟମ କରୁଛନ୍ତି । ଏଥିପାଇଁ ତାଙ୍କ କାର୍ଯ୍ୟ ସନ୍ଦେହ ପରିସରରେ ଅଛି ।

ଜାନୁଆରୀ ୨୪ରେ କୋଲକାତା ହାଇକୋର୍ଟରେ ଏକ ଆବେଦନ ଦାଖଲ ହୋଇଥିଲା । ଏଥିରେ କୁହାଯାଇଥିଲା, ରାଜ୍ୟରେ ଲୋକଙ୍କୁ ମେଡିକାଲ କୋର୍ସରେ ଭର୍ତ୍ତି ପାଇଁ ଜାଲ୍ ଜାତିଗତ ପ୍ରମାଣପତ୍ର ଜାରି କରାଯାଇଛି । ବୁଧବାର ସକାଳେ ଏହି ମାମଲାରେ ପ୍ରଥମେ ଜଷ୍ଟିସ୍ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ସାମନାରେ ରଖାଯାଇଥିଲା । ସେ ମାମଲାରେ ରାଜ୍ୟ ସରକାର ଏବଂ ପୋଲିସକୁ କାଠଗଡ଼ାରେ ଠିଆ କରି ସିବିଆଇ ତଦନ୍ତ ଆଦେଶ ଦେଇଥିଲେ । 

ଜଷ୍ଟିସ୍ ଗଙ୍ଗୋପାଧ୍ୟାୟ କହିଛନ୍ତି, ଟିଏମସି ନେତା ଶେଖ ଶାହଜହାଁକୁ ଗିରଫ କରିବାରେ ବିଫଳ ପଶ୍ଚିମବଙ୍ଗ ପୋଲିସ ଉପରେ ଅଧିକ ବିଶ୍ୱାସ ନାହିଁ । ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରେ ଇଡି ଟିମ୍ ଶାହଜହାଁ ଘରେ ରାସନ ଦୁର୍ନୀତି ମାମଲାରେ ଚଢଉ ପାଇଁ ପହଞ୍ଚିଥିବା ବେଳେ ଟିମ୍ ଉପରେ ଆକ୍ରମଣ ହୋଇଥିଲା ।

ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କ ଅନୁସାରେ ସେ ଏଜି କିଶୋର ଦତ୍ତଙ୍କୁ ଆଦେଶ ଦେଇଥିଲେ ଯେ, ତଦନ୍ତ ପେପର ସିବିଆଇକୁ ହସ୍ତାନ୍ତର କରିବେ । କିଛି ସମୟ ପରେ ଆଡଭୋକେଟ୍ ଜେନେରାଲ ଏହି ମାମଲାକୁ ନେଇ ଅନ୍ୟ ଏକ ଖଣ୍ଡପୀଠ ପାଖକୁ ନେଇଥିଲେ । ଏହି ଡିଭିଜନ୍ ବେଞ୍ଚେ ଜଷ୍ଟିସ ସୋମେନ ସେନ୍ ଏବଂ ଉଦୟ କୁମାର ଥିଲେ । ଏଜି ଦତ୍ତ ଖଣ୍ଡପୀଠକୁ ଅବଗତ କରାଇଥିଲେ ଯେ ଜଷ୍ଟିସ ଗଙ୍ଗୋପାଧ୍ୟାୟ ରାଜ୍ୟକୁ ତଦନ୍ତ କରିବା ପାଇଁ ଆଦେଶ ଦେଇ ନାହାନ୍ତି । ଏହାପରେ ଡିଭିଜନ ବେଞ୍ଚ ସିଙ୍ଗଲ୍ ବେଞ୍ଚର ଆଦେଶ ଉପରେ ରୋକ ଲଗାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.