ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

କ୍ୟାପିଟାଲ ହସ୍ପିଟାଲରେ ଡାଏଲେସିସ୍‌ ୟୁନିଟ୍‌ରେ ଶଯ୍ୟା ଅଭାବ: ନିରାଶ ହୋଇ ଫେରୁଛନ୍ତି କିଡ୍‌ନୀ ରୋଗୀ

ଭୁବନେଶ୍ୱର,୦୧/୦୨:  କ୍ୟାପିଟାଲ ହସ୍ପିଟାଲ୍‌କୁ ବହୁ ଆଶା ନେଇ ଦୂରଦୂରାନ୍ତରୁ କିଡ୍‌ନୀ ରୋଗୀ  ଆସୁଛନ୍ତି । ଶତାଧିକ ରୋଗୀଙ୍କ ନିୟମିତ ଭିଡ଼ ଜମୁଛି । ହେଲେ ଆବଶ୍ୟକୀୟ ଶଯ୍ୟା ନଥିବାରୁ ନିରାଶ ହୋଇ ଫେରୁଛନ୍ତି । ପ୍ରତିଦିନ ହସ୍ପିଟାଲ  ଡାଏଲେସିସ୍‌ ୟୁନିଟ୍‌ରେ ୨୧ ଶଯ୍ୟାରେ ୩  ବେଳାରେ ୬୩ ରୋଗୀଙ୍କ ଡାଏଲେସିସ୍‌  ହୋଇପାରୁଛି । କିନ୍ତୁ ପ୍ରତିଦିନ ୧୦୦ରୁ ଊଦ୍ଧ୍ୱର୍ ରୋଗୀ ଡାଏଲେସିସ୍‌ ପାଇଁ ଆସୁଛନ୍ତି । ୟୁନିଟ୍‌ରେ ଶଯ୍ୟା ସଂଖ୍ୟା  ବୃଦ୍ଧି କରିବାକୁ ରୋଗୀଙ୍କ ସମ୍ପର୍କୀୟ  ଦାବି କରିଛନ୍ତି । 

ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି,  ହସ୍ପିଟାଲ୍‌କୁ ବହୁ ସଂଖ୍ୟାରେ ରୋଗୀ  ଆସୁଛନ୍ତି । ହେଲେ ଶଯ୍ୟା ଅଭାବରୁ  ନିରାଶରେ ଫେରି ଯାଉଛନ୍ତି । ବର୍ତ୍ତମାନ ଆମର ୨୧ ଶଯ୍ୟାରେ ଡାଏଲେସିସ ମେସିନ୍‌ ରହିଛି । ଡାଏଲେସିସ୍‌ ୟୁନିଟ୍‌ରେ ଶଯ୍ୟା ସଂଖ୍ୟା ବଢ଼ାଇବାକୁ ଯୋଜନା ରଖାଯାଇଛି । ହେଲେ ବର୍ତ୍ତମାନ ୟୁନିଟ୍‌ରେ  ଜାଗା ଅଭାବରୁ ସମ୍ପ୍ରସାରଣ କରିବା ସମ୍ଭବପର ନୁହେଁ । ନୂଆ ମାଷ୍ଟର ପ୍ଲାନ୍‌ରେ ୟୁନିଟ୍‌ରେ ବଢ଼ାଇବାକୁ ଯୋଜନା କରାଯାଇଛି ।  

ହସ୍ପିଟାଲ୍‌ ଉପରେ ଗରିବ ଓ  ସାଧାରଣବର୍ଗ ରୋଗୀ ନିର୍ଭର କରିଥାନ୍ତି ।  ଘରୋଇ ହସ୍ପିଟାଲରେ ପ୍ରତି ଡାଏଲେସିସ୍‌ ପାଇଁ ୬ ହଜାର ପାଖାପାଖି ଟଙ୍କା  ନେଉଛନ୍ତି । ଗରିବ ରୋଗୀ ସେଠାରେ  ଚିକିତ୍ସିତ ହେବା ସମ୍ଭବ ନୁହେଁ ।  କ୍ୟାପିଟାଲ ହସ୍ପିଟାଲରେ ମାଗଣା ଚିକିତ୍ସା କରାଯାଉଛି । ଏହି ଭରସା ନେଇ ରୋଗୀ  ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଟଣୀ, ସମେସ୍ତ ଅନ୍ୟ ଜିଲ୍ଲାରୁ ମଧ୍ୟ ରୋଗୀ  ଚିକିତ୍ସା ପାଇଁ ଆସୁଛନ୍ତି । ଏହାବ୍ୟତୀତ  ଠିକ୍‌ ସମୟରେ ଚିକିତ୍ସା ପାଇଁ ଲାଇନ୍‌  ଲଗାଉଛନ୍ତି । ଆଉ ଚିକିତ୍ସା ପାଇଁ  ଡ଼ହଳବିକଳ ହେଉଛନ୍ତି । ଗୋଟିଏ ପଟେ  ଠିକ୍‌ ସମୟରେ ଚିକିତ୍ସା ତ ପାଇନାହାନ୍ତି ।  ଆଉ ଦୂରରୁ ଆସି ଫେରିକି ଯାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.