ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଓଡ଼ିଶା ଫୁଟବଲ୍‌ ଇତିହାସରେ ଯୋଡ଼ି ହେବ ନୂଆ ଫର୍ଦ୍ଦ: ଆଜି ଫିଫା ଟ୍ୟାଲେଣ୍ଟ ଏକାଡେମୀର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧/୧୧: ମଙ୍ଗଳବାର ଓଡ଼ିଶା ଫୁଟବଲ୍‌ ଇତିହାସରେ ଯୋଡ଼ି  ହେବ ଏକ ନୂଆ ଫର୍ଦ୍ଦ । ଭୁବନେଶ୍ୱରରେ ଦେଶର  ପ୍ରଥମ ଏଆଇଏଫ୍‌ଏଫ୍‌- ଫିଫା ଟ୍ୟାଲେଣ୍ଟ ଏକାଡେମୀର ଶୁଭ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ଫିଫାର ଗ୍ଲୋବାଲ ଫୁଟବଲ  ଡେଭଲପମେଣ୍ଟର ମୁଖ୍ୟ ଆର୍ସେନ୍‌ ୱିଙ୍ଗର,  ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ସର୍ବଭାରତୀୟ ଫୁଟବଲ୍‌ ସଂଘର  ସଭାପତି କଲ୍ୟାଣ ଚୌବେ ।  

ୱିଙ୍ଗର ଓ ଚୌବେ ଆଜି ଭୁବନେଶ୍ୱରରେ  ଆସି ପହଞ୍ଚିଛନ୍ତି । ସେମାନେ ଭୁବନେଶ୍ୱର  ବିମାନବନ୍ଦରରେ ପହଞ୍ଚିବା ପରେ କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା ଉଭୟଙ୍କୁ ପୁଷ୍ପଗୁଚ୍ଛ ଓ  ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ ।  ଦେଶରେ ଏକ ବିଶ୍ୱସ୍ତରୀୟ  ଏକାଡେମୀ ପ୍ରତିଷ୍ଠା ନେଇ ସର୍ବଭାରତୀୟ ଫୁଟବଲ ସଂଘ  (ଏଆଇଏଫ୍‌ଏଫ୍‌) ଯେଉଁ  ପ୍ରୟାସ ଜାରି ରଖିଥିଲା ତାହା  ଶେଷରେ ସଫଳ ହୋଇଛି । ଏଆଇଏଫ୍‌ଏଫ୍‌ର ଘୋଷଣା ପରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବେଶ୍‌ ଖୁସି  ପ୍ରକାଶ କରିଥିଲେ । 

ସେ ଟ୍ୱିଟ୍‌ କରି  ଲେଖିଥିଲେ,‘ଦେଶର ପ୍ରଥମ ଏଆଇଏଫ୍‌ଏଫ୍‌- ଫିଫା ଟ୍ୟାଲେଣ୍ଟ ଏକାଡେମୀ ଖୋଲିବା ପାଇଁ  ଫିଫା ଭୁବନେଶ୍ୱରକୁ ଚୟନ କରିଥିବାରୁ  ଆମେ ଗର୍ବିତ । ଏହି ଏକାଡେମୀରେ ଦେଶର  ପ୍ରତିଭାମାନଙ୍କୁ ଲାଳନ ପାଳନ କରାଯିବ । କ୍ରୀଡ଼ାର  ବିକାଶ ନେଇ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ  ଏବଂ ଆମେ ସର୍ବଭାରତୀୟ ଫୁଟବଲ ସଂଘ  ସହ ମିଳିତ ହୋଇ ଫୁଟବଲ ଖେଳାଳିଙ୍କ  ପାଇଁ ଆବଶ୍ୟକ ଶ୍ରେଷ୍ଠ ସୁବିଧା ସୁଯୋଗ  ଯୋଗାଇ ଦେବା ଦିଗରେ କାର୍ଯ୍ୟ କରୁଛୁ ।

Copyright © 2022 - Summa Real Media Private Limited. All Rights Reserved.