ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଚୀନ୍‌ରେ ଦମ୍ପତିଙ୍କୁ ମିଳିଲା ଫାଶୀ ଦଣ୍ଡ , ୨ଶିଶୁଙ୍କୁ ୧୫ ମହଲା କୋଠାରୁ ଫିଙ୍ଗି ଦେଇ ଥିଲେ !

Published By : Prameya | February 1, 2024 8:47 PM

ନୂଆଦିଲ୍ଲୀ – ଚୀନ୍‌ର ଚୋଙ୍ଗକିଙ୍ଗରେ ଏକ ପ୍ରେମୀ ଯୋଡ଼ିଙ୍କୁ ମିଳିଛି ଫାଶୀଦଣ୍ଡ। ଏଠାରେ ଏକ ଆପାର୍ଟମେଣ୍ଟର ୧୫ତମ ମହଲାରୁ ୨ ନବଜାତଙ୍କୁ ଫିଙ୍ଗିବା ମାମଲାରେ ଅଭିଯୁକ୍ତ ଓ ତାଙ୍କର ପ୍ରେମିକାଫାଶୀ ଖୁଣ୍ଟରେ ଝୁଲିଛନ୍ତି । ଏହାପରେ ସାରା ଦେଶରେ ହଙ୍ଗାମା ସୃଷ୍ଟି ହୋଇଛି। ଦେଶର ଶୀର୍ଘ କୋର୍ଟ ନିକଟରେ ଦୁହିଁଙ୍କ ପାଇଁ ସଜା-ଏ-ମୌତ୍‌ର ଘୋଷଣା କରିଥିଲେ। ଏହାପରେ ଦୁହିଁଙ୍କୁ ଫାଶୀ ଦିଆଯାଇଛି। 

ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁସାରେ , ଝାଙ୍ଗ ବୋ ଓ ତାଙ୍କର ପ୍ରେମିକା ୟେ ଚେଙ୍ଗଚେନ୍‌ ୨ ନଭେମ୍ୱର ୨୦୨୦ ରେ ୨ ବର୍ଷର ଝିଅ ଓ ବର୍ଷକର ପୁଅକୁ ୧୫ତମ ମହଳାରୁ ଫିଙ୍ଗି ଦେଇଥିଲେ। ପୁଲିସର ଯାଞ୍ଚରୁ ଜଣାପଡ଼ିଛି କି , ଝାଙ୍ଗ୍‌ ଓ ୟେ ଦୁଇ ନବଜାତ ପିଲାଙ୍କ ହତ୍ୟାର ଷଡ଼ଯନ୍ତ୍ର ରଚିଥିଲେ ଏବଂ ସ୍ଥାନୀୟ ଓକିଲ ଦୁହିଁଙ୍କ ବିରୋଧରେ ଜାଣିଶୁଣି ହତ୍ୟାର ଅଭିଯୋଗ ରୁଜୁ କରିଥିଲେ।

ଚୋଙ୍ଗକିଙ୍ଗ୍‌ ପବ୍ଲିକ୍‌ ପ୍ରସିକ୍ୟୁଟରର ଅଫିସ୍‌ ପକ୍ଷରୁ ଜାରି ଏକ ଅଭିଯାନ ଅନୁସାରେ , ଝାଙ୍ଗ ଓ ୟେ ଉଭୟ ସୋସିଆଲ ମିଡ଼ିଆ ମାଧ୍ୟମରେ ସଂପର୍କ ଗଢି ଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଏବଂ ସେମାନେ ରିଲେସନସିପ୍‌କୁ ଆସିଥିଲେ। ଝାଙ୍ଗ୍‌ ବୋ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ । ଏଥିରେ ୟେ ଚେଙ୍ଗଚେନ୍‌ କହିଥିଲେ କି,  ଯଦି ତାଙ୍କର ପିଲା ତାଙ୍କ ସହ ରହିବେ , ତ ସେ ସେଠାରେ ତାଙ୍କ ସହ ରହିବେ ନାହିଁ । 

ଫେବ୍ରୁଆରୀ ୨୦୨୦ରେ ଝାଙ୍ଗ ଓ ୟେ , ଝାଙ୍ଗଙ୍କର ଦୁଇ ଜଣ ନବଜାତକ ଶିଶୁଙ୍କୁ ହତ୍ୟା କରିବାର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇ ଥିଲେ। ସେ ନିଷ୍ପତ୍ତି ନେଇଥିଲେ କି, ସେ ଏ ଦୁର୍ଘଟଣାର ଷଡ଼ଯନ୍ତ୍ର ରଚିବେ, ଯେଉଁଥିରେ ନବଜାତ ଶିଶୁର ମୃତ୍ୟୁ ହୋଇଯିବ।  ଜୁଲାଇ ୨୦୨୧ରେ ମାମଲାର ପ୍ରଥମ ଶୁଣାଣି ବେଳେ ଶିଶୁର ମାଆ ଚେନ ମିଲିନ୍‌ ଅଦାଲତରେ କ୍ଷତିପୂରଣ ଦାବି କରିଥିଲେ ଏବଂ ନିଜର ପୂର୍ବ ସ୍ୱାମୀ ଓ ତାଙ୍କର ପ୍ରେମିକା ପାଇଁ କଠୋର ଦଣ୍ଡ ନେଇ ଦାବି କରିଥିଲେ।  

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.