ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡାକ୍ତର ନିଯୁକ୍ତି ନେଇ ସିଡିଏମଓଙ୍କଠାରେ ଦାବି

କାଶୀପୁର,୨୨/୧୧ : କାଶୀପୁର ବ୍ଲକର ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜକୁ ପ୍ରାୟ ଦୁଇ ମାସ ଧରି ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ପାଇଁ ଶାସକ ବିଜେଡି ପକ୍ଷରୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଆଜି କାଶୀପୁର ବ୍ଲକ ଅଧ୍ୟକ୍ଷ କଣ୍ଠ ମାଝୀ, ବିଜେଡି ବ୍ଲକ ସଭାପତି ବିନୋଦ ନାଏକ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ହରପ୍ରସାଦ ନାୟକ, ଅମିତ ନାୟକ, ପ୍ରତାପ ବାଘ, ଲିଙ୍ଗ ରାଜ ନାଏକ ପ୍ରମୁଖ ସିଡିଏମଓଙ୍କ ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ବିଭାଗର ପ୍ରଶାସନିକ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକଙ୍କୁ ଦରଖାସ୍ତ ପ୍ରଦାନ କରିଛନ୍ତି । ସେହିପରି ବିରୋଧୀ କଂଗ୍ରେସ ପକ୍ଷରୁ ମଧ୍ୟ ଡାକ୍ତର ନିଯୁକ୍ତି ଦାବି କରି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି । ଗତ ଜୁନ ୨୩ରେ ଟିକିରି ପିଏଚସିରେ ଯୋଗଦେଇଥିବା ଡାକ୍ତର ବିଶ୍ୱନାଥ ଜଗାରଙ୍ଗା, ପିଜି ପାଇଁ ଯାଇଥିବାରୁ ଏହି ସ୍ଥାନଟି ଖାଲି ପଡ଼ିଛି । ଅପରପକ୍ଷରେ ଆଜକୁ ପ୍ରାୟ ଦୁଇ ମାସ ଧରି ଖାଲି ପଡ଼ିଥିବା ଡାକ୍ତର ପଦବୀର ପୂରଣ ଦିଗରେ ବିଳମ୍ବ କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଛି । ଏହି ବିଷୟରେ ଚଳିତ ମାସ ୧୦ତାରିଖରେ ଖବରପ୍ରକାଶ ପାଇଥିଲା । 

    ସୂଚନାଯୋଗ୍ୟ, ଜୁନ ୨୩ତାରିଖରେ ଡାକ୍ତର ବି ଜଗାରଙ୍ଗା ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗଦେଇଥିଲେ । ଓପିଏସରେ ନିଯୁକ୍ତି ପ୍ରାପ୍ତ ଡାକ୍ତର ବିଶ୍ୱନାଥ ଜଗାରଙ୍ଗାଙ୍କ ସହିତ ଡା.ପ୍ରାର୍ଥ ସାରଥୀ ମହାନ୍ତି, ଡ଼ା ଅମିତ କୁମାର ବିଶୋଇ ଏବଂ ଡ଼ା ଅର୍ଚ୍ଚିତା ଦାଶ ୪ନୂତନ ଡାକ୍ତର କାଶୀପୁର ସିଏଚସି ଅଧୀନରେ ଥିବା ବିଭିନ୍ନ ପିଏଚସି ଯୋଗ ଦେଇଥିଲେ । ଡାଇରିଆ ପ୍ରବଣ କାଶୀପୁର ବ୍ଲକର ବିଭିନ୍ନ ପିଏଚସିରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ନେଇ କାଶୀପୁର ବ୍ଲକ ଅଧ୍ୟକ୍ଷ ସହ ବିଧାୟକ ଏବଂ ଅନ୍ୟ ଜନ ପ୍ରତିନିଧିମାନେ ଜିଲ୍ଲାପାଳ ଏବଂ ବିଭାଗୀୟ ଉଚ୍ଚ ଅଧିକାରୀଙ୍କଠାରେ ବାରମ୍ବାର ଦାବି କରିବା ପରେ ପଦବୀ ପୂରଣ କରାଯାଇଥିଲା । କାଶୀପୁର ସିଏଚସି ଅଧୀନରେ ୬ଟି ପିଏଚସି(ନ୍ୟୁ)ରହିଛି। କିନ୍ତୁ ସିଏଚସିରେ ଦୁଇ ବିଶେଷଜ୍ଞ ଡାକ୍ତର, ନିୟମିତ ଇନ ଚାର୍ଜ ପଦବୀ ଦୀର୍ଘ ଦିନ ଧରିଖାଲି ପଡ଼ିଛି ।କାଶୀପୁର ସିଏଚ ସି ର ଡାକ୍ତରଙ୍କ ସମେତ ଏଲ ଟି, ଅନ୍ୟାନ୍ୟ ପଦଵୀଭଳି ବାର ଜଣ କର୍ମଚାରୀ ଙ୍କ ଆବଶ୍ୟକଥିବାବେଳେ ମାତ୍ର ୩ଜଣ ଥିବାରୁ ପରିଚାଳନାରେ ସମସ୍ୟା ଦେଖା ଦେଉଥିବା ଅଭିଯୋଗ ହେଉଛି । ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.