ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି ପାଇଁ ଆସନ୍ତା ବର୍ଷରୁ ହେବ କମନ୍ ଏଲିଜିବିଲିଟି ଟେଷ୍ଟ, ଦେଶର ୧୧୭ ଜିଲ୍ଲାରେ ହେବ କେନ୍ଦ୍ର

ନୂଆଦିଲ୍ଲୀ, ୧୧/୦୯: ଜାତୀୟ ନିଯୁକ୍ତି ସଂସ୍ଥା (NRA) ଆସନ୍ତା ବର୍ଷରୁ କେନ୍ଦ୍ରର ଗ୍ରୁପ୍ ବି ଓ ସି ପଦ ଲାଗି କମନ୍ ଏଲିଜିବିଲିଟି ଟେଷ୍ଟ (CET) ପରୀକ୍ଷା ଆରମ୍ଭ କରିବ । ପ୍ରାରମ୍ଭରେ ମେ-ଜୁନରେ ସ୍ନାତକ ସ୍ତରର କମନ୍ ଏଲିଜିବିଲିଟି ଟେଷ୍ଟ ହୋଇପାରେ । ଏହି ପରୀକ୍ଷା ଦେଶର ୧୧୭ ଜିଲ୍ଲାର ଏକ ହଜାରରୁ ଅଧିକ ପରୀକ୍ଷା କେନ୍ଦ୍ରରେ ହେବ । ଏଥିରେ ସବୁ ଜିଲ୍ଲାର ମୁଖ୍ୟାଳୟକୁ ସାମିଲ୍ କରାଯିବ ।

ସିଇଟି ସ୍କୋର୍ ଆଧାରରେ କେନ୍ଦ୍ର, ରାଜ୍ୟ ସରକାର, ପିଏସୟୁ ଏବଂ ଘରୋଇ ସଂସ୍ଥା ନିଯୁକ୍ତି ପ୍ରଦାନ କରି ପାରିବେ । ସିଇଟି ସ୍କୋର୍ ୩ ବର୍ଷ ଲାଗି ବୈଧ ରହିବ । ଗୋଟିଏ ବର୍ଷରେ ୨ ଥର ଆୟୋଜିତ ହେବ କମନ୍ ଏଲିଜିବିଲିଟି ଟେଷ୍ଟ ।

ଆସନ୍ତା ୧୦ ଦିନରେ ରାଜ୍ୟରେ ଦୁଇଟି ଲଘୁଚାପ ସମ୍ଭାବନା, ୧୨ରୁ ବଢ଼ିବ ବର୍ଷା

ଏହି ପରୀକ୍ଷା ଏବେ ଯାଏ ସର୍ଭିସ୍ ସିଲେକ୍ସନ୍ କମିଶନ, ରେଲୱେ ରିକ୍ୟୁଟମେଣ୍ଟ ବୋର୍ଡ ଓ ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସନାଲ୍ ସିଲେକ୍ସନ ଭଳି ଅଲଗା ଅଲଗା ଏଜେନ୍ସି ମାଧ୍ୟମରେ କରାଯାଉଥିଲା । ଏନ୍ଆରଏ ସୂତ୍ର ଅନୁସାରେ, ସିଇଟିର ସିଲାବସ୍, ପରୀକ୍ଷା ଫି ଆଦି ସ୍ଥିର ଲାଗି ବିଶେଷଜ୍ଞ ପରାମର୍ଶ କମିଟି ରିପୋର୍ଟ ଦେଇ ସାରିଛି ।

ପରୀକ୍ଷା ଲାଗି ଡିଜିଟାଲ୍ ପରୀକ୍ଷଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରେଲୱେ ବୋର୍ଡ, ବ୍ୟାଙ୍କିଂ ସଂସ୍ଥା ଓ ସେବା ଚୟନ ଆୟୋଗ ଏନେଇ ଆଲୋଚନା କରୁଛନ୍ତି । ଗତମାସରେ ସଂସଦର ସ୍ଥାୟୀ ସମିତିର ରିପୋର୍ଟ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ କରିଥିଲେ । 

ଜି-୨୦ ସମ୍ମିଳନୀର ସଫଳତା ପାଇଁ ମୋଦିଙ୍କୁ ପ୍ରଶଂସା କଲେ ଶାହାରୁଖ, ଟ୍ୱିଟ୍‌ କରି ଲେଖିଲେ ଏମିତି କିଛି

ଏନ୍ଆରଏର ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ଏବେ ଭିନ୍ନ ଭିନ୍ନ ଏଜେନ୍ସି ୫୦ରୁ ଅଧିକ ପରୀକ୍ଷା ଆୟୋଜିତ କରୁଛନ୍ତି । ବିଜ୍ଞପ୍ତିରୁ ନେଇ ଚୟନ ପ୍ରକ୍ରିୟା ପାଇଁ ୧୨ରୁ ୧୮ ମାସ ସମୟ ଲାଗୁଛି । ଗୋଟିଏ କମନ୍ ଟେଷ୍ଟ କରାଗଲେ ଏହି ସମୟ କମିଯିବ ।

Copyright © 2022 - Summa Real Media Private Limited. All Rights Reserved.