ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହମାସକୁ ସହାୟତା ଅଭିଯୋଗ, UNRWAକୁ ଫଣ୍ଡିଂ ବନ୍ଦ କଲେ ୬ ୟୁରୋପୀୟ ରାଷ୍ଟ୍ର

ନୂଆଦିଲ୍ଲୀ, ୨୮/୦୧: ଇସ୍ରାଏଲ୍-ହମାସ୍ ଯୁଦ୍ଧ ଲାଗି ରହିଥିବା ବେଳେ ଗାଜାପଟ୍ଟିରେ ଖାଦ୍ୟ ସହ ଔଷଧ ଓ ଅନ୍ୟ ଆବଶ୍ୟକୀୟ ସାମଗ୍ରୀର ଅଭାବ ଲାଗି ରହିଛି । ଏଭଳି ସ୍ଥିତିରେ ଆମେରିକା, ଅଷ୍ଟ୍ରେଲି ଓ କାନାଡ଼ା ପରେ ୬ ଗୋଟି ୟୁରୋପୀୟ ଦେଶ ଜାତି ସଂଘର ଏଜେନ୍ସିକୁ ଫଣ୍ଡିଂ ବନ୍ଦ କରି ଦେଇଛନ୍ତି ।

ଅଭିଯୋଗ ଅନୁସାରେ, ଜାତିସଂଘର ଏଜେନ୍ସି UNRWAର କର୍ମଚାରୀ ଅକ୍ଟୋବର ୭ରେ ଇସ୍ରାଏଲ୍ ଉପରେ ଆକ୍ରମଣ ପାଇଁ ହମାସକୁ ସହଯୋଗ କରିଥିଲେ । ଏଭଳି ଦାବି ପରେ ୬ ୟୁରୋପୀୟ ଦେଶ ସହାୟତା ଦେବା ବନ୍ଦ କରି ଦେଇଛନ୍ତି । ଇସ୍ରାଏଲ୍ UNRWAର କର୍ମଚାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିବା ପରେ ବ୍ରିଟେନ୍, ଜର୍ମାନୀ, ଇଟାଲୀ, ନେଦରଲାଣ୍ଡ, ସ୍ୱିଜରଲାଣ୍ଡ ଓ ଫିନଲାଣ୍ଡ ଫଣ୍ଡିଂ ବନ୍ଦ କରିଛନ୍ତି ।

UNRWAର କମିଶନର ଜେନରାଲ୍ ଫିଲିପ୍ ଲେଜାରିନି ସୋସିଆଲ୍ ମିଡିଆରେ ଲେଖିଛନ୍ତି, ଗାଜାରେ ଫିଲିସ୍ତିନୀଙ୍କୁ ଅତିରିକ୍ତ ସାମୁହିକ ସଜ୍ଜାର ଆବଶ୍ୟକତା ନାହିଁ । ଏହା ଆମ ସମସ୍ତଙ୍କ ଲାଗି କଳଙ୍କ । ଶୁକ୍ରବାର UNRWA ପକ୍ଷରୁ କୁହାଯାଇଥିଲା, ଆସିଥିବା ଅଭିଯୋଗ ଅନୁସାରେ କର୍ମଚାରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ଯେଉଁମାନଙ୍କ ନାଁରେ ଅଭିଯୋଗ ଆସିଛି, ସେମାନଙ୍କୁ ସେବାରୁ ବିରତ କରା ଯାଇଛି ।

ଅକ୍ଟୋବର ୭ରେ ଇସ୍ରାଏଲ୍ ଉପରେ ଅତର୍କିତ ଆକ୍ରମଣ କରିଥିଲେ ହମାସ୍ ଆତଙ୍କବାଦୀ । ଯେଉଁଥିରେ ୧୨୦୦ ଇସ୍ରାଏଲ୍ ନାଗରିକ ପ୍ରାଣ ହରାଇଥିଲେ । ୨୪୦ରୁ ଅଧିକ ଇସ୍ରାଏଲ୍ ନାଗରିକଙ୍କୁ ପଣବନ୍ଦୀ କରି ନେଇଥିଲା ହମାସ୍ । ସେବେଠାରୁ ଗାଜା ପଟ୍ଟି ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ୍ । ଯୁଦ୍ଧରେ ୨୬୦୦୦ରୁ ଅଧିକ ଫିଲିସ୍ତିନୀଙ୍କୁ ମୃତ୍ୟୁ ହେଲାଣି । ୨.୩ ମିଲିୟିନ୍ ଲୋକ ବାସ ଗୃହ ହରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.