ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ସୋଆ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ବୋନ୍ ସ୍କ୍ରୁ ପ୍ରକ୍ରିୟାରେ ଆହତ ଗାଈର ଚିକିତ୍ସା

ଭୁବନେଶ୍ୱର,୦୯/୧୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବାଣ୍ଡ୍ରୀ (ଆଇଭିଏସ୍‌ଏଏଚ୍‌) କ୍ଳିନିକାଲ୍ କମ୍ପ୍ଲେକ୍ସ ଠାରେ ସଫଳତାର ସହ ଗୋଟିଏ ଗାଈର ଅସ୍ତ୍ରୋପଚାର କରାଯାଇଛି । ଗାଈଟିର ଡାହାଣ ପାଶ୍ୱର୍ ଗୋଡ଼ଟି ଭାଙ୍ଗି ଯାଇଥିବା ବେଳେ ବୋନ୍ ସ୍କ୍ରୁ ପ୍ରକ୍ରିୟାରେ ସଫଳତାର ସହ ଅସ୍ତ୍ରୋପଚାର କରାଯାଇଥିଲା । ଗାଈ ମାନଙ୍କ କ୍ଷେତ୍ରରେ ଅସ୍ଥିଶଲ୍ୟ ଅସ୍ତ୍ରୋପଚାର ପ୍ରାୟତଃ କରାଯାଉ ନଥିବା ବେଳେ ଇନ୍‌ଭେସିଭ୍ ସର୍ଜିକାଲ ପ୍ରକ୍ରିୟା ଖୁବ୍ ବିରଳ । ଗାଈଟିକୁ ଭେଟେରିନାରୀ କ୍ଲିନିକାଲ୍ କମ୍ପେ୍ଲକ୍ସକୁ ଅଣାଯାଇଥିବା ବେଳେ ପରୀକ୍ଷା ନିରୀକ୍ଷା ବେଳେ ୩ ମାସ ତଳୁ ତା’ଗୋଡଟି ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା ଏବଂ ଇତି ମଧ୍ୟରେ ଏହା ଯୋଡି ହୋଇଯାଇଥିଲା । ଏକ୍ସରେରୁ ଜଣାପଡ଼ିଥିଲା ଯେ ତାର ଭାଙ୍ଗି ଯାଇଥିବା ଆଗ ଗୋଡଟି ଭୁଲ୍ ଭାବରେ ଯୋଡି ହୋଇଥିଲା ବୋଲି ଆଇଭିଏସ୍‌ଏଏଚ୍‌ର ସର୍ଜରୀ ବିଭାଗର ଫ୍ୟାକଲ୍ଟି ଡାକ୍ତର ରମେଶ ଚନ୍ଦ୍ର ବେହେରା କହିଛନ୍ତି । 

ତେଣୁ ଏହି ଗାଈଟିର ବୋନ୍ ସ୍କ୍ରୁ ପ୍ରକ୍ରିୟାରେ ହାଡର ପୁନଃସ୍ଥାପନ କରାଯାଇଥିଲା ଓ ସଙ୍କୁଚିତ ମାଂସପେଶୀକୁ ସଜଡା ଯାଇ ଗୋଡଟିକୁ ପ୍ଳାଷ୍ଟର କରାଯାଇଥିଲା ବୋଲି ସେ କହିଛନ୍ତି । ଡାକ୍ତର ବେହେରାଙ୍କୁ ସର୍ଜରୀ ବିଭାଗର ଡାକ୍ତର ବିକାଶ ଦାସ ଓ ଡାକ୍ତର ଅନାଲିସା ଦେବବର୍ମନ୍ ଅସ୍ତ୍ରୋପଚାରରେ ସହଯୋଗ କରିଥିଲେ । ଇନ୍‌ଟ୍ରାଭେନସ୍ ଆନେସଥେସିଆ ସାହାଯ୍ୟରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଅସ୍ତ୍ରୋପଚାର କରାଯାଇଛି । 

Copyright © 2022 - Summa Real Media Private Limited. All Rights Reserved.