ପ୍ରମୁଖ ଖବର
  • ପଦ୍ମ ଧରିଲେ ପ୍ରଶାନ୍ତ ଜଗଦେବ, ବିଜେଡିରୁ ହୋଇଥିଲେ ୨ ଥରର ବିଧାୟକ
  • ||
  • ରତ୍ନଭଣ୍ଡାର ଅଳଙ୍କାର ଲିଷ୍ଟ ପାଇଁ କମିଟି ଗଠନ, ୧୨ ଜଣିଆ କମିଟି ଗଠନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ମହାରାଜ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଛି ମିଟିଂ
  • ||
  • ମାର୍ଚ୍ଚ ୫​‌ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚଣ୍ଡିଖୋଲର ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • ହିମାଚଳର ୬ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସଦସ୍ୟତା ରଦ୍ଦ
  • ||
  • ଉଦଳା: ସ୍କୁଟି- ବାଇକ୍ ଧକ୍କାରେ ଚାଲିଗଲା ୩ ଜଣ ଜୀବନ
  • ||
  • ୧୦ ବର୍ଷର ପ୍ରତୀକ୍ଷାର ଅନ୍ତ: ଆଜି ବକ୍ସ ଡ୍ରେନ୍‌ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ୪୫୦ କୋଟିରେ ହୋଇଛି ନିର୍ମାଣ
  • ||
  • ଭିଜିଲାନ୍ସ ଜାଲରେ ରାଉରକେଲା ESIC ସିନିଅର ଆସିଷ୍ଟାଣ୍ଟ ଅଭିରାମ ସାହୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ବିଜେପି ସିଇସିର ପ୍ରଥମ ବୈଠକ: ଆଜି ୧୨୦ ପ୍ରାର୍ଥୀଙ୍କ ତାଲିକା ଜାରି କରିପାରେ ଦଳ
  • ||
  • ପଦ୍ମ ଧରିବେ ପ୍ରଶାନ୍ତ, ମନ୍ମଥ ! ଖୁବଶୀଘ୍ର ହୋଇପାରେ କିଛି ବଡ଼ ଘୋଷଣା
  • ||
  • ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା, ଫ୍ୟାନ୍‌ରେ ଝୁଲିପଡିଲେ ପ୍ରଦୀପ କୁମାର ଘୋଷ
  • ||
  • ସରିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ, ଆଜି ବିଦାୟ ନେବେ ୬ ଅପେରା ପାର୍ଟି
  • ||
  • ଟ୍ରକ୍ ସହ ବସ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୬ ଗୁରୁତର
  • ||
  • WPL-2024: ବିଜୟ ଖାତା ଖୋଲିଲା ୟୁପି ଓ୍ୱାରିୟର୍ସ, ୭ ୱିକେଟ୍‌ରେ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ
  • ||
  • ଝଲସୁଛି ଉତ୍କଳ ବିଶ୍ୱବିଦ୍ୟାଳୟ, ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ରାଜ୍ୟର ୫ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା, ଉପକୂଳ ଓଡ଼ିଶାରେ ବଢ଼ିବପାରେ ତାତି
  • ||

ଝାଡୁଦାର୍‌ଙ୍କ ଚାକିରି ଶେଷ ଦିନରେ ଆଲିଙ୍ଗନ କଲେ ଡିଜି ଅରୁଣ କୁମାର ଷଡ଼ଙ୍ଗୀ, ଧନୀ କହିଲେ 'ମୋ ଜୀବନରେ ସ୍ମରଣୀୟ ରହିବ'..

କଟକ,୦୧/୦୨: ପୁଲିସ ବିଭାଗରେ ଦୀର୍ଘ ୩୮ ବର୍ଷ ଧରି ଝାଡ଼ୁଦାର ଭାବେ ଚାକିରି କରିଥିଲେ ଧନୀ ନାୟକ । ବୁଧବାର ତାଙ୍କ ଚାକିରିର ଶେଷ ଦିନରେ ତାଙ୍କୁ  ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଉଥିବାବେଳେ ଡିଜି ଅରୁଣ କୁମାର ଷଡ଼ଙ୍ଗୀ ଧନୀଙ୍କୁ  ଆଲିଙ୍ଗନ କରିଥିଲେ ଯାହାକି ପୁଲିସ ମୁଖ୍ୟାଳୟରେ ନିଆରା ପରିବେଶ ସୃଷ୍ଟି କରିଥିଲା ।  ଡିଜିଙ୍କ ଆଲିଙ୍ଗନରେ ଧନୀ ଏପରି ଆତ୍ମହରା ହୋଇଯାଇଥିଲେ ଯେ ତାଙ୍କ ଆଖିରୁ ଲୁହ ଝରିଆସିଥିଲା । ଜଣେ ତଳ ପାହ୍ୟାର କର୍ମଚାରୀଙ୍କ ପ୍ରତି ରାଜ୍ୟ ପୁଲିସ ମୁଖ୍ୟଙ୍କ ଏପରି  ସମ୍ମାନ କେବେ ଦେଖିବାକୁ ମିଳିନଥିଲା ବୋଲି ପୁଲିସ୍‌ ମୁଖ୍ୟାଳୟର ଅନେକ ବରିଷ୍ଠ  କର୍ମଚାରୀ କହିଛନ୍ତି । 

ଧନିଙ୍କ କହିବା କଥା, ପୁଲିସ୍‌ ବିଭାଗରେ ଚାକିରି କରିବା ଭିତରେ  ଅନେକ ଆଇପିଏସ୍‌ ଅଫିସରଙ୍କ ପ୍ରକୋଷ୍ଠ ଏବଂ ଅଫିସରେ ଝାଡ଼ୁ କରିଛି। ଝାଡୁଦାର  ହେଲେ ମଧ୍ୟ ଡିଜି ସାର ମୋତେ ଚାକିରିର ଶେଷ ଦିନରେ ଯେପରି ଆଲିଙ୍ଗନ କଲେ  ତାହା ମୋ ଜୀବନରେ ସ୍ମରଣୀୟ ରହିବ । ସେହିପରି ପୁଲିସ୍‌ ମୁଖ୍ୟାଳୟରେ କାର୍ଯ୍ୟରତ ଡିଏସ୍‌ପି କନକଲତା ବିଶୋୟୀଙ୍କୁ ମଧ୍ୟ ଡିଜି ଅବସରକାଳୀନ ସମ୍ବର୍ଦ୍ଧନା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.