ଦାରିଙ୍ଗବାଡି: ୨୯/୧୧, : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଦାସିଙ୍ଗବାଡ଼ି ପଞ୍ଚାୟତ ସରପଞ୍ଚଙ୍କ ପାଞ୍ଚ ଟି ସନ୍ତାନ ଥିବା ଅଭିଯୋଗରେ ସରପଞ୍ଚଙ୍କୁ ଜିଲ୍ଲାପାଳ ଅଯୋଗ୍ୟ ଘୋଷଣା କରିଛନ୍ତି ।
ଦାସିଙ୍ଗବାଡ଼ି ସରପଞ୍ଚ ସାନୁଜ ପ୍ରଧାନ ୨୦୨୨ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୁଲ ସତ୍ୟପାଠ ପ୍ରଦାନ କରି ନିର୍ବାଚନ ଲଢି ବିଜୟ ହୋଇଥିଲେ । ଏନେଇ ପ୍ରତିପକ୍ଷ ପ୍ରାର୍ଥୀ ଅନନ୍ତ ପ୍ରଧାନ କନ୍ଧମାଳ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ସହ ୫ ଟି ସନ୍ତାନର ଜନ୍ମ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହାପରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଓ ସିଡିପିଓ ଙ୍କ ତଦନ୍ତ ରିପୋର୍ଟ ପାଇବା ପରେ ଗତ ୨୨ ତାରିଖ ରେ ଦାସିଂବାଡ଼ି ସରପଞ୍ଚ ସାନୁଜ ପ୍ରଧାନଙ୍କୁ ଅଯୋଗ୍ୟ ଘୋଷଣା(ଚିଠି ନମ୍ୱର ୧୧୫୮/୨୨.୧୧.୨୦୨୩) କରିଛନ୍ତି ।
ଆହୁରି ପଢନ୍ତୁ : ଚିଟଫଣ୍ଡ ସଂସ୍ଥା ଏମଜିଏଲ ଇନଫ୍ରା କମ୍ପାନୀର ୨ କର୍ମଚାରୀଙ୍କୁ ୩ ବର୍ଷ କାରାଦଣ୍ଡ