କେସିଙ୍ଗା, ୧୧।୨: ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କ ପୁରୀ ଯାତ୍ରା । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଓ ଏନଏସି ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ରବିବାର ସକାଳୁ ବସ୍ ଯୋଗେ କେସିଙ୍ଗା ସହରରୁ ବାହାରି ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । କେସିଙ୍ଗା ବ୍ଲକର ୨୬ ଗୋଟି ପଞ୍ଚାୟତ ପାଇଁ ୧୪ ଗୋଟି ବସ୍ ର ବ୍ୟବସ୍ଥା କରାଯାଇନଥିବା ନେଇ କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ ପ୍ରକାଶ କରିଛନ୍ତି ।
ବ୍ଲକର ପ୍ରତି ପଞ୍ଚାୟତ ଅଞ୍ଚଳରୁ ୨୦ ଜଣ ଲେଖାଏଁ ଶ୍ରଦ୍ଧାଳୁଙ୍କ ଯାତ୍ରା ପାଇଁ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି । ଗୋଟିଏ ବସ୍ରେ ଦୁଇଟି ପଞ୍ଚାୟତର ଶ୍ରଦ୍ଧାଳୁଙ୍କ ପାଇଁ ସିଟ୍ ବ୍ୟବସ୍ଥା କରାଯାଇଛି ଓ ଶ୍ରଦ୍ଧାଳୁମାନଙ୍କ ଯିବା ଆସିବାରେ ସମସ୍ତ ସୁବିଧା ସହଯୋଗ କରିବା ପାଇଁ ବ୍ଲକ ପ୍ରଶାସନ ତରଫରୁ ପ୍ରତି ବସ୍ରେ ଜଣେ ପିଇଓ କିମ୍ବା ଜିଆରଏସ୍ଙ୍କୁ ଦାୟିତ୍ଵ ଦିଆଯାଇଛି । ସେହିପରି କେସିଙ୍ଗା ଏନଏସି ୧୨ ଗୋଟି ୱାର୍ଡରୁ ମଧ୍ୟ ସ୍ୱତନ୍ତ୍ର ବସ୍ ଯୋଗେ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଯାତ୍ରା କରିଛନ୍ତି । କେସିଙ୍ଗା ଏନଏସିର ପ୍ରତି ୱାର୍ଡରୁ ୨୦ ଜଣ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ପୁରୀ ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି ।