ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

୮ ପୂର୍ବତନ ନୌସୈନିକଙ୍କ ମୁକ୍ତିରେ ଅଛି କି ଶାହରୁଖ ଖାନଙ୍କ କନେକ୍ସନ ? ସତ ଖୁଲାସା କଲେ କିଙ୍ଗ୍ ଖାନ

Published By : Prameya | February 13, 2024 8:34 PM

ନୂଆଦିଲ୍ଲୀ : ଭାରତ ସରକାର କତାରର ଜେଲ୍‌ରେ ବନ୍ଦୀ ଥିବା ୮ଜଣ ପୂର୍ବତନ ନେଭି ଅଫିସରଙ୍କୁ ମୁକ୍ତ କରାଇ ଦେଇଛନ୍ତି। ଏଥିରୁ ୭ଜଣ ଅଫିସର ଭାରତ ଫେରି ଆସିଛନ୍ତି। ଗତ ବର୍ଷ ଡିସେମ୍ୱରରେ କତାରର କୋର୍ଟ ଅଲ୍‌ ଦାହରା ଗ୍ଲୋବାଲ କେସ୍‌ରେ ଏହି ଅଫିସରଙ୍କୁ ମୃତଦଣ୍ଡର ସଜା ଶୁଣାଇ ଥିଲେ। ଯାହା ପରେ ଆଜୀବନ କାରାଦଣ୍ଡକୁ ବଦଳାଇ ଦିଆ ଯାଇଥିଲା। ଏହି ଅଫିସରମାନେ ଗୁଇନ୍ଦାଗିରି ଅଭିଯୋଗରେ ସଜାର ସାମନା କରୁଥିଲେ।

ଅଫିସରଙ୍କ ପୁଣି ଭାରତ ଫେରିବାରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି କି, ଏହି ମୁକ୍ତିରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ହାତ ଅଛି। ଏବେ ଶାହରୁଖ ଖାନଙ୍କ ଟିମ୍‌ ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି ଏହା ସ୍ପଷ୍ଟ କରି ଦେଇଛନ୍ତି କି, ନେଭି ଅଫିସରଙ୍କ ମୁକ୍ତିରେ ଅଭିନେତା ଶାହରୁଖ ଖାନ୍‌ଙ୍କର କୌଣସି କନେକ୍ସନ ନାହିଁ। ପୂରା ଦେଶ ପରି ସେ ନିଜେ ଅଫିସରଙ୍କ ଭାରତକୁ ଫେରିବା ନେଇ ଖୁବ୍‌ ଖୁସି। 


ଶାହରୁଖ ଖାନଙ୍କ ଟିମ୍‌ ଇନଷ୍ଟାଗ୍ରାମ୍‌ରେ ନିଜର ବୟାନ ସେୟାର କରିଛନ୍ତି। ଏଥିରେ କୁହାଯାଇଛି କି, କତାରରୁ ନେଭି ଅଫିସରଙ୍କ ମୁକ୍ତି ହେବାରେ ଶାହରୁଖ ଖାନଙ୍କ ହାତ ଥିବା କୁହାଯାଉଛି। ଆମେ ସ୍ପଷ୍ଟ କରିବାକୁ ଚାହୁଁ କି ଏଥିରେ ତାଙ୍କର କୌଣସି ହାତ ନାହିଁ। ଏହି ମୁକ୍ତି କେବଳ ଭାରତୀୟ ସରକାରଙ୍କ କାରଣରୁ ହୋଇଛି। ଏଥରେ ମିଷ୍ଟର ଖାନଙ୍କ କୌଣସି ସଂପର୍କ ନାହିଁ। 

ଏହାସହ ଆମେ ଏହା ବି କହିବାକୁ ଚାହୁଁଛୁ କି ଡିପ୍ଲୋମସି ଓ ଶାସନ କଳା ଆମ ଦେଶର ଲିଡର୍ସଙ୍କୁ ଭଲ ଭାବେ ଆସେ। ମିଷ୍ଟର ଖାନ୍‌ , ଅନ୍ୟ ଭାରତୀୟଙ୍କ ପରି ନେଭି ଅଫିସରଙ୍କ ସୁରକ୍ଷିତ ଫେରିବା ନେଇ ଖୁସି ଅଛନ୍ତି ଏବଂ ତାଙ୍କୁ ଶୁଭକାମନା ଦେଇଛନ୍ତି। 

ଉକ୍ତ ପୋଷ୍ଟକୁ ଶାହରୁଖ ଖାନଙ୍କ ମ୍ୟାନେଜର ପୂଜା ଦଦଲାନି ନିଜର ଅଫିସିଆଲି ଇନଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରୁ ସେୟାର କରିଛନ୍ତି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.