ମୁମ୍ୱାଇ : ଶାହରୁଖ ଖାନଙ୍କର ଯବାନ ଏହି ସମୟରେ ସାରା ବିଶ୍ୱରେ ଧମାକା ସୃଷ୍ଟି କରିଛି।ଫିଲ୍ମଟି ପାଖାପାଖି ୧୦ ଦିନରେ ହିଁ ୱର୍ଲ୍ଡୱାଇଡ୍ ୭୦୦ କୋଟି ଟଙ୍କାରୁ ଅଧିକ ବିଜନେସ କରି ପାରିଛି। ଏହି ସମୟରେ ଯବାନର ପୂରା ଟିମ୍ ଫିଲ୍ମର ସଫଳତାକୁ ଏଞ୍ଜୟ କରୁଛନ୍ତି। ଏଥିରେ ଯବାନର ନିର୍ଦ୍ଦେଶକ ଏଟଲୀ କୁମାରଙ୍କର ଖୁସିର ସୀମା ନାହିଁ। ଏହି ମଧ୍ୟରେ ଏବେ ଏଟଲୀ ପ୍ରଶଂସକଙ୍କ ଆଉ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି , ଯାହାକୁ ଜାଣି ଶାହରୁଖଙ୍କ ଶୁଭେଚ୍ଛୁ ଖୁସିରେ ଝୁମି ଉଠିବେ। ଏଟଲୀ ଯବାନର ଆଶ୍ଚର୍ଯ୍ୟକର ସଫଳତା ପରେ ଫିଲ୍ମର ସିକ୍ୱେଲ ଉପରେ ବଡ଼ ଅପଡେଟ୍ ଦେଇଛନ୍ତି। ଏଟଲୀ କହିଛନ୍ତି କି ସେ ଆଜି ଯାଏ କେବେ ବି ନିଜର କୌଣସି ସିନେମାର ସିକ୍ୱେଲ କରି ନାହାନ୍ତି, ହେଲେ ସେ ଆଜି ନୁହେଁତ କାଲି ଆଉ ଏକ ପାର୍ଟ ନେଇ ଆସିବେ।
ନିର୍ଦ୍ଦେଶକ ଏଟଲୀ କୁମାର ନିକଟରେ ପିଙ୍କଭିଲାକୁ ନିଜର ସାକ୍ଷାତକାରରେ କହିଥିଲେ , ସେ ସର୍ବଦା ନିଜର ସବୁ ଫିଲ୍ମର ଏଣ୍ଡିଂ ଓପନ ଛାଡ଼ିଛନ୍ତି। କିନ୍ତୁ କାହାର ସିକ୍ୱେଲ କରି ନାହାନ୍ତି , ହେଲେ ଏବେ ଯବାନର ସିକ୍ୱେଲ ନେଇ ତାଙ୍କର ଇସାରା ପ୍ରଶଂସକଙ୍କ ପାଇଁ ବଡ଼ ଖୁସି ଖବର ପାଲଟିଛି।ଇଟଲୀ କହିଛନ୍ତି ନିଶ୍ଚୟ ଦିନେ ଏହାର ସିକ୍ୱେଲ କରିବି।
ଏହି ସମୟରେ ଏଟଲୀଙ୍କୁ ଯବାନରେ ଥଲପତି ବିଜୟଙ୍କ କେମିଓ ରୋଲ୍କୁ ନେଇ ମଧ୍ୟ ପ୍ରଶ୍ନ ପଚରା ଯାଇଥିଲା। ଚର୍ଚ୍ଚା ହେଉଥିବା କି ଯବାନରେ ମେଗାଷ୍ଟାର ଥଲପତି ବିଜୟଙ୍କର କେମିଓ ରହିବ, ହେଲେ ସେ ନଜର ଆସିଲେ ନାହିଁ। ଏଲଟୀ କହିଛନ୍ତି ଥଲପତି ବିଜୟଙ୍କୁ ଫିଲ୍ମରେ ନନେବା ପଛରେ ଏକ ବଡ଼ କାରଣ ରହିଛି। ମୁଁ ଭାବିଲି କି ଶାହରୁଖ ଓ ବିଜୟଙ୍କ ପାଇଁ କିଛି ଅଲଗା ଲେଖିଛି। ଉଭୟ ଷ୍ଟାର ମୋ କ୍ୟାରିୟରକୁ ଏକ ନୂଆ ଉଡାଣ ଭରିଛନ୍ତି।
କହି ରଖୁଛୁ କି , ଯବାନ ପରେ ଏବେ ଶାହରୁଖ ନିଜର ଆଗାମୀ ଫିଲ୍ମ ଡଙ୍କିକୁ ନେଇ ଖବରରେ ରହିଛନ୍ତି । ନିକଟରେ ସୁପରଷ୍ଟାର ମଧ୍ୟ ଡଙ୍କିର ରିଲିଜ ଘୋଷଣା କରିଛନ୍ତି ।