ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

୧୧,୮୫୬ ମେଧାବୀ ଛାତ୍ରଛାତ୍ରୀଙ୍କୁ ଡିଏମଏଫ୍ ଛାତ୍ରବୃତ୍ତି ପ୍ରଦାନ

କେନ୍ଦୁଝର, ୧୬।୯  ସ୍ଥାନୀୟ ଅଡିଟୋରିୟମ ଠାରେ ଶନିବାର ଡିଏମଏଫ୍ ଛାତ୍ରବୃତ୍ତି-୨୦୨୩ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ବର୍ଗରେ ମୋଟ ୧୧ ହଜାର ୮୫୬ ଜଣ ଛାତ୍ରଛାତ୍ରୀଙ୍କୁ ୧୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଛାତ୍ରବୃତ୍ତି ରାଶି ପ୍ରଦାନ କରାଯାଇଛି।

ମୁଖ୍ୟ ଅତିଥି ଶ୍ରୀ ମାର୍ଣ୍ଡି କହିଥିଲେ ଯେ ଯେଉଁ ଦେଶର ଶିକ୍ଷା ବ୍ୟବସ୍ଥା ଯେତେ ସୁଦୃଢ଼, ସେ ଦେଶ ସେତେ ଆଗକୁ ଯିବ। ଏହି ଉଦ୍ଦେଶ୍ୟରେ ଓଡ଼ିଶା ସରକାର ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଭରପୂର ପ୍ରୟାସ ଜାରି ରଖିଛନ୍ତି। ୫ଟି ଉପକ୍ରମରେ ସ୍କୁଲ ରୂପାନ୍ତରଣ ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଶିକ୍ଷାଦାନ ପଦ୍ଧତିର ବ୍ୟବହାର ଯାଏଁ ଓଡ଼ିଶା ସରକାରଙ୍କ ବିଭିନ୍ନ ଐତିହାସିକ ନିଷ୍ପତ୍ତି ଆଜି ସୁଫଳ ଆଣିଛି। ଏ ଦିଗରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଦ୍ୱାରା ସ୍ୱତନ୍ତ୍ର ଡିଏମଏଫ୍ ଛାତ୍ରବୃତ୍ତି ପ୍ରଦାନ କରାଯିବା ଏକ ପ୍ରଶଂସନୀୟ ଉଦ୍ୟମ। ଲୁହାପଥର ଖଣି ପାଇଁ କେନ୍ଦୁଝର ଜିଲ୍ଲା ଆଜି ସାରା ବିଶ୍ୱରେ ପରିଚିତ ଥିବାବେଳେ ଆଗକୁ ଏହି ପ୍ରୟାସ ଜରିଆରେ ଶିକ୍ଷା କ୍ଷେତ୍ରରେ ମଧ୍ୟ କେନ୍ଦୁଝର ଏକ ନମ୍ବର ହେବ ଏବଂ ବିଶ୍ୱବ୍ୟାପୀ ଚର୍ଚ୍ଚିତ ହେବ।

ସେହିଭଳି ଜିଲ୍ଲାପାଳ ଶ୍ରୀ ଠାକରେ କହିଥିଲେ ଯେ ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ିକରଣ ଦିଗରେ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ସରକାର ସବୁଠାରୁ ଅଧିକ ଗୁରୁତ୍ୱ ଦେଇଆସିଛନ୍ତି। ସମାନ ପଥକୁ ଅନୁସରଣ କରି ଆମେ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟ ଜାରି ରଖିଛୁ। ସ୍କୁଲ ରୂପାନ୍ତରଣ ଠାରୁ ଆରମ୍ଭ କରି ଗୁଣାତ୍ମକ ଶିକ୍ଷାଦାନ, ମଧ୍ୟାନ୍ନ ଭୋଜନ ଏବଂ ସର୍ବୋପରି ଡିଏମଏଫ୍ ଛାତ୍ରବୃତ୍ତି ଏ ଦିଗରେ ଗୋଟିଏ ଗୋଟିଏ ମାଇଲଷ୍ଟୋନ୍। ଏହି ଅବସରରେ ଜିଲ୍ଲାପାଳ କେନ୍ଦୁଝର ଜିଲ୍ଲାର ଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଛାତ୍ରବୃତ୍ତି ‘ଡିଏମଏଫ୍ ଅନନ୍ୟା’, ଜାତୀୟସ୍ତରର ଶିକ୍ଷାନୁଷ୍ଠାନରେ ନାମ ଲେଖାଉଥିବା ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ‘ଡିଏମଏଫ୍ ଉତ୍କର୍ଷ’, ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଛାତ୍ରବୃତ୍ତି(ଏଚ୍ଏସ୍ଏସ୍)ର ଏବଂ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାନ୍ନ ଭୋଜନର ସମ୍ପ୍ରସାରଣ ଘୋଷଣା କରିଥିଲେ।

ମୁଖ୍ୟ ଅତିଥିଙ୍କ ଉପସ୍ଥିତିରେ ମେଧାବୀ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଛାତ୍ରବୃତ୍ତି ରାଶି ସ୍ଥାନାନ୍ତରଣ ଏବଂ ଡିଏମଏଫ୍ ଛାତ୍ରବୃତ୍ତି ପ୍ରଦାନ ପାଇଁ ସ୍ୱତନ୍ତ୍ର ପୋର୍ଟାଲ(scholarship.dmfkeonjhar.in))ର ଶୁଭାରମ୍ଭ ହୋଇଥିଲା। ଏହି ପୋର୍ଟାଲ ମାଧ୍ୟମରେ ଛାତ୍ରବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ସରକାରୀ ହାଇସ୍କୁଲରୁ ମାଟ୍ରିକ୍ ପରୀକ୍ଷାରେ ସଫଳତା ହାସଲ କରିଥିବା କେନ୍ଦୁଝର ଜିଲ୍ଲାର ୯,୯୯୧ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମୋଟ ୧୪.୪୭ କୋଟି ଟଙ୍କାର ଛାତ୍ରବୃତ୍ତି ରାଶି ପ୍ରଦାନ କରାଯାଇଥିବା ବେଳେ ୧୩ ବ୍ଲକର ଟପର୍ ମୁଖ୍ୟ ଅତିଥିଙ୍କ ଠାରୁ ନିଜର ପ୍ରମାଣପତ୍ର ଗ୍ରହଣ କରିଥିଲେ। ସେହିଭଳି ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରିଥିବା ୩୮୯ ଜଣ ମେଧାବୀଙ୍କୁ ୭୩.୮୫ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ରାଶି ପ୍ରଦାନ କରାଯାଇଥିବା ବେଳେ ୧୧ ଜଣ ଛାତ୍ରଛାତ୍ରୀ ମୁଖ୍ୟ ଅତିଥିଙ୍କ ଠାରୁ ନିଜର ପ୍ରମାଣପତ୍ର ଗ୍ରହଣ କରିଥିଲେ। ସେହିଭଳି ଉଚ୍ଚ ମାଧ୍ୟମିକ ବର୍ଗରେ ୧୪୭୨ ଜଣ ମେଧାବୀଙ୍କୁ ମୋଟ ୩.୩୩ କୋଟି ଟଙ୍କାର ଛାତ୍ରବୃତ୍ତି ରାଶି ପ୍ରଦାନ କରାଯାଇଥିବା ବେଳେ ୪ ଜଣ ଛାତ୍ରଛାତ୍ରୀ ମୁଖ୍ୟ ଅତିଥିଙ୍କ ଠାରୁ ନିଜର ପ୍ରମାଣପତ୍ର ଗ୍ରହଣ କରିଥିଲେ।

 ଧରଣୀଧର ଉଚ୍ଚ ମାଧ୍ୟମିକ ସ୍କୁଲର ଛାତ୍ରୀ ପଦ୍ମିନୀ ଓଝା ଡିଏମଏଫ୍ ଛାତ୍ରବୃତ୍ତି ସମ୍ପର୍କରେ ନିଜର ଅଭିଜ୍ଞତା ବଖାଣିଥିଲେ। ସେହିଭଳି ଡିଏମ୍ଏଫ୍ ଉତ୍କର୍ଷ ଛାତ୍ରବୃତ୍ତିର ଲାଭ ପାଇଥିବା ୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଇଆଇଟି ବମ୍ବେରେ ଅଧ୍ୟୟନରତ ଥିବା ମହେଶ୍ୱର ମହାଳିକ ଏବଂ ଭିମସାର ବୁର୍ଲାରେ ଅଧ୍ୟୟନରତ ଥିବା ଅରୁଣ କୁମାର ମହନ୍ତ ଭର୍ଚୁଆଲ ଯୋଗେ ଯୋଡ଼ିହୋଇ ନିଜର ବାର୍ତ୍ତା ରଖିଥିଲେ। ଏହି ୪ ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କ ଅଭିଭାବକ ମାନେ ପ୍ରମାଣପତ୍ର ଗ୍ରହଣ କରିଥିଲେ।              

ଏହି ଅବସରରେ କେନ୍ଦୁଝର ଜିଲ୍ଲାରୁ ଓଡ଼ିଶା ସାଧାରଣ ସେବା(ଓସିଏସ୍)-୨୦୨୧ ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ ହୋଇଥିବା ୯ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏମାନେ ହେଲେ ପ୍ରଣବ ରଞ୍ଜନ ସାହୁ, ଆଦିତ୍ୟ ମହାପାତ୍ର, ଅର୍ଚ୍ଚନା ବାରିକ, ଜ୍ୟୋତି ପ୍ରକାଶ ସାହୁ, କ୍ଷେତ୍ରମୋହନ ଜଗଦିଶ ଚନ୍ଦ୍ର ପେରେଇ, ଘନଶ୍ୟାମ ମହନ୍ତ, ପୂର୍ଣ୍ଣଚନ୍ଦ୍ର ମାଝୀ, ନୀଳମଣି ଦେହୁରୀ ଏବଂ ଉମାକାନ୍ତ ହେମ୍ବ୍ରମ।

  ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ  ସଞ୍ଜୀବ ବାରିକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଜିଲ୍ଲା ଖଣିଜ ପ୍ରତିଷ୍ଠାନର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର‌୍ୟ୍ୟ ସ୍ୱାଗତ ଅଭିଭାଷଣ ରଖିଥିଲେ। ପରେ ମଞ୍ଚାସୀନ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚଡି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ୍ କୁଶଲକର ଏବଂ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ପାଟଣା ବିଧାୟକ ତଥା କେନ୍ଦୁଝର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ଏବଂ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ। ସର୍ବଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଗୌରିରାଣୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। କେନ୍ଦୁଝର, ଆନନ୍ଦପୁର ଏବଂ ଚମ୍ପୁଆର ଉପଜିଲ୍ଲାପାଳଗଣ ମଧ୍ୟ କାର‌୍ୟ୍ୟକ୍ରମରେ ମଞ୍ଚାସୀନ ଥିଲେ। 

ଆହୁରି ପଢନ୍ତୁ : ୬୭ ଜଣ ପୋଲିସ ଅଧିକାରୀଙ୍କୁ ସାହସିକତା ପଦକ ପ୍ରଦାନ

Copyright © 2022 - Summa Real Media Private Limited. All Rights Reserved.