ମୁମ୍ବାଇ, ୦୧/୧୨: ସେୟାର ବଜାରରେ ସେନସେକ୍ସ ପରେ ନିଫ୍ଟି ନୂଆ ଶିଖର ଛୁଇଁଛି । ୫ ରାଜ୍ୟ ନିର୍ବାଚନ ଫଳାଫଳ ପୂର୍ବରୁ ଇତିହାସ ରଚିଛି ନିଫ୍ଟି । ସର୍ବକାଳୀନ ଉଚ୍ଚସ୍ତରରେ ପହଞ୍ଚିଛି । ଡିସେମ୍ବ ୧ ଶୁକ୍ରବାର ନିଫ୍ଟି ୧.୯୯ ପ୍ରତିଶତ ଅର୍ଥାତ୍ ୩୯୫.୪୦ ପଏଣ୍ଟ ବୃଦ୍ଧି ପାଇ ୨୦ ହଜାର ୨୨୫.୮୦ ପଏଣ୍ଟରେ ପହଞ୍ଚିଥିଲା । ଏହା ପୂର୍ବରୁ ନିଫ୍ଟି ୨୦୨୩ ସେପ୍ଟେମ୍ବର ୨୦୨୩ରେ ପ୍ରଥମଥର ପାଇଁ ୨୦ ହଜାର ସ୍ତର ଛୁଇଁଥିଲା ।
ସେହିଭଳି ନଭେମ୍ବର ୨୯ରେ ସେନସେକ୍ସ ନୂଆ ଇତିହାସ ରଚିଥିଲା । ସେନସେକ୍ସ ମାର୍କେଟ୍ କ୍ୟାପିଟାଲାଇଜେସନ୍ ୪ ଟ୍ରିଲିୟନ୍ ଡଲାର୍ ଅତିକ୍ରମ କରିଥିଲା । ଯାହାକି ସର୍ବକାଳୀ ରେକର୍ଡ । ସେନସେକ୍ସର ମାର୍କେଟ୍ କ୍ୟାପ୍ ୪.୧ ଡଲାର୍ ଅର୍ଥାତ୍ ୩, ୩୩, ୨୬, ୮୮୧.୪୯ କୋଟି ଟଙ୍କା ରେକର୍ଡ କରାଯାଇଥିଲା ।
୫ ରାଜ୍ୟ ନିର୍ବାଚନ ସରୁ ସରୁ ମହଙ୍ଗା ମାଡ଼, ବଢ଼ିଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ
ଶୁକ୍ରବାର ସେନସେକ୍ସ ବୃଦ୍ଧି ପାଇ ୬୭ ହଜାର ପାର କରି ୬୭, ୧୮୧.୧୫ ପଏଣ୍ଟରେ ପହଞ୍ଚିଛି । ସେନସେକ୍ସର ଟପ୍ ୩୦ ସେୟାର ମଧ୍ୟରୁ ୨୧ଟି ସେୟାର ବୃଦ୍ଧି ପାଇଥିବା ବେଳେ ୯ଟି ସେୟାର ହ୍ରାସ ପାଇଛି । ସେହିଭଳି ନିଫ୍ଟି ୨୦ ହଜାର ୧୯୪.୧୦ରେ ଖୋଲିଥିବା ବେଳେ କିଛି ସମୟ ପରେ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଥିଲା ।
ନିଫ୍ଟି ଓ ସେନସେକ୍ସକୁ ଦେଖିଲେ ଅଟୋ ଓ ଆଇଟି କ୍ଷେତ୍ରକୁ ଛାଡ଼ି ଅନ୍ୟ ସମସ୍ତ କ୍ଷେତ୍ରରେ ସେୟାର ବୃଦ୍ଧି ଦେଖିବାକୁ ମିଳିଛି । ବ୍ୟାଙ୍କ ନିଫ୍ଟି ୦.୯୨ ପ୍ରତିଶତ ବୃଦ୍ଧି ପାଇ ୪୪, ୮୯୩.୦୫ ପ୍ରତିଶତରେ କାରବାର କରୁଛି ।
ଏମ୍ସରୁ ଡିସ୍ଚାର୍ଜ ପରେ ଘରମୁହାଁ ଶ୍ରମବୀର, ୨ ସପ୍ତାହ ପରେ ପୁଣି ହେବ ସ୍ୱାସ୍ଥ୍ୟ ପରୀକ୍ଷା