ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

୭,୨୦୦ ହୀରାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିତ୍ର କଲେ ପ୍ରଶଂସକ, ଜନ୍ମଦିନରେ ଦେବେ ଉପହାର

ନୂଆଦିଲ୍ଲୀ ୦୬/୦୯: ଚଳିତ ମାସ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ନିଜର ୭୩ତମ ଜନ୍ମଦିନ ପାଳନ କରିବେ । ଦେଶ-ବିଦେଶରେ ମୋଦିଙ୍କ ଲୋକପ୍ରିୟତା ବଢୁଥିବାବେଳେ ଜଣେ ପ୍ରଶଂସକ  ତାଙ୍କର ୭,୨୦୦ ହୀରା ଖଚିତ ଏକ ଫଟୋ ପ୍ରସ୍ତୁତ  କରିଛନ୍ତି । ଗୁଜରାଟର ସୁରଟ ବାସିନ୍ଦା ବିପୁଲ ଜେପିୱାଲା ଏହି ଚିତ୍ରକୁ ମୋଦିଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିବାକୁ ଚାହୁଁଛନ୍ତି । 


ଦୀର୍ଘ ସାଢ଼େ ୩ ମାସର ନିରନ୍ତର ପରିଶ୍ରମ ପରେ ସେ ଏହି ଚିତ୍ର ଶେଷ କରିଛନ୍ତି । ମୋଦିଙ୍କ ଚିତ୍ର ପ୍ରସ୍ତୁତି ଲାଗି ୩ ଭିନ୍ନ ଭିନ୍ନ ରଙ୍ଗ ଓ ୪ ଭିନ୍ନ ଭିନ୍ନ  ପ୍ରକାର ହୀରା ବ୍ୟବହାର କରାଯାଇଛି । ଏଗୁଡ଼ିକ ଆମେରିକୀୟ ହୀରାଯାହା ଅସଲି ହୀରା ଭଳି  ଦିଶୁଛି । ହୀରାଗୁଡ଼ିକୁ ଚିତ୍ରରେ ଲଗାଇବା ଲାଗି ଏକ ସ୍ୱତନ୍ତ୍ର ପ୍ରକାର ଅଠା ପ୍ରୟୋଗ କରାଯାଇଛି । ହୀରାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଲଗାଇ ରଖିବା ଲାଗି ସ୍ୱତନ୍ତ୍ର ପ୍ରକାର ବ୍ୟାକ୍‌ଗ୍ରାଉଣ୍ଡ ସିଟ୍‌ର ମଧ୍ୟ  ଉପଯୋଗ କରାଯାଇଛି । 


ବିପୁଲଙ୍କ କହିବା  ଅନୁସାରେପ୍ରଧାନମନ୍ତ୍ରୀ ନିଜ ଜୀବନର ୭୨ ବର୍ଷ  ପୂରଣ କରିବାକୁ ଯାଉଛନ୍ତି । ତେଣୁ ଏହି ଚିତ୍ରରେ  ୭୨୦୦ ହୀରା ଖଚିତ କରାଯାଇଛି । ଏହି ଚିତ୍ର  ପ୍ରସ୍ତୁତିରେ କେତେ ଟଙ୍କା ଖର୍ଚ୍ଚ ହୋଇଛିତାହା ସେ ଖୁଲାସା   କରିନାହାନ୍ତି । ଅଦ୍ୟାବଧି ସେ ହୀରାରେ ମୋଦିଙ୍କର ୯ରୁ  ଅଧିକ ଚିତ୍ର ପ୍ରସ୍ତୁତ କରିଛନ୍ତି । ବିପୁଲ ପେସାରେ ଜଣେ  ଆର୍କିଟେକ୍ଟ ଇଞ୍ଜିନିୟର । ଅନେକ ଲୋକଙ୍କ ଘରେ ସେ  ଇଣ୍ଟିରିୟର ଡିଜାଇନର୍‌ ଭାବେ କାମ କରିଛନ୍ତି । କିନ୍ତୁ କିଛି  ଭିନ୍ନ କରିବାର ଇଚ୍ଛା ମନରେ ଜାଗ୍ରତ ହେବା ପରେ ସେ  ବିଭିନ୍ନ ପ୍ରକାର ଚିତ୍ର ପ୍ରସ୍ତୁତି ଆରମ୍ଭ କଲେ

Copyright © 2022 - Summa Real Media Private Limited. All Rights Reserved.