ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ଗାଜାରେ ଆକ୍ରମଣ ଜୋରଦାର କରିଛି ଇସ୍ରାଏଲ ସେନା, ଭୟରେ ଅଲ୍‌-ଶିଫା ହସ୍ପିଟାଲ ଛାଡ଼ୁଛନ୍ତି ରୋଗୀ

Image Courtesy: BBC

ଜେରୁସାଲେମ: ଗାଜାର ଅଲ ଶିଫା ହସ୍ବିଟାଲକୁ ତୁରନ୍ତ ଖାଲି କରିବାକୁ ନେଇ ଇ୍ରସ୍ରାଏଲ ସେନା ନିର୍ଦ୍ଦେଶ ଦେବା ପରେ ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଗାଜାର ଏହି ବଡ଼ ହସ୍ପିଟାଲରୁ ରୋଗୀମାନେ ଖାଲି ପାଦରେ ବାହାରକୁ ଚାଲିଯାଉଥିବାର ଦେଖିବାକୁ ମିଳିଛି । ଅଲ ଶିଫା ହସ୍ପିଟାଲରେ ୨୦୦୦ ରୋଗୀଙ୍କ ସମେତ ଶତାଧିକ ଯୁଦ୍ଧ ପୀଡ଼ିତ ଆଶ୍ରୟ ନେଉଛନ୍ତି । ସବୁଠୁ ବଡ଼ କଥା ଏହି ହସ୍ପିଟାଲକୁ ଯୁଦ୍ଧାସ୍ତ୍ର ହବ ଭାବେ ବ୍ୟବହାର କରୁଛି ହମାସ ଆତଙ୍କବାଦୀ ସଂଗଠନ । ଆଉ ଏହାର ପ୍ରମାଣ ପାଇଥିଲା ଇସ୍ରାଏଲ ସେନା । ସେପଟେ ଇସ୍ରାଏଲ ସେନାର ନିର୍ଦ୍ଦେଶ ପରେ ପ୍ରାୟ ୪୫୦ ରୋଗୀ ହସ୍ପିଟାଲ ଛାଡ଼ିସାରିଛନ୍ତି ବୋଲି ଗାଜାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ନ୍ୟୁଜ ଏଜେନ୍ସି ଏଏଫପି ଅନୁସାରେ, ଅଲ ଶିଫା ହସ୍ପିଟାଲକୁ ଏକ ଘଣ୍ଟା ମଧ୍ୟରେ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି ଇସ୍ରାଏଲ ସେନା । ହେଲେ ଏବେ ମିଳିଥିବା ସୂଚନା ଅନୁସାରେ, ଇସ୍ରାଏଲ ସେନା ଏଭଳି କୌଣସି ନିର୍ଦ୍ଦେଶ ଦେଇନାହିଁ । ଇସ୍ରାଏଲ ସରକାରଙ୍କ ପକ୍ଷରୁ ଏଭଳି ଦାବିକୁ ଖଣ୍ଡନ କରାଯାଇଛି । ହେଲେ ଏଏଫପିରେ ପ୍ରକାଶିତ ଖବର ଅନୁସାରେ, ଅଲ ଶିଫା ହସ୍ପିଟାଲର ନିର୍ଦ୍ଦେଶକ ମହମ୍ମଦ ଅବୁ ସାଲମିୟାଙ୍କୁ ସମସ୍ତ ରୋଗୀ, ବାସହରାଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ କୁହାଯାଇଛି ।

ଅନ୍ୟପଟେ ଜାତିସଂଘର ରିପୋର୍ଟ ଅନୁସାରେ ହସ୍ପିଟାଲରେ ୨୩୦୦ ରୋଗୀ, କର୍ମଚାରୀ ଏବଂ ବିସ୍ଥାପିତ ରହୁଛନ୍ତି । ଉଭୟ କେନ୍ଦ୍ରୀୟ ଏବଂ ଦକ୍ଷିଣ ଗାଜାରେ ଆକ୍ରମଣ ଜାରି ରଖିଥିବା ବେଳେ ଉତ୍ତର ଗାଜା ଛାଡ଼ିବାକୁ ଇସ୍ରାଏଲ କହୁଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ, ଗାଜାରେ ୫୦୦୦ରୁ ଅଧିକ ଶିଶୁଙ୍କ ସହ ୧୨ ହଜାର ଲୋକଙ୍କ ଜୀବନ ଗଲାଣି । ଉତ୍ତର ଗାଜାରୁ ଦକ୍ଷିଣ ଗାଜାକୁ ଚାଲିଯାଇଥିବା ପାଲେଷ୍ଟାଇନ ନାଗରିକଙ୍କ ଅବସ୍ଥା ବେହାଲ ହୋଇପଡ଼ିଛି । ସେମାନଙ୍କ ପାଖରେ ସ୍ବଚ୍ଛ ପିଇବା ପାଣି ନାହିଁ । ନାଳ ନର୍ଦ୍ଦମା ପାଣିରେ ସେମାନେ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ଜାତିସଂଘର ପାଲେଷ୍ଟାଇନ୍‌ ଶରଣାର୍ଥୀ ଏଜେନ୍ସି ପକ୍ଷରୁ କୁହାଯାଇଛି । 

 

  • prameyanews
  • PrameyaOdia
  • prameya
  • Israel Hamas war
  • Copyright © 2022 - Summa Real Media Private Limited. All Rights Reserved.