ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଗ୍ରାମି ଆୱାର୍ଡସ୍‌ ୨୦୨୪: ଶଙ୍କର ମହାଦେବନ, ଜାକିର ହୁସେନଙ୍କୁ ସମ୍ମାନ

ନୂଆଦିଲ୍ଲୀ ୦୬/୦୨: ୬୬ତମ ଗ୍ରାମି ଆୱାର୍ଡସ୍‌ରେ ଭାରତ ପାଇଁ ଗୌରବ ଆଣିଛନ୍ତି ପ୍ରଖ୍ୟାତ ଗାୟକ ଶଙ୍କର ମହାଦେବନ, ତବଲା ବାଦକ ଜାକିର ହୁସେନ ଓ ବଂଶୀ ବାଦକ ରାକେଶ ଚୌରାସିଆ । ଜାକିର ୩ ବିଭାଗରେ ଗ୍ରାମି ପୁରସ୍କାର ହାସଲ କରିଛନ୍ତି । ତାଙ୍କର ମ୍ୟୁଜିକ୍‌ ବ୍ୟାଣ୍ଡ୍‌ ‘ଶକ୍ତି’କୁ ଆଲ୍‌ବମ ‘ଦିସ୍‌ ମୋମେଣ୍ଟ୍‌’ ପାଇଁ ଶ୍ରେଷ୍ଠ ଗ୍ଲୋବାଲ୍‌ ମ୍ୟୁଜିକ୍‌ ଆଲ୍‌ବମ ବିଭାଗରେ ଗ୍ରାମି ପୁରସ୍କାର ମିଳିଛି । ଏହି ଆଲ୍‌ବମରେ ମୋଟ୍‌ ୮ଟି ଗୀତ ଅଛି । ଏହି ବ୍ୟାଣ୍ଡ୍‌ରେ ଶଙ୍କର ମହାଦେବନ, ଜାକିର ହୁସେନ, ଭି ସେଲ୍‌ଭାଗଣେଶ ଓ ଗଣେଶ ରାଜଗୋପାଲନ୍‌ଙ୍କ ଭଳି କଳାକାର ମିଳିତ ଭାବେ କାମ କରନ୍ତି । ରାକେଶ ଚୌରାସିଆ ୨ଟି ଗ୍ରାମି ହାତେଇଛନ୍ତି । ଏହିପରି ଭାବେ ୫ ଭାରତୀୟ କଳାକାର ଚଳିତ ବର୍ଷ ଗ୍ରାମି ବିଜେତା ହୋଇଛନ୍ତି ।

ଚଳିତ ଗ୍ରାମି ସମାରୋହରେ ଜାକିର ହୁସେନ ଓ ରାକେଶ ଚୌରାସିଆ ଗୀତ ‘ପଶ୍‌ତୋ’ ଓ ଆଲ୍‌ବମ ‘ଆଜ୍‌ ୱି ସ୍ପିକ୍‌’ ପାଇଁ ଯୁଗ୍ମ ଗ୍ରାମି ବିଜେତା ହୋଇଛନ୍ତି । ‘ପଶ୍‌ତୋ’ ହେଉଛି ‘ଆଜ୍‌ ୱି ସ୍ପକ୍‌’ ଆଲ୍‌ବମର ଗୀତ । ଶ୍ରେଷ୍ଠ ଗ୍ଲୋବାଲ୍‌ ମ୍ୟୁଜିକ୍‌ ପର୍‌ଫର୍ମାନ୍ସ ବିଭାଗରେ ଏହା ପୁରସ୍କୃତ ହୋଇଛି । ଏଥିରେ ଆମେରିକୀୟ ସଙ୍ଗୀତଜ୍ଞ ବେଲା ଫ୍ଲେକ୍‌, ଏଡ୍‌ଗାର ମେୟର ଅଛନ୍ତି । ମୋଦିଙ୍କ ଗୀତ ‘ଆବୁନ୍‌ଡାନ୍ସ ଇନ୍‌ ମିଲେଟ୍ସ’ ଏହି ବିଭାଗରେ ପ୍ରତିଯୋଗିତା କରୁଥିଲା । ‘ଆଜ୍‌ ୱି ସ୍ପିକ୍‌’ ମଧ୍ୟ ଶ୍ରେଷ୍ଠ କନ୍‌ଟେମ୍ପରାରି ଇନ୍‌ଷ୍ଟ୍ରୁମେଣ୍ଟାଲ ଆଲ୍‌ବମ ବିଭାଗରେ ଗ୍ରାମି ହାସଲ କରିଛି । ଅନ୍ତର୍ଜାତୀୟ ମଞ୍ଚରେ ଭାରତକୁ ଗୌରବାନ୍ୱିତ କରିଥିବା ଭାରତର ଏହି ପ୍ରତିଭାସମ୍ପନ୍ନ କଳାକାରମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି । 

୧୯୭୩ ମସିହାରେ ପ୍ରଖ୍ୟାତ ଇଂରାଜୀ ଗିଟାର ବାଦକ ଜନ୍‌ ମ୍ୟାକ୍‌ଲାଫଲିନ୍‌, ଜାକିର ହୁସେନ, ଶଙ୍କର ମହାଦେବନ, ଭି ସେଲ୍‌ଭାଗଣେଶ ଓ ଗଣେଶ ରାଜଗୋପାଲନ୍‌ ଫ୍ୟୁଜନ୍‌ ବ୍ୟାଣ୍ଡ୍‌ ‘ଶକ୍ତି’ ଆରମ୍ଭ କରିଥିଲେ । ୧୯୭୭ ମସିହା ପରେ ଏହା ବିଶେଷ ସକ୍ରିୟ ନ ଥିଲା । ୧୯୯୭ ମସିହାରେ ଜନ୍‌ ମ୍ୟାକ୍‌ ଲାଫ୍‌ଲିନ୍‌ ପୁଣି ଥରେ ସମାନ ଅବଧାରଣା ସହିତ ‘ରିମେମ୍ବର ଶକ୍ତି’ ନାମରେ ବ୍ୟାଣ୍ଡ୍‌ ଗଠନ କଲେ । ୨୦୨୦ ମସିହାରେ ଏହି ବ୍ୟାଣ୍ଡ୍‌ ପୁଣି ଥରେ ସକ୍ରିୟ ହେଲା ଏବଂ ୪୬ ବର୍ଷ ପରେ ‘ଶକ୍ତି’ର ପ୍ରଥମ ଆଲ୍‌ବମ ‘ଦିସ୍‌ ମୋମେଣ୍ଟ୍‌’ ରିଲିଜ୍‌ ହେଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.