ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ED ଅଧିକାରୀଙ୍କ ବିରୋଧରେ ଏତଲା ଦେଲେ ହେମନ୍ତ ସୋରେନ

ରାଞ୍ଚି, ୩୧/୦୧: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅଧିକାରୀଙ୍କ ବିରୋଧରେ ଏତଲା ଦେଇଛନ୍ତି । ଏସସି/ଏସଟି (ଆଟ୍ରୋସିଟି) ଆକ୍ଟରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସୋରେନ ।

ବୁଧବାର ଜମି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ରାଞ୍ଚିସ୍ଥିତ ବାସଭବନରେ ଜେରା କରିଛି ଇଡିର । ସୋରେନଙ୍କୁ ଇଡି ଅଧିକାରୀଙ୍କ ଜେରା ପରେ ସେ ପୋଲିସରେ ଏତଲା ଦେଇଥିବା ସୂଚନା ସାମ୍ନାକୁ ଆସିଛି ।

ବିଗତ ୧୦ ଦିନ ମଧ୍ୟରେ ଇଡି ଅଧିକାରୀ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଦ୍ୱିତୀୟଥର ପଚରାଉଚରା କରୁଛନ୍ତି । ମାମଲାରେ ସୋରେନଙ୍କୁ ଇଡି ଏହା ପୂର୍ବରୁ ଜାନୁଆରୀ ୨୦ ତାରିଖରେ ପଚରାଉଚରା କରିଥିଲା ।

ସୋରେନଙ୍କୁ ଇଡିର ଜେରାକୁ ନଜରରେ ରଖି ଆଇନ୍ ଶୃଙ୍ଖଳା ଦୃଷ୍ଟିରୁ ରାଞ୍ଚିରେ ୧୪୪ ଧାରା ଲାଗୁ କରା ଯାଇଥିଲା । ତଦନ୍ତକାରୀ ସଂସ୍ଥା ସୋରେନଙ୍କୁ ପଚରାଉଚରା କରିବା ସମୟରେ ଅଧିକ ସୁରକ୍ଷା କର୍ମୀ ନିୟୋଜନ ପାଇଁ କହିଥିଲା ।

ବୁଧବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇଡି ଅଧିକାରୀ ପଚରାଉଚରା କରିବା ପୂର୍ବରୁ ହେମନ୍ତ ସୋରେନଙ୍କ ବାସଭବନ ବାହାରେ ଜେଏମ୍ଏମ୍ ନେତା ଓ କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସୋମବାର ଇଡି, ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନରେ ଚଢ଼ାଉ କରିଥିଲା । ସେତେବେଳେ ଇଡି ୩୬ ଲକ୍ଷ ଟଙ୍କା ନଗଦ ସହ ଏସୟୁଭି ଅନ୍ୟ କାଗଜପତ୍ର ଜବତ କରିଥିଲା । ତେବେ ରେଡ୍ ଓ ପଚରାଉଚରାକୁ ହେମନ୍ତ ସୋରେନ ରାଜନୈତିକ ପ୍ରଣୋଦିତ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.