ଦୁବାଇ, ୦୯/୧୨: ଆସନ୍ତା ଜାନୁଆରୀ ମାସ ୧୩ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ୧୯ବର୍ଷରୁ କମ୍ ଦିନିକିଆ ବିଶ୍ୱକପ୍ ପାଇଁ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରାଯାଇଛି । ଏଥର ବିଶ୍ୱକପ୍ ଶ୍ରୀଲଙ୍କାରେ ଆୟୋଜିତ ହେବାର ଥିଲା । ମାତ୍ର ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡରେ ସରକାରଙ୍କ ହସ୍ତକ୍ଷେପକୁ ନେଇ ଆଇସିସି ଏହି ବିଶ୍ୱକପ୍କୁ ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତରିତ କରିଛି ।
୧୫ତମ ବିଶ୍ୱକପ ସଂସ୍କରଣରେ ମୋଟ୍ ୧୬ଟି ଦଳ ଭାଗ ନେବେ ଓ ୪୧ଟି ମ୍ୟାଚ୍ ଆୟେଜିତ ହେବ । ସମଗ୍ର ଦଳକୁ ୪ଟି ଗ୍ରୁପ୍ରେ ଭାଗ କରାଯାଇଛି । ପ୍ରତି ଗ୍ରୁପ୍ରେ ୪ଟି ଲେଖାଏଁ ଦଳ ରହିଛନ୍ତି । ଡିଫେଣ୍ଡି ଚାମ୍ପିଅନ୍ ଭାରତ ଗ୍ରୁପ୍-ଏ’ରେ ସ୍ଥାନ ପାଇଛି । ଏହି ଗ୍ରୁପ୍ରେ ଅନ୍ୟ ଦଳ ଭାବେ ବାଂଲାଦେଶ, ଆୟର୍ଲାଣ୍ଡ ଓ ୟୁଏସ୍ଏ(ଆମେରିକା) ରହିଛନ୍ତି । ସେହିପରି ଗ୍ରୁପ୍-ବି’ରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା,ୱେଷ୍ଟ ଇଣ୍ଡିଜ୍ ଓ ସ୍କଟଲାଣ୍ଡ ସ୍ଥାନ ପାଇଥିବାବେଳେ ଗ୍ରୁପ-ସି’ରେ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଜିମ୍ବାୱେ ଓ ନାମିବିୟା, ଗ୍ରୁପ୍-ଡି’ରେ ଆଫଗାନିସ୍ତାନ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ନେପାଳ ସ୍ଥାନ ପାଇଛନ୍ତି ।
ଇଂଲଣ୍ଡ ଦଳ: ବେନ ମ୍ୟାକ୍କିନି(ଅଧିନାୟକ), ଲୁକ୍ ବେନ୍କେନଷ୍ଟାଇନ୍, ଫରହାନ ଅହମ୍ମଦ, ତଜିମ ଅଲି, ଚାର୍ଲି ଆଲିସନ, ଚାର୍ଲି ବର୍ଣ୍ଣାଡ୍, ଜ୍ୟାକ୍ କର୍ଣ୍ଣି, ଜେଡେନ ଡେନ୍ଲି, ଏଡି ଜାକ୍, ଡୋମିନିକ୍ କେଲି, ସେବାଷ୍ଟିଆନ ମୋର୍ଗାନ, ହେଡନ ମଷ୍ଟାର୍ଡ, ହମ୍ଜା ଶେଖ, ନୋହା ଥିଆନ, ଥିଓ ୱିଲି ।
ଦକ୍ଷିଣ ଆଫ୍ରିକା ଦଳ: ଡେଭିଡ୍ ଟିଗର(ଅଧିନାୟକ), ଏସୋସା ଆହେଭା, ଜୁଆନ ଜେମ୍ସ, ମାର୍ଟିନ ଖୁମାଲୋ, କ୍ୱେନା ମଫାକେ, ଡିୱାନ ମାରିଆ, ରିଲି ନର୍ଟନ, ନକୋବାନି ମୋକୋଏନା, ରୋମାସାନ ପିଲେ, ସିଫୋ ପୋଷ୍ଟେନ, ଲୁଆନ-ଡ୍ରେ ପ୍ରିଟୋରିୟସ୍, ରିଚାର୍ଡ ସେଲେସ୍ୱାନେ, ଓଲିଭର ହ୍ୱାଇଟହେଡ୍, ଷ୍ଟିଭ ଷ୍ଟଇକ, ନଟାଣ୍ଡୋ ଜୁମା ।