ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ICC World Cup 2023: ଷ୍ଟମ୍ପରୁ ନେଇ ଗ୍ୟାଲେରି ପର୍ଯ୍ୟନ୍ତ, କ୍ରିକେଟ୍ ମ୍ୟାଚ୍ ବେଳେ ଷ୍ଟାଡିୟମରେ ଲାଗେ କେତୋଟି କ୍ୟାମେରା ?

ଅହମଦାବାଦ, ୧୯/୧୧: ଆଉ କିଛି ସମୟ ପରେ ଅହମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ବ ହେବ ବିଶ୍ୱକପର ଫାଇନାଲ୍ ଟକ୍କର । ଆଉ ଏହି ମ୍ୟାଚରେ ସମସ୍ତ ପ୍ରକାର ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରାଯାଉଛି । 

ଆପଣ ଟିଭିରେ କ୍ରିକେଟ୍ ମ୍ୟାଚ୍ ଦେଖିବା ବେଳେ ଅନେକ ଦିଗରୁ ଖେଳର ସଟକୁ ଦେଖନ୍ତି । ତେବେ ଆପଣ କେବେ ଭାବିଛନ୍ତି ଗୋଟିଏ ମ୍ୟାଚରେ କେତୋଟି କ୍ୟାମେରା ଲାଗିଥାଏ ? ଗୋଟିଏ ଅନ୍ତର୍ଜାତୀୟ ମ୍ୟାଚରେ ଅନେକ ପ୍ରକାରର କ୍ୟାମେରା ଖଞ୍ଜା ଯାଇଥାଏ । ଆସନ୍ତୁ ନଜର ପକାଇବା ସେସବୁ କ୍ୟାମେରା ଉପରେ…

ଆଉଟସାଇଡ୍ ବ୍ରଡକାଷ୍ଟିଂ ଷ୍ଟୁଡିଓ ପାଇଁ ଗୋଟିଏ କ୍ୟାମେରା

ଫିଲ୍ଡ ପ୍ଲେ ପାଇଁ ୧୨ଟି କ୍ୟାମେରା

୬ଟି ହକ୍ ଆଇ କ୍ୟାମେରା

ରନ୍ ଆଉଟ୍ ଭିଡିଓ କ୍ୟାପଚର ପାଇଁ ୪ଟି କ୍ୟାମେରା 

ଷ୍ଟ୍ରାଇକ୍ ଜୋନ୍ କ୍ୟାପଚର ପାଇଁ ୨ଟି କ୍ୟାମେରା

୪ଟି ଷ୍ଟମ୍ପ୍ କ୍ୟାମେରା

ଗୋଟିଏ ପେଜେଣ୍ଟେସନ୍ କ୍ୟାମେରା

ମ୍ୟାଚରେ ଅନେକ ପ୍ରକାରର କ୍ୟାମେରା ଲାଗୁଥିବା ବେଳେ ସମସ୍ତଙ୍କ କାମ ଭିନ୍ନ ଭିନ୍ନ ହୋଇଥାଏ । ଦର୍ଶକଙ୍କୁ ଉତ୍ତମ ଅନୁଭୂତି ପ୍ରଦାନ ଲାଗି ଏହାର ବ୍ୟବହାର କରାଯାଏ । ମୁଖ୍ୟ କ୍ୟାମେରାକୁ ଷ୍ଟାଡିୟମରେ ଯୋଜନାବଦ୍ଧ ଭାବେ ଖଞ୍ଜା ଯାଇଥାଏ । 

ବାଉଣ୍ଡରି ଲାଇନରେ ଲଗାଯାଏ ବାଉଣ୍ଡରି କ୍ୟାମେରା । ଯାହାକି ଫିଲ୍ଡିଂ ଆକ୍ସନର ସଟ୍ ନେଇଥାଏ । ଯେଉଁଥିରୁ ଖେଳାଳିଙ୍କ ମୁଭମେଣ୍ଟ୍ସ ଦେଖି ହୁଏ । ଷ୍ଟମ୍ପ କ୍ୟାମେରାକୁ ଷ୍ଟମ୍ପ ମଝିରେ ରଖା ଯାଇଥାଏ । ଏଥିରେ ବୋଲର, ବ୍ୟାଟ୍ସମ୍ୟାନ୍ ଓ ୱିକେଟ୍ ରକ୍ଷକଙ୍କ ସହ ଜଡ଼ିତ ସ୍ଲୋ ଭିଡିଓ ଦେଖି ହୁଏ ।

ସ୍ପାଇଡର କ୍ୟାମେରା ସହାୟତାର ଏରିଅଲ୍ ସଟ୍ ଦେଖି ହୁଏ । ଅଲ୍ଟ୍ରା ସ୍ଲୋ ମୋସନ୍ କ୍ୟାମେରା ଜରିଆରେ ଅନ୍ୟ ସଟକୁ ସ୍ଲୋ ମୋସନ୍ କରାଯାଇ ଥାଏ । ହେଲମେଟ୍ କ୍ୟାମେରା ଯାହାକି ଖେଳାଳି ପିନ୍ଧିଥାନ୍ତି । ଏହାଦ୍ୱାରା ଜଣା ପଡ଼େ ବ୍ୟାଟରଙ୍କୁ ବଲ୍ କେମିତି ଦେଖା ଯାଏ । ରୋବୋଟିକ୍ କ୍ୟାମେରାକୁ ଭିନ୍ନ ଭିନ୍ନ ସ୍ଥାନରେ ରଖା ଯାଇଥାଏ । ଏହାଦ୍ୱାରା ପେସିଫିକ୍ ସଟ୍ସ କ୍ୟାପଚର ହୁଏ । 

  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.