ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇପିଏସ୍‌ ସ୍ତରରେ ଛୋଟ ଅଦଳବଦଳ: ୪ IPSଙ୍କୁ ବଦଳି, ବରିଷ୍ଠ ଆଇପିଏସ୍‌ ଦୟାଲ ଗଙ୍ଗୱାରଙ୍କୁ ଏଡିଜିପି ଦାୟିିତ୍ୱ

ଭୁବନେଶ୍ୱର,୦୧/୦୨: ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ଏକ ଛୋଟ ଅଦଳ ବଦଳ କରିଛନ୍ତି । ବରିଷ୍ଠ ଆଇପିଏସ୍‌ ତଥା ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଏଡିଜିପି) ଦୟାଲ ଗଙ୍ଗୱାର ଏଡିଜିପି (ପୁଲିସ ଆଧୁନିକରଣ) ହୋଇଛନ୍ତି । ୧୯୯୮ ବ୍ୟାଚ୍‌ର ଦୟାଲ ରେଳବାଇ ଓ ତଟବର୍ତ୍ତୀ ସୁରକ୍ଷା ଦାୟିତ୍ୱରେ ଥିଲେ । ସେହି ବ୍ୟାଚ୍‌ ଆଇପିଏସ୍‌ ତଥା ଏଡିଜିପି  (ପୁଲିସ ଆଧୁନିକରଣ) ରାଜେଶ କୁମାରଙ୍କୁଏଡିଜିପି ରେଳବାଇ ଓ ତଟବର୍ତ୍ତୀ ସୁରକ୍ଷାର  ଦାୟିତ୍ୱ ମିଳିଛି । 

ତା’ ସହ ସେ ରାଜ୍ୟ ଅପରାଧ ବିଧି ବିଜ୍ଞାନଗାର(ଏସ୍‌ଏଫ୍‌ଏସ୍‌ଏଲ୍‌) ର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ୨୦୦୭ ବ୍ୟାଚ୍‌ ଆଇପିଏସ୍‌  ତଥା ଡିଆଇଜି (ଏସ୍‌ଏପି) ଅବିନାଶ କୁମାର କମିଶନରେଟ୍‌ ପୁଲିସର ଅତିରିକ୍ତ  ପୁଲିସ କମିଶନର (ସିପି)ର ଦାୟିତ୍ୱ ମିଳିଛି । ଅତିରିକ୍ତ ପୁଲିସ କମିଶନର (ସିପି) ଥିବା ଡିଆଇଜି ବ୍ରିଜେଶ କୁମାର ରାୟଙ୍କୁ ମାତ୍ର ୩ ମାସରେ ବଦଳି କରାଯାଇଛି ।  ୨୦୦୯ ବ୍ୟାଚ୍‌ର ଏହି ଆଇପିଏସ୍‌ଙ୍କୁ ଡିଆଇଜି (ସୁରକ୍ଷା ଶାଖା) ଦାୟିତ୍ୱ ମିଳିଛି।

Also Read :-

ଡିଭାଇଡରରେ ପିଟି ହୋଇ ଓଲଟିଲା ବସ୍, ୨୦ ରୁ ଉର୍ଦ୍ଧ୍ଵ ଆହତ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.