ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

୨୦୨୬ ସୁଦ୍ଧା ଭାରତରେ ଆରମ୍ଭ ହୋଇପାରେ ଇ-ଏୟାର୍ ଟ୍ୟାକ୍ସି ସେବା, ୭ ମିନିଟରେ ସରିବ ୯୦ ମିନିଟର କାର୍ ଯାତ୍ରା

ନୂଆଦିଲ୍ଲୀ, ୧୦/୧୧: ଇଣ୍ଡିଆର ଟପ୍ ଏୟାରଲାଇନ୍ ଇଣ୍ଡିଗୋର ପରିଚାଳନା କରୁଥିବା ଇଣ୍ଟରଗ୍ଲୋବ୍ ଏଣ୍ଟରପ୍ରାଇଜେସ୍ ଏବଂ ଆମେରିକାର ଆର୍ଚର ଆଭିଏସନ୍ ଭାରତରେ ଆରମ୍ଭ କରିବ ଇ-ଟ୍ୟାକ୍ସି । ୨୦୨୬ ସୁଦ୍ଧା ଭାରତରେ ଇଲେକ୍ଟ୍ରିକ୍ ଏୟାର ଟ୍ୟାକ୍ସି ଆରମ୍ଭ ହୋଇପାରେ । ଯାହାକି ଅନ୍-ରୋଡ୍ ସର୍ଭିସ୍ ଖର୍ଚ୍ଚ ସହ ପ୍ରାୟ ସମାନ ରହିବ ବୋଲି କହିଛି କମ୍ପାନୀ ।

ଏବେ କମ୍ପାନୀର ଇ-ଏୟାର ଟ୍ୟାକ୍ସିକୁ ସମସ୍ତ କ୍ଲିୟରାନ୍ସ ମିଳିନାହିଁ । କମ୍ପାନୀର ଲକ୍ଷ୍ୟ ହେଉଛି ଜନସଂଖ୍ୟା ଦୃଷ୍ଟିରୁ ବିଶ୍ୱର ସର୍ବବୃହତ ଦେଶ ଭାରତର ସଡ଼କରେ ଟ୍ରାଫିକ୍ କମ୍ କରିବା । ଏବଂ ମେଟ୍ରୋ ସିଟି ଗୁଡ଼ିକରେ ଯାନବାହାନ ପ୍ରଦୂଷଣ କମାଇବା ।

ବିଦ୍ୟୁତ୍ ଆଘାତରେ ଗଲା ୪ ଜୀବନ, ଜଣେ ଅନ୍ୟ ଜଣଙ୍କୁ ବଞ୍ଚାଇବାକୁ ଯାଇ ବାପାମାଆଙ୍କ ସହ ଆଖି ବୁଜିଲେ ଭାଇଭଉଣୀ

ଇଲେକ୍ଟ୍ରିକ୍ ଭର୍ଟିକାଲ୍ ଟେକ୍ଅଫ୍ ଆଣ୍ଡ ଲ୍ୟାଣ୍ଡିଂ (eVTOL)ର ନିର୍ମାଣ କରିଛି ଆମେରିକାର ଆର୍ଚର ଆଭିଏସନ୍ । ଯାହାକି ଭବିଷ୍ୟତରେ ପରିବହନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ । ଏହି ଇ-ଏୟାରକ୍ରାଫ୍ଟକ ଏକ ସମୟରେ ପାଇଲଟଙ୍କ ସହ ୪ ଜଣଙ୍କୁ ନେଇ ୧୦୦ ମାଇଲ୍ (ପ୍ରାୟ ୧୬୧ କିଲୋମିଟର) ପର୍ଯ୍ୟନ୍ତ ଉଡ଼ାଣ କରି ପାରିବ ।

କମ୍ପାନୀ ଲକ୍ଷ୍ୟ ରଖିଛି ପ୍ରାୟ ୨୦୦ଟି ଏୟାରକ୍ରାଫ୍ଟକୁ ନେଇ ଭାରତରେ ସେବା ଆରମ୍ଭ କରିବ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ, ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସହ ସିଲିକନ୍ ଭ୍ୟାଲି ବେଙ୍ଗଲୁରୁରେ କମ୍ପାନୀ ସେବା ଯୋଗାଇବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ଅନୁସାରେ, କାରରେ ଯେଉଁ ଯାତ୍ରା ପାଇଁ ଦିଲ୍ଲୀରେ ୬୦ରୁ ୯୦ ମିନିଟ୍ ସମୟ ଲାଗେ ଏୟାର ଟ୍ୟାକ୍ସି ଏହାକୁ ୭ ମିନିଟରେ ପୂରା କରିବ ।

ରାଜସ୍ଥାନ କଂଗ୍ରେସକୁ ଝଟକା, ନାମାଙ୍କନ ପ୍ରତ୍ୟାହାର କରି ବିଜେପିରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଘନିଷ୍ଠ

ଇଣ୍ଡିଗୋର ପ୍ୟାରେଣ୍ଟ କମ୍ପାନୀ ଇଣ୍ଟରଗ୍ଲୋବ୍ ଏଣ୍ଟରପ୍ରାଇଜେସ୍ ଇ-ଏୟାରକ୍ରାଫ୍ଟର ବ୍ୟବହାର କାର୍ଗୋ, ଲଜିଷ୍ଟିକ୍, ମେଡିକାଲ, ଜରୁରୀକାଳୀନ ସେବା ଏବଂ ଚାର୍ଟର ସର୍ଭିସ୍ ଲାଗି କରିବାକୁ ଯୋଜନା କରିଛି ।

Copyright © 2022 - Summa Real Media Private Limited. All Rights Reserved.