ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଳଦ୍ୱୀପରୁ ସୈନିକଙ୍କୁ ଫେରାଇ ଆଣିବ ଭାରତ … ଚୀନ ସମର୍ଥକ ମୁଇଜ୍ଜୁଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ପରେ ଦାବି

ମାଲେ – ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଦାବି କରିଛନ୍ତି କି, ଭାରତ ମାଳଦ୍ୱୀପରୁ ସୈନିକଙ୍କୁ ଫେରେଇ ଆଣିବାକୁ ନିଷ୍ପତ୍ତି ନେଇଛି। ସେ ଏହି ଦାବି ଦୁବାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ପରେ କରିଛି। ମୁଇଜ୍ଜୁ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ବିଦେଶ ଯାତ୍ରାରେ ଆସି ଥିଲେ। ଏହି ସମୟରେ ସେ ତୁର୍କୀ ଓ ସଂଯୁକ୍ତ ଆରବ ଏମିରଟ ଗସ୍ତ କରିଥିଲେ। ମୁଇଜ୍ଜୁ ୟୁଏଇରେ ଆୟୋଜିତ ସିଓପି ୨୮ ଶିଖର ସମ୍ମିଳନୀର ମଧ୍ୟ ଭାଗ ନେଇ ଥିଲେ। ମୁଇଜ୍ଜୁ ଦୀର୍ଘ ସମୟରୁ ଭାରତ ବିରୋଧୀ ରାଜନୀତି କରୁଛନ୍ତି। ସେ ନିଜର ନିର୍ବାଚନୀ କ୍ୟାମ୍ପେନରେ ଇଣ୍ଡିଆ ଆଉଟ୍‌ ନାରା ଦେଇ ଥିଲେ। ଏହା ବ୍ୟତୀତ ସେ ନିଜର ପ୍ରତି ନିର୍ବାଚନୀ ଭାଷଣରେ ମାଳଦ୍ୱୀପରୁ ଭାରତୀୟ ସୈନିକଙ୍କୁ ହଟେଇବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ନିର୍ବାଚନରେ ବିଜୟ ଓ ଶପଥ ଗ୍ରହଣ ପରେ ଭାଷଣରେ ମଧ୍ୟ ଭାରତୀୟ ସୈନିକଙ୍କୁ ଫେରେଇ ଆଣିବାକୁ ଶପଥ ନେଇଥିଲେ। 

ଟାଇମ୍ସ ଅଫ୍ ଇଣ୍ଡିଆ ଅନୁସାରେ, କୁହାଯାଇ ଥିଲା କି ମାଳଦ୍ୱୀପରେ ଜଣେ ବି ଭାରତୀୟ ସୈନିକ ନାହାନ୍ତି। ସୂତ୍ର କହିଥିବା କି, ସେଠାରେ କେବଳ ଭାରତର ଟେକ୍ନିକାଲ କର୍ମଚାରୀ ଅଛନ୍ତି , ଯିଏ ଆଇଟିଇସି (ଇଣ୍ଡିଆନ ଟେକ୍ନିକଲ ଆଣ୍ଡ ଇକୋନମିକ କୋଅପରେସନ ) କାର୍ଯ୍ୟକ୍ରମ ଅନୁସାରେ ମୁତୟନ ଅଛନ୍ତି , ଯାହାକି ଡାର୍ନିୟର ବିମାନ ଓ ଦୁଇଟି ହେଲିକ୍ଟରର ଉଡ଼ାଣରେ ମାଳଦ୍ୱୀପର ସାହାଯ୍ୟ କରିପାରିବେ। ଏହା ବ୍ୟତୀତ ମାଳଦ୍ୱୀପର ସୈନ୍ୟ ହସ୍ପିଟାଲରେ କିଛି ଡାକ୍ତର ମଧ୍ୟ ନିୟୋଜିତ ଅଛନ୍ତି। ଭାରତ ଡାର୍ନିୟର ବିମାନ ଓ ଏଏଲଏଚ ହେଲିକପ୍ଟର ମାଳଦ୍ୱୀପକୁ ଗିଫ୍ଟ ଭାବେ ପ୍ରଦାନ କରିଛି। 

ନଭେମ୍ୱର ୨୦୨୧ରେ ମାଳଦ୍ୱୀପ ନ୍ୟାସନାଲ ଡିଫେନ୍ସ ଫୋର୍ସ ସଂସଦୀୟ କମିଟିକୁ କହି ଥିଲା କି , ମାଳଦ୍ୱୀପରେ ମୋଟ ୭୫ଭାରତୀୟ ସୈନିକ ଅଛନ୍ତି। ଭାରତ ଓ ମାଳଦ୍ୱୀପ ପରସ୍ପର ଭିତରେ ମ୍ୟାରିଟାଇମ୍‌ ସିକ୍ୟୁରିଟି ଏଗ୍ରିମେଣ୍ଟ କରିଛି। ଏହି ଅନୁସାରେ ଭାରତୀୟ ସେନା ମାଳଦ୍ୱୀପକୁ ସୁରକ୍ଷା ମାମଲାରେ ଯାହାଯ୍ୟ କରିଥାଏ। ଏହି ସାହାଯ୍ୟ କେବଳ ଟେକନିକୀୟ ସହାୟତା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ରହିଛି। ହେଲେ ସେତେବେଳେ ମାଳଦ୍ୱୀପର ବିପକ୍ଷ ଦଳ ଭାରତ ସହ ଏହି ଚୁକ୍ତିକୁ ବିରୋଧ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.