ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରିଙ୍କୁ-ଜିତେଶଙ୍କ ଉପଯୋଗୀ ଇନିଂସ; ଅଷ୍ଟ୍ରେଲିଆକୁ ୧୭୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

Image : ABP

ରାୟପୁର,୦୧/୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଚତୁର୍ଥ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ ହରାଇ ୧୭୪ ରନ୍‌ ହାସଲ କରିଛି। ଓପନିଂ ଯୋଡ଼ି ଟିମ୍ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ ସୁଦ୍ଧା ପରେ ଲଗାତାର ୱିକେଟ୍ ଯିବା ଯୋଗୁ ଦଳୀୟ ସ୍କୋର ମାନ୍ଦା ପଡ଼ିଥିଲା। ପରେ ରିଙ୍କୁ ସିଂ ଏବଂ ଜିତେଶ ଶର୍ମା ଇନିଂସ ସମ୍ଭାଳି‌ଥିଲେ। 

ରାୟପୁରର ସହିଦ ବୀର ନାରାୟଣ ସିଂ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲୀୟ ଅଧିନାୟକ ମାଥ୍ୟୁ ୱେଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଓପନର୍ ଯଶସ୍ବୀ ଜୟସୱାଲ ଏବଂ ରୁତୁରାଜ ଗାଇକୱାଡ ଭଲ ଆରମ୍ଭ କରି ପ୍ରଥମ ୱିକେଟ୍ ସୁଦ୍ଧା ୬ ଓଭରରେ ୫୦ ରନ୍ ଯୋଡ଼ିଥିଲେ। ଯଶସ୍ବୀ ଜୟସଓ୍ବାଲ (୩୭), ଋତୁରାଜ ଗାଏକଓ୍ବାଡ଼(୩୨), ରିଙ୍କୁ ସିଂ (୪୬) ଏବଂ ଜିତେଶ ଶର୍ମା (୩୫) ରନ୍‌ କରିଛନ୍ତି। ଅନ୍ୟ କୌଣସି ଖେଳାଳୀ ୧୦ ରନ୍‌ ବି ଛୁଇଁପାରି ନାହାନ୍ତିି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.