ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍: ଟିମ୍‌କୁ ଫେରିବେ ରାହୁଲ, ଜାଡେଜା, ପୁଣି ଅନୁପସ୍ଥିତ ରହିବେ କୋହଲି

ନୂଆଦିଲ୍ଲୀ,୦୮/୦୨: ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପରବର୍ତ୍ତୀ ୩ଟି ମ୍ୟାଚ୍‌ ପାଇଁ ଖୁବ୍‌ ଶୀଘ୍ର ଭାରତୀୟ ଦଳ ଘୋଷଣା କରାଯିବ । ବ୍ୟକ୍ତିଗତ କାରଣରୁ ପ୍ରଥମ ୨ଟି ଟେଷ୍ଟ ଖେଳିନଥିବା ବିରାଟ କୋହଲି ପୁଣି ଅନୁପସ୍ଥିତ ରହିବା ନେଇ ଆଶଙ୍କା ଦେଖା ଦେଇଛି । କୋହଲିଙ୍କ ବିଷୟରେ ବିସିସିଆଇ ଓ  ଟିମ ମ୍ୟାନେଜମେଣ୍ଟ ଏପର୍ଯ୍ୟନ୍ତ ନିରବ  ରହିଛନ୍ତି । ସେ ତୃତୀୟ ଓ ଚତୁର୍ଥ ଟେଷ୍ଟରେ  ମଧ୍ୟ ଅନୁପସ୍ଥିତ ରହିବେ ବୋଲି ବିଶେଷ  ସୂତ୍ରରୁ ଜଣା ପଡ଼ିଛି । ଏପରିକି ପଞ୍ଚମ  ଟେଷ୍ଟ ଖେଳିବା ନେଇ ମଧ୍ୟ ସନ୍ଦେହ ରହିଛି । ୧୫ତାରିଖରୁ ରାଜକୋଟ୍‌ରେ  ତୃତୀୟ ଟେଷ୍ଟ ଆରମ୍ଭ ହେବ ।  

ଦ୍ୱିତୀୟ ଟେଷ୍ଟ ପରେ ଉଭୟ ଦଳଙ୍କୁ  ୭ ଦିନର ବିଶ୍ରାମ ସମୟ ମିଳିଛି । ଇଂଲଣ୍ଡ ଦଳ ଆବୁଧାବିରେ ଛୁଟି କଟାଉଥିବାବେଳେ  ଭରାତୀୟ ଦଳର ସମସ୍ତ ଖେଳାଳି ନିଜ ନିଜ ଘରକୁ ଫେରିଯାଇଛନ୍ତି । ୧୨ତାରିଖରେ ଉଭୟ ଦଳ ରାଜକୋଟ୍‌ରେ  ପହଞ୍ଚି ଅଭ୍ୟାସ ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । 

ସୂଚନାଯୋଗ୍ୟ, ୨୫ତାରିଖରୁ  ହାଇଦ୍ରାବାଦରେ ଟେଷ୍ଟ ସିରିଜ ଆରମ୍ଭ  ହୋଇଥିଲା । କୋହଲି ପୂର୍ବରୁ ଦଳରେ  ରହିଥିଲେ । ମାତ୍ର ୨୨ତାରିଖରେ  ବିସିସିଆଇ କୋହଲିଙ୍କ ଅନୁପସ୍ଥିତି  ବିଷୟରେ ଘୋଷଣା କରିଥିଲା ।  ବ୍ୟକ୍ତିଗତ କାରଣରୁ ସେ ପ୍ରଥମ ୨ଟି  ଟେଷ୍ଟ ଖେଳିପାରୁନଥିବା ବିସିସିଆଇ  ଜଣାଇଥିଲା । ସେହି ଦିନ ସକାଳେ  କୋହଲି ହାଇଦ୍ରାବାଦରେ ପହଞ୍ଚି  ଅଧିନାୟକ ରୋହିତ, ମୁଖ୍ୟ କୋଚ୍‌ ଦ୍ରାବିଡ ଓ ଟିମ ମ୍ୟାନେଜମେଣ୍ଟ  ସହ ଆଲୋଚନା କରି ପୁନର୍ବାର  ଫେରିଯାଇଥିଲେ । ଏପର୍ଯ୍ୟନ୍ତ  କୋହଲିଙ୍କ ବିଷୟରେ କିଛି ଖବର ମିଳିପାରି ନାହିଁ ।  

ଫିଟ୍‌ ହେଉଛନ୍ତି  ରାହୁଲ, ଜାଡେଜା

ପ୍ରଥମ ଟେଷ୍ଟ ଅବସରରେ ଆହତ  ହୋଇଥିବା କେଏଲ ରାହୁଲ ଓ ରବିନ୍ଦ୍ର  ଜାଡେଜାଙ୍କ ଫିଟ୍‌ନେସ୍‌ରେ ଉନ୍ନତି  ହେଉଥିବା ଖବର ମିଳିଛି । ତୃତୀୟ  ଟେଷ୍ଟ ବେଳକୁ ଉଭୟ ଫିଟ୍‌ ହୋଇ  ଦଳକୁ ଫେରିବେ ବୋଲି ଅନୁମାନ  କରାଯାଉଛି । ଅବଶ୍ୟ ଏପର୍ଯ୍ୟନ୍ତ ଉଭୟଙ୍କୁ ଏନ୍‌ସିଏ(ଜାତୀୟ କ୍ରିକେଟ୍‌ ଏକାଡେମୀ)  ପକ୍ଷରୁ ଫିଟ୍‌ନେସ ପ୍ରମାଣ ପତ୍ର ପ୍ରଦାନ  କରାଯାଇନାହିଁ ।  

ସିରାଜ ଫେରିବା ନିଶ୍ଚିତ 

ଦ୍ୱିତୀୟ ଟେଷ୍ଟରୁ ବିଶ୍ରାମ ନେଇଥିବା  ପେସ୍‌ ବୋଲର ମହମ୍ମଦ ସିରାଜ  ପ୍ରତ୍ୟାବର୍ତ୍ତନ କରିବା ନିଶ୍ଚିତ । ଏପରିକି  ସେ ତୃତୀୟ ଟେଷ୍ଟ ଖେଳିବେ । ସିରାଜ  ପ୍ରଥମ ଟେଷ୍ଟ ଖେଳିଥିଲେ । ତାଙ୍କ  ନିକଟରେ କୌଣସି ଆହତ ସମସ୍ୟା  ନଥିଲା । କିନ୍ତୁ ମାତ୍ରାଧିକ କାର୍ଯ୍ୟଭାରକୁ ନେଇ ତାଙ୍କୁ ଦ୍ୱିତୀୟ ଟେଷ୍ଟରୁ ବିଶ୍ରାମ  ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.