ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଦ.ଆଫ୍ରିକାରେ ପହଞ୍ଚିଲା ଭାରତୀୟ ଦଳ, ଆସନ୍ତା ୧୦ରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା

Published By : Prameya | December 7, 2023 8:26 AM

ନୂଆଦିଲ୍ଲୀ,୦୭/୧୨:  ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ଟି-ଟ୍ୱେଣ୍ଟି ସିରିଜ୍‌ ଜିତିବା ପରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ବାହାରି ଯାଇଛି । ଏହି ଗସ୍ତରେ ଦଳ ୩ଟି ଟି-ଟ୍ୱେଣ୍ଟି, ୩ଟି ଦିନିକିଆ ଏବଂ ୨ଟି ଟେଷ୍ଟ  ମ୍ୟାଚ୍‌ ଖେଳିବାର ସୂଚୀ ରହିଛି । 

ବୁଧବାର ଡର୍ବାନରେ ଭାରତୀୟ ଦଳ ପହଞ୍ଚିବା  ପରେ ଯୁବ ତାରକା ଯଶସ୍ୱୀ ଜୈସ୍ୱାଲ ସାଥି  ଋତୁରାଜ ଗାଏକୱାଡଙ୍କ ସହ ସେଲ୍‌ଫି  ନେଇ ସୋସିଆଲ ମିଡିଆରେ ଫଟୋ  ସେୟାର କରିଥିଲେ । ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ  ଟି-ଟ୍ୱେଣ୍ଟି ସିରିଜ୍‌ରୁ ଭାରତ ଅଭିଯାନ  ଆରମ୍ଭ କରିବ । 

ପ୍ରଥମ ଟି-ଟ୍ୱେଣ୍ଟି ଆସନ୍ତା  ୧୦ ତାରିଖରେ ଡର୍ବାନରେ ଖେଳାଯିବ ।  ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ନେତୃତ୍ୱ ପ୍ରଦାନ  କରାଯାଇଛି। ତାଙ୍କ ନେତୃତ୍ୱରେ ଘରୋଇ ମାଟିରେ  ଦଳ ଅଷ୍ଟ୍ରେଲିଆକୁ ପରାଜିତ କରିଥିଲା । ଆସନ୍ତା  ୧୨ ତାରିଖରେ ଦ୍ୱିତୀୟ ଏବଂ ୧୪ ତାରିଖରେ  ତୃତୀୟ ଟି-ଟ୍ୱେଣ୍ଟି ଶେଷ ହେବା ପରେ ୧୭ ତାରିଖରୁ  ଦିନିକିଆ ସିରିଜ୍‌ ଆରମ୍ଭ ହେବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.