ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଆଉ ବେଶି ଦୂର ନୁହେଁ ସ୍ବପ୍ନ, ୪ ଟ୍ରିଲିୟନ ଡଲାର ଅତିକ୍ରମ କଲା ଭାରତର ଜିଡିପି

Image Courtesy: abplive

ନୂଆଦିଲ୍ଲୀ: ୫ ଟ୍ରିଲିୟନ୍‌ ଡଲାର ଅର୍ଥବ୍ୟବସ୍ଥା ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଛି ଭାରତ । ଦେଶର ଅର୍ଥବ୍ୟବସ୍ଥା ୪ ଟ୍ରିଲିୟନ୍‌ ଡଳାରକୁ ଅତିକ୍ରମ କରିଥିବା ବେଳେ ବିଶ୍ବରେ ଚତୁର୍ଥ ବୃହତ୍ତ ଅର୍ଥନୀତି ହେବାକୁ ଯାଉଛି ଭାରତ । ଭାରତର ଜିଡିପି ନଭେମ୍ବର ୧୮ ରାତିରେ ହିଁ ୪ ଟ୍ରିଲିୟନ୍‌ ଡଲାର ଅତିକ୍ରମ କରିଛି ବୋଲି ଜିଡିପି ଲାଇଭ ତଥ୍ୟରୁ ଜଣାପଡ଼ିଛି ।

ଘର, ବ୍ୟବସାୟ ସବୁ ଗଲା...୧୭ ଲକ୍ଷ ଆଫଗାନିସ୍ତାନୀୟଙ୍କୁ କାହିଁକି ପାକିସ୍ତାନରୁ ବାହାର କରାଯାଉଛି?

 ନଭେମ୍ବର ରାତି ୧୦.୩୦ରେ ଭାରତର ଜିଡିପି ୪ ଟ୍ରିଲିୟନ ଡଲାର ଅତିକ୍ରମ କରିବା ସହ ବିଶ୍ବର ଚତୁର୍ଥ ଅର୍ଥନୀତର ନିକଟତର ହୋଇଛି । ଚତୁର୍ଥ ସ୍ଥାନରେ ଥିବା ଜର୍ମାନୀ ସହ ସମକ୍ଷକ ହେବାକୁ ଯାଉଛି ଭାରତ । ଜର୍ମାନ ଏବଂ ଭାରତ ମଧ୍ୟରେ ଜିଡିପିର ଅନ୍ତର ବହୁତ କମ୍‌ ରହିଛି ।

‘ଧୁମ୍’ ଫିଲ୍ମର ନିର୍ଦ୍ଦେଶକ ସଞ୍ଜୟ ଗଢବୀଙ୍କ ହୃଦଘାତରେ ପରଲୋକ, ଘରେ ଚା’ ପିଇବା ବେଳେ ହଠାତ ତଳେ ପଡିଗଲେ

ଏବେ ଆମେରିକା ବିଶ୍ବରେ ସବୁଠୁ ବଡ଼ ଅର୍ଥନୀତି ହୋଇଥିବା ବେଳେ ଦେଶର ଜିଡିପି ୨୬.୭ ଟ୍ରିଲିୟନ୍‌ ଡଲାର ରହିଛି । ଏହା ପରେ ୧୯.୨୪ ଟ୍ରିଲିୟନ ଡଲାର ସହ ପଡ଼ୋଶୀ ଚୀନ୍‌ ଦ୍ବିତୀୟ ସ୍ଥାନରେ ରହିଛି । ସେହିଭଳି ୪.୩୯ ଟ୍ରିଲିୟନ ଡଲାର ସହ ଜାପାନ ତୃତୀୟ ସ୍ଥାନରେ ରହିଥିବା ବେଳେ ୪.୨୮ ଟ୍ରିଲିୟନ୍‌ ଡଲାର ଇକୋନୋମି ସହ ଜର୍ମାନୀ ଚତୁର୍ଥ ସ୍ଥାନରେ ରହିଛି ।

ଉତ୍ତରକାଶୀ ଟନେଲ୍, ୪ଟି ଭିନ୍ନ ଭିନ୍ନ ସ୍ଥାନରୁ ଖୋଳିବା ଆରମ୍ଭ କଲେ ୪ଟି ଉଦ୍ଧାରକାରୀ ଟିମ୍

 

 

  • india
  • Copyright © 2022 - Summa Real Media Private Limited. All Rights Reserved.