ପ୍ରମୂଖ ଖବର
  • ସୁପର-୮ ମୁକାବିଲା: ବାଂଲାଦେଶକୁ ୫୦ ରନରେ ହରାଇଲା ଭାରତ
  • ||
  • ପରୀକ୍ଷା ହେବାର ଗୋଟିଏ ଦିନ ପୂର୍ବରୁ NEET-PG ଏଣ୍ଟ୍ରାସ୍ ସ୍ଥଗିତ
  • ||
  • ରବିବାରଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଶ୍ରୀବଳଦେବଜିଉ ମନ୍ଦିରରେ କରିବେ ପୂଜାର୍ଚ୍ଚନା
  • ||
  • ଓଟିଇଟି-୨୦୨୪ ପାଇଁ ବିଜ୍ଞପ୍ତି ପ୍ରକାଶ: ଅଗଷ୍ଟ ୯ରେ ପରୀକ୍ଷା, ଜୁନ୍ ୨୪ରୁ ଆବେଦନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍ ସୁପର ୮ ବାଂଲାଦେଶକୁ ଭେଟିବ ଭାରତ, ରୋହିତ, କୋହଲିଙ୍କ ପାଇଁ ସ୍ପିନ୍‌ ପରୀକ୍ଷା
  • ||
  • ରାଜ୍ୟର ୩୦ ଜିଲ୍ଲାକୁ ଛୁଇଁଲା ମୌସୁମୀ: ଆଜି କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷିପାରେ, ୨୭ରେ ଲଘୁଚାପ
  • ||
  • ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ର​‌ରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା. ୬୮ ଫ୍ଲାଟୁନ୍ ଫୋର୍ସ ମୁତୟନ
  • ||
  • ପୁରୀ: ଆଜି ପବିତ୍ର ସ୍ନାନଯାତ୍ରା , ରତ୍ନସିଂହାନରୁ ସ୍ନାନବେଦୀକୁ ଧାଡି ପହଣ୍ଡିରେ ବିଜେ କରୁଛନ୍ତି ଶ୍ରୀଜିଉ
  • ||

କେରଳରେ ନିପା ଭାଇରସରେ ୨ଜଣଙ୍କ ମୃତ୍ୟୁ , କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ପଠାଇଲେ ଏକ୍ସପର୍ଟ ଟିମ୍

କୋଝିକୋଡ – କେରଳର କୋଝିକୋଡ ଜିଲ୍ଲାରେ ନିପା ଭାଇରସରେ ୨ଜଣ ଲୋକଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡାଭିୟା ମଙ୍ଗଳବାର ( ୧୨ ସେପ୍ଟେମ୍ୱର)ରେ ଏହା ସ୍ପଷ୍ଟ କରିଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁସାରେ , ପ୍ରଥମ ମୃତ୍ୟୁ ୩୦ ଅଗଷ୍ଟରେ ଓ ଦ୍ୱିତୀୟ ମୃତ୍ୟୁ ସୋମବାର ( ୧୧ ସେପ୍ଟେମ୍ୱର)ରେ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ମଣ୍ଡାଭିୟା କହିଛନ୍ତି କି ସ୍ଥିତି ବିଷୟରେ ଜାଣିବା ଓ ନିପା ଭାଇରସ ମ୍ୟାନେଜମେଣ୍ଟରେ ରାଜ୍ୟ ସରକାରଙ୍କ ସାହାଯ୍ୟ ପାଇଁ ଏକ କେନ୍ଦ୍ରୀୟ ଟିମ୍ କେରଳ ପଠାଯାଇଛି।

ରାଜ୍ୟ ସରକାର କୋଝିକୋଡ ଜିଲ୍ଲାରେ ୨ଜଣ ଲୋକଙ୍କ ଅପ୍ରାକୃତିକ ମୃତ୍ୟୁ ବିଷୟରେ ଜାଣିବା ପରେ ୫ ସାମ୍ପଲ ଯାଞ୍ଚ ପାଇଁ ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାୟରୋଲଜି ପଠାଇ ଥିଲେ। ଏହି ସାମ୍ପଲ ଏଥିପାଇଁ ପଠାଯାଇ ଥିଲା , ଏହାକି ଏହି କଥା ବିଷୟରେ ଜାଣିପାରିବା କି ନିପା ଭାଇରସରେ ସଂକ୍ରମିତ କି ନାହିଁ। ଏହି ୫ ଟି ମଧ୍ୟରୁ ଗୋଟିଏ ସାମ୍ପଲ ମୃତକଙ୍କର ଥିଲା । ଆଉ ୪ଟି ତାଙ୍କ ସଂପର୍କୀୟଙ୍କର। ଏହା ବ୍ୟତୀତ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ୨ ଜଣ ଲୋକଙ୍କ ମୃତ୍ୟୁ ପରେ ସୋମବାର ( ୧୧ ସେପ୍ଟେମ୍ୱର)ର ଆଲର୍ଟ ମଧ୍ୟ ଜାରି କରିଥିଲେ। 

କେରଳର କୋଝିକୋଡ ଜିଲ୍ଲାରେ ୨୦୧୮ ଓ ୨୦୨୧ ରେ ମଧ୍ୟ ନିପା ଭାଇରସରେ ମୃତ୍ୟୁ ମାମଲା ସାମନାକୁ ଆସିଥିଲା। ଦକ୍ଷିଣ ଭାରତରେ ନିପା ଭାଇରସର ପ୍ରଥମ ମାମଲା ୧୯ମେ ୨୦୧୮ରେ କୋଝିକୋଡରେ ସାମନାକୁ ଆସିଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.