ତେନ୍ତୁଳିଖୁଣ୍ଟି, ୮/୧୧ : ତେନ୍ତୁଳିଖୁଣ୍ଟି ବ୍ଲକର ଇନ୍ଦ୍ରାବତୀ ହେଉଛି ଏକ ବ୍ୟବସାୟର କେନ୍ଦ୍ର । ଏହି ଇନ୍ଦ୍ରାବତୀ ହେଉଛି କୋରାପୁଟ ଜିଲ୍ଲାର କେତେକ ଗ୍ରାମ ଓ କଳାହାଣ୍ଡି ଜିଲ୍ଲାର କେତେକ ଗାଁ ତେନ୍ତୁଳିଖୁଣ୍ଟି ବ୍ଲକର ୩ଟି ପଞ୍ଚାୟତ ନନ୍ଦାହାଣ୍ଡି ବ୍ଲକର ଦୁଇଟି ପଞ୍ଚାୟତ ଏହି ଅଞ୍ଚଳରେ ରହିଥିବା ଜଳଭଣ୍ଡାର ଭିତରେ ବସବାସ କରୁଥିବା ଜନସାଧାରଣ ଏହି ଇନ୍ଦ୍ରାବତୀରେ ସବୁଦିନିଆ ଛୋଟ ସହର ବୋଲି ରହିଛି ।
ଏହି ଇନ୍ଦ୍ରାବତୀ ଦିନେ ନବରଙ୍ଗପୁର ଜିଲ୍ଲାର ସୁନ୍ଦର ଛୋଟିଆ ସହର ହୋଇକି ରହିଥିଲା ତାହା ଆଜି ହଜିବାର ବସିଛି। ଇନ୍ଦ୍ରାବତୀ ଓ ଖାତିଗୁଡା ମିସିକି ରହିଛି।ସାହି ଗଳି ,ରାସ୍ତା କଡରେ ଲଟା ବୁଦା ଉଠି ଅଳିଆ ଆବର୍ଜନା ଭର୍ତ୍ତି ହୋଇକି ରହିଛି। ଇନ୍ଦ୍ରାବତୀର ବ୍ୟବସାୟୀମାନେ ସବୁଦିନେ ଯିବା ଆସିବା କରୁଥିବା ଜନସାଧାରଣଙ୍କ ରାସ୍ତା ତଥା ସରସ୍ୱତୀ ଶିଶୁମନ୍ଦିର ବିଦ୍ୟାଳୟର ସାମନା ରାସ୍ତାରେ ଅଳିଆ ଆବର୍ଜନା ଦୁର୍ଗନ୍ଧ, ଖାତିଗୁଡା ହାଇସ୍କୁଲର ପାଚେରିରେ ୫ଟି ମାଧ୍ୟମରେ ରୂପାନ୍ତରିତ ହୋଇ ସୁନ୍ଦର ଚିତ୍ର କରାଯାଇଛି । ମାତ୍ର ବ୍ୟବସାୟୀଙ୍କ ଜିନିଷପତ୍ର ରଖିବାରୁ କିଛି ଦିଶୁ ନ ଥିବା ଦେଖିବାକୁ ମିଳୁଛି । ଏହି ଅଞ୍ଚଳର ପରିବେଶ ଦୂଷିତ କରି ରଖିଛନ୍ତି । ଏହି ଶିକ୍ଷା ଅନୁଷ୍ଠାନ ପାଖରେ ରୋଡ଼, ଆଜବେଷ୍ଟ ଟିଣ, ଜେସିପି ଗାଡି ରଖି ରାସ୍ତା କବଜା କରି ରଖି ବ୍ୟବସାୟ କରୁଛନ୍ତି। ତୁରନ୍ତ ଏହି ଜିନିଷକୁ ହଟେଇ ପରିବେଶ ସଫା ରଖିବାକୁ ବିଦ୍ୟାଳୟ ର ଅଭିଭାବକମାନେ ପ୍ରକାଶ କରିଛନ୍ତି।