ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଇସ୍ରାଏଲ୍‌-ହମାସ ଯୁଦ୍ଧ: ଇସ୍ରାଏଲ ଆକ୍ରମଣରେ ୪ ହଜାରରୁ ଅଧିକ ଶିଶୁଙ୍କ ଯାଇଛି ପ୍ରାଣ

ନୂଆଦିଲ୍ଲୀ, ୦୯/୧୧: ଅକ୍ଟୋବର ୭ ସକାଳେ ହମାସ୍‌ ଆତଙ୍କବାଦୀ ଇସ୍ରାଏଲ ଉପରେ ଆକ୍ରମଣ କରି ଆତଙ୍କ ରଚିବା ପରଠୁ ପ୍ରତିଆକ୍ରମଣ ଜାରି ରଖିଛି ଇସ୍ରାଏଲ । ହମାସ୍‌ ଆକ୍ରମଣରେ ୧,୪୦୦ରୁ ଊଦ୍ଧ୍ୱର୍ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ  ୨୦୦ରୁ ଅଧିକଙ୍କୁ ଅପହରଣ କରିନେଇଥିଲା ଏହି ଆତଙ୍କୀ ସଙ୍ଗଠନ । ସେବେଠାରୁ ମାସେ ହେଲାଣି ଗାଜା ଉପରେ ଆକ୍ରମଣ କରି ଏହି ସହରକୁ ଧ୍ୱଂସସ୍ତୂପ କରିସାରିଛି ଇସ୍ରାଏଲ ସେନା । ଆକାଶ ମାର୍ଗରୁ ଆକ୍ରମଣ ପରେ ଏବେ ହମାସ୍‌ର ମୂଳୋତ୍ପାଟନ ଲାଗି ଗାଜାରେ ଇସ୍ରାଏଲର ସ୍ଥଳସେନା ଏହି ଆତଙ୍କବାଦୀଙ୍କ ବିଭିନ୍ନ ଠିକଣାକୁ ଟାର୍ଗେଟ କରୁଛି । ହେଲେ ଏଥିରେ କେବଳ ହମାସ୍‌ ଆତଙ୍କୀ ନୁହଁନ୍ତି ଗାଜାରେ ବାସ କରୁଥିବା ସାଧାରଣ ନାଗରିକଙ୍କ ଜୀବନ ମଧ୍ୟ ଯାଉଛି । ମାସେ ହେଲାଣି ସବୁ ମୁହୂର୍ତ୍ତରେ ଅଚାନକ ମୃତ୍ୟୁର ଅପେକ୍ଷାରେ ଭୟରେ କାଳାତିପାତ କରୁଛନ୍ତି ଗାଜାବାସୀ । ଉଦ୍‌ବେଗଜନକ କଥା ହେଉଛି ମୃତକଙ୍କ ଭିତରେ ହଜାର ହଜାର ସଂଖ୍ୟାରେ ନିଷ୍କାପ ଶିଶୁ ରହିଛନ୍ତି । 

ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଇସ୍ରାଏଲ ଆକ୍ରମଣରେ ସେଠାରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ଭିତରେ ୪,୧୦୦ରୁ ଊଦ୍ଧ୍ୱର୍ ହେଉଛନ୍ତି ଶିଶୁ । ତେଣୁ ଦେଖିବାକୁ ଗଲେ ଗାଜାରେ ପ୍ରାୟ ପ୍ରତି ୧୦ ମିନିଟ୍‌ରେ ଜଣେ ଶିଶୁର ମୃତ୍ୟୁ ଘଟୁଛି । ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସମେତ ଅନ୍ୟ କିଛି ପ୍ରମୁଖ ନେତା ଏହି ସଂଖ୍ୟା ଠିକ୍‌ ହେବା ଉପରେ ପ୍ରଶ୍ନ ଉଠାଇଛନ୍ତି । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ଆକଳନ ବିଶ୍ୱାସଯୋଗ୍ୟ ବୋଲି କହିଛି । 

ନଭେମ୍ବର ୬ ତଥ୍ୟ ଅନୁସାରେ, ଯୁଦ୍ଧ ଆରମ୍ଭ ପରଠାରୁ ପାଲେଷ୍ଟାଇନରେ ଏ ଯାଏ ୪,୧୦୪ ଶିଶୁଙ୍କ ଜୀବନ ଯାଇଛି । ନିହତ ହେଉଥିବା ପ୍ରତି ୧୦ ଜଣଙ୍କ ମଧ୍ୟରେ ୪ ଜଣ ହେଉଛନ୍ତି ଶିଶୁ । ସେହିପରି ଇସ୍ରାଏଲରେ ହମାସ୍‌ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ୩୧ ଜଣ ଶିଶୁ ଅଛନ୍ତି । ପ୍ରାୟ ୩୦ ଶିଶୁଙ୍କୁ ହମାସ୍‌ ବନ୍ଧକ ରଖିଛି । ଗାଜାରେ ଧ୍ୱଂସାବଶେଷ ତଳେ ନିଖୋଜ ଥିବା ପ୍ରାୟ ୨,୨୬୦ ଜଣଙ୍କ ମଧ୍ୟରୁ ୧,୨୭୦ ଶିଶୁ ହେଉଛନ୍ତି ଶିଶୁ । ପାଲେଷ୍ଟାଇନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆକ୍ରମଣରେ ୨୫,୪୦୦ରୁ ଊଦ୍ଧ୍ୱର୍ ଆହତ ହୋଇଛନ୍ତି । ଇସ୍ରାଏଲ ଅଧିକାରୀଙ୍କ କହିବା ଅନୁସାରେ, ହମାସ୍‌ ପ୍ରାୟ ୨୪୨ ଇସ୍ରାଏଲୀ ଏବଂ ବିଦେଶୀ ନାଗରିକଙ୍କୁ ପଣବନ୍ଦୀ ରଖିଛି । ସେଥିମଧ୍ୟରେ ୩୦ ଜଣ ଶିଶୁ ରହିଛନ୍ତି । 

ହମାସ୍‌ କହିଛି, ଇସ୍ରାଏଲ ଆକ୍ରମଣରେ ୫୭ ପଣବନ୍ଦୀଙ୍କ ମୃତ୍ୟୁ ଘଟିଛି । ଅକ୍ଟୋବର ୨୦ ପରେ ହମାସ୍‌ ୪ ପଣବନ୍ଦୀଙ୍କୁ ମୁକ୍ତ କରିଥିଲା । ସେମାନଙ୍କ ମଧ୍ୟରେ ଜଣେ ୧୭ ବର୍ଷୀୟ ନାବାଳକ ରହିଥିଲା । ଗାଜା ଷ୍ଟ୍ରିପ୍‌ର ପ୍ରାୟ ୨୩ ଲକ୍ଷ ଲୋକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଶିଶୁ । ଅକ୍ଟୋବର ୧୩ରେ ଇସ୍ରାଏଲ ଗାଜାବାସୀଙ୍କ ଚେତାବନୀ ଦେଇ ତୁରନ୍ତ ଉତ୍ତରଗାଜାରୁ ଦକ୍ଷିଣକୁ ଯିବା ପାଇଁ କହିଥିଲା । ମାସକ ଭିତରେ ୧୫ ଲକ୍ଷରୁ ଊଦ୍ଧ୍ୱର୍ ଲୋକ ଆଭ୍ୟନ୍ତରୀଣ ଭାବେ ବିସ୍ଥାପିତ ହେଲେଣି ।

Copyright © 2022 - Summa Real Media Private Limited. All Rights Reserved.