ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ପାକିସ୍ତାନକୁ ମିଳିଲେ ନୂଆ ପ୍ରଧାନ ବିଚାରପତି, ଜଷ୍ଟିସ୍‌ ଇସାଙ୍କ ସାମ୍ନାରେ ଅନେକ ଆହ୍ବାନ

Image Courtesy: indiatoday

ଇସଲାମାବାଦ, ୧୭/୦୯: ପାକିସ୍ତାନ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କଲେ ଜଷ୍ଟିସ୍‌ କ୍ବାଜି ଫୈଜ୍‌ ଇସା । ରବିବାର ୨୯ ତମ ସିଜେପି ଭାବେ କ୍ବାଜି ଫୈଜ୍‌ ଇସା ଦାୟିତ୍ବ ଗ୍ରହଣ କରିଥିବା ଜଣାପଡ଼ିଛି । ସେ ୨୪ ଅକ୍ଟୋବର ୨୦୨୪ (୧୩ ମାସ) ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ।  ଇସଲାମାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କ୍ବାଜି ଫୈଜ୍‌ ଇଶାଙ୍କୁ ସୁପ୍ରମକୋର୍ଟ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରାଇଛନ୍ତି ରାଷ୍ଟ୍ରପତି ଆରିଫ ଅଲଭି । ଏହି କାର୍ଯ୍ୟକ୍ରମରେ ଦେଶର କାମଚଳା ପ୍ରଧାନମନ୍ତ୍ରୀ ଅନଓ୍ବାରଉଳ୍‌ କାକର ଉପସ୍ଥିତ ଥିଲେ । 

ଏହା ବ୍ୟତୀତ ସେନା ମୁଖ୍ୟ ଅସୀମ ମୁନିର, ମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀ ସେଠାରେ ଉପସ୍ଥିତ ଥିଲେ । ୬୩ ବର୍ଷୀୟ ଜଷ୍ଟିସ୍‌ କ୍ବାଜି ଫୈଜ୍‌ ଇସାଙ୍କ ଶପଥ ଗ୍ରହଣ ଉତ୍ସବରେ ତାଙ୍କ ପତ୍ନୀ ସରୀନାଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଲାଗିରହିଛି । ୨୦୧୯ରେ ବାଡ଼ି ଧରି ତଦନ୍ତ ଏଜେନ୍ସି ମୁଖ୍ୟାଳୟରେ ସରୀନା ପହଞ୍ଚିଥିଲେ । ତାଙ୍କ ନାଁରେ ଟ୍ୟାକ୍ସ ଠକେଇ ନେଇ ମାମଲା ରୁଜୁ ହୋଇଥିଲା । ଜଷ୍ଟିସ୍‌ ଇସା ନିଜର କାର୍ଯ୍ୟଶୈଳୀ ପାଇଁ ବେଶ ପରିଚିତ । ଅନେକ ଅପରାଧୀଙ୍କୁ ସେ ସାବାଡ କରିଛନ୍ତି । ହେଲେ ତାଙ୍କୁ ମଧ୍ୟ ଆଇନର ସାମ୍ନା କରିବାକୁ ପଡ଼ିଥିଲା । 

ଦୁର୍ନୀତି ନେଇ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା । ହେଲେ ସୁପ୍ରିମକୋର୍ଟଙ୍କ ଦ୍ବାରା ତାଙ୍କ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗକୁ ରଦ୍ଦ କରିଦିଆଯାଇଥିଲା । ପାକିସ୍ତାନରେ ଆର୍ଥିକ ଏବଂ ରାଜନୈତିକ ଅସ୍ଥିରତା ଲାଗିରହିଥିବା ବେଳେ ଜଷ୍ଟିସ୍‌ କ୍ବାଜି ଫୈଜ୍‌ ଇସାଙ୍କ ନିଯୁକ୍ତି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।  ଅଗଷ୍ଟ ୯ରେ ନ୍ୟାସନାଲ ଆସେମ୍ବଲି ଭଙ୍ଗ ହୋଇଥିବା ବେଳେ ୯୦ ଦିନ ମଧ୍ୟରେ ସାଧାରଣ ନିର୍ବାଚନ କରାଇବା ତାଙ୍କ ପାଇଁ ଚ୍ୟାଲେଞ୍ଜ ହେବ । 

ସେପଟେ ପୂର୍ବତନ ପ୍ରଧାନ ବିଚାରପତି ଉମର ଆତା ବନ୍ଦିଆଲଙ୍କର ଇମ୍ରାନ ଖାନଙ୍କ ପ୍ରତି ନରମ ଭାବାମୂର୍ତ୍ତୀକୁ ନେଇ ଯେଉଁ ଅଭିଯୋଗ ହୋଇଛି ତାକୁ ସ୍ବଚ୍ଛ କରିବା ଜଷ୍ଟିସ୍‌ କ୍ବାଜି ଫୈଜ୍‌ ଇସାଙ୍କ ମୁଖ୍ୟ କାର୍ଯ୍ୟ ହେବ । ନଚେତ ଏହା ଶୀର୍ଷ ଅଦାଲତଙ୍କ ପାଇଁ ଅପମାନ ହେବ ବୋଲି ମତ ପ୍ରକାଶ ପାଇଛି । 

ସବୁଠୁ ବଡ଼ କଥା ହେଉଛି ପାକିସ୍ତାନ ସୁପ୍ରିମକୋର୍ଟରେ ୫୬ ହଜାରରୁ ଅଧିକ ମାମଲା ପଡ଼ିରହିଛି । ଏମିତି କିଛି ମାମଲା ଅଛି ଯେଉଁଗୁଡ଼ିକର ଥରେ ହେଲେ ବି ଶୁଣାଣି ହୋଇନାହିଁ । ଜଷ୍ଟିସ୍‌ କ୍ବାଜି ଫୈଜ୍‌ ଇସା ୨୬ ଅକ୍ଟୋବର ୧୯୫୯ରେ କ୍ବେଟାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା କ୍ବାଜି ମହମ୍ମଦ ଇସା ପାକିସ୍ତାନ ଗଠନ ଆନ୍ଦୋଳନରେ ମୁଖ୍ୟ ଭୂମିକା ନେଇଥିବା ବେଳେ ମହମ୍ମଦ ଅଲି ଜିନ୍ନାଙ୍କ ନିକଟତର ଥିଲେ । 

Supreme Court
Pakistan

Copyright © 2022 - Summa Real Media Private Limited. All Rights Reserved.