ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେବିସିରେ ଏହି ସପ୍ତାହ ରଚିବ ଇତିହାସ , ୭କୋଟିର ପ୍ରଶ୍ନ ଯାଏ ପହଞ୍ଚିଲେ ପ୍ରତିଯୋଗୀ

ନୂଆଦିଲ୍ଲୀ –ଅମିତାଭ ବଚ୍ଚନଙ୍କର ପ୍ରସିଦ୍ଧ କ୍ୱିଜ୍ ରିୟାଲିଟି ଶୋ’ କୌନ ବନେଗା କରୋଡପତି  ଦିନ ପରେ ଦିନ ଖୁବ୍‌ ଆକର୍ଷଣୀୟ ଓ ହୃଦୟସ୍ପର୍ଶୀ ହୋଇ ଚାଲିଛି। ଏହି ଶୋ ଏବେସୁଦ୍ଧା ଅନେକ ଲୋକଙ୍କୁ ମାଲାମାଲ କରି ସାରିଛି। ଶୋ’ ରେ ବିଗ୍‌ ବି'ଙ୍କ ଅନ୍ଦାଜର ମଧ୍ୟ ଖୁବ୍‌ ଚର୍ଚ୍ଚା ହେଉଛି।ସେପଟେ ଏବେ କେବିସି -୧୫ର ଆଗାମୀ ଏପିସୋଡ୍‌ ଖୁବ୍‌ ସ୍ୱତନ୍ତ୍ର ହେବାକୁ ଯାଉଛି। ଜସକରଣ ସିଂହ ଏକ କୋଟି ଜିତି ଏହାର ପ୍ରଥମ ୱିନର ହୋଇଛନ୍ତି। ଏବେ ଦେଖିବାକୁ ରହିଲା ଏହି ଶୋ କଣ ଆଗାମୀ ସପ୍ତାହରେ ଇତିହାସ ରଚିବ। ଏହି ଶୋ କଣ ୭କୋଟି ଜିତିବାରେ ଏହାର ପ୍ରଥମ କୋଟିପତିକୁ ପାଇବ ? 

୧୯୯୩ରେ ସବୁଠୁ ଆକର୍ଷଣ ଥିଲା ଗୋଟିଏ ମାଙ୍କଡ଼ , ବକ୍ସି ଅଫିସରେ ପଛରେ ପଡ଼ି ଯାଇଥିଲେ ସନି-ଶାହରୁଖ

କୌନ ବନେଗା କରୋଡପତି-୧୫ ର ନୂଆ ପ୍ରୋମୋ ସାମନାକୁ ଆସିଛି , ଯେଉଁଥିରେ ପ୍ରତିଯୋଗୀ ଜ୍ୟାକପଟ୍‌ ପ୍ରଶ୍ନର ଉତ୍ତରର ଦେବାକୁ ପ୍ରୟାସ କରିବା ନଜର ଆସୁଛି। କେବିସି ହଟ୍‌ସିଟ୍‌ରେ ଶୁଭମ୍‌ ଗ୍ୟାଙ୍ଗରାଡେଙ୍କ ପରେ ଏବେ ୟୁପୀର ଜସନୀଲ କୁମାର ପହଞ୍ଚିଛନ୍ତି। ଏହି ସମୟରେ ବିଗ୍‌ ବି ଖେଳ ସହ ତାଙ୍କର ପର୍ସନାଲ ଲାଇଫ ବିଷୟରେ ବି କଥାବାର୍ତ୍ତା ହେବାର ଦେଖିବାକୁ ମିଳୁଛି। ଏହି ସମୟରେ ଜସନୀଲ ବିଗ୍‌ ବି’ଙ୍କୁ କହୁଛନ୍ତି ମୋକେ ଥଣ୍ଡା ଲାଗୁଛି । ଏତେ ଥଣ୍ଡା ଏଠାରେ ଯେ ମୋର ହାତ ବି କାମ କରୁନାହିଁ । 

ଏହି ଶୁଣିବା କ୍ଷଣି ବିଗ୍‌ ବି କହୁଛନ୍ତି , ଥଣ୍ଡାକୁ କମ୍‌ କରିବାର ଅଛି, ଏହା କୁହ ଆମକୁ , ଆମେ କରିଦେବୁ। ଏହାପରେ ଅମିତାଭ ବଚ୍ଚନ କୁହଛନ୍ତି, ଏ ଭାଇ ସାହେବ ଆମ ଲୋକ ,ତାଙ୍କୁ କୁହ ମୁଁ ଯେଉଁ ଜ୍ୟାକେଟ୍ ପିନ୍ଧି ଆସିଛି , ତାହା ନେଇ ଆସନ୍ତୁ । ଗାଡ଼ିରୁ ଆଣି ଆସ , ଘରକୁ ଯିବାକୁ ପଡ଼ିବନି। ଏହାପରେ ସେ ନିଜ ହାତରେ ତାଙ୍କୁ ନିଜ ଜ୍ୟାକେଟ ପିନ୍ଧାଉଛନ୍ତି।

ଅପେକ୍ଷା ଏବେ ସେହି ଏପିସୋଡକୁ । ପ୍ରୋମୋ ସମସ୍ତଙ୍କର ଉତ୍ସୁକତା ବଢ଼ି ଯାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.