ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ଦେବ କଟିଚକ୍ରାସନ, ଏପରି କରନ୍ତୁ ଆସନ

ଭୁବନେଶ୍ୱର ୨୩/୦୨ : ଆଜିକାଲି ଅଣ୍ଟା ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ହୋଇପଡିଲାଣି । କ୍ରମଶଃ ଏହି ସମସ୍ୟା ଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ପୂର୍ବରୁ ଏହି ରୋଗ କେବଳ ବୟସ୍କଙ୍କଠାରେ ଦେଖା ଦେଉଥିଲା । ମାତ୍ର ଏବେ ୨୦ରୁ ୩୫ ବର୍ଷ ବୟସ୍କଙ୍କଠାରେ ବି ଦେଖା ଦେଲାଣି । ଏହି ସମସ୍ୟା ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ବେଶି ଦେଖିବାକୁ ମିଳୁଛି । ଏହି ସ୍ଥିତିରେ ଥିବା ବେଳେ କୌଣସି କାମ କରିବା ସହଜ ହୁଏନା । ଅଣ୍ଟା ଯନ୍ତ୍ରଣା ଓଜନିଆ ଜିନିଷ ଉଠାଇବା, ଅଧିକ ସମୟ ଗୋଟିଏ ସ୍ଥାନରେ ବସିବା କିମ୍ବା ଭୁଲ୍‌ ଢଙ୍ଗରେ ବସିବା ବା ଶୋଇବା ଦ୍ୱାରା ଆରମ୍ଭ ହୋଇଥାଏ । ଏହା ଏକ ସାଧାରଣ ସମସ୍ୟା କିନ୍ତୁ ଧ୍ୟାନ ନ ଦେବା ଦ୍ୱାରା ଏହା ଭୟଙ୍କର ରୂପ ଧାରଣ କରିଥାଏ । କେତେକ କ୍ଷେତ୍ରରେ ଯୁବାବସ୍ଥାରେ ଅଣ୍ଟା ବିନ୍ଧା ହେବା ଦ୍ୱାରା ସ୍ପଣ୍ଡିଲାଇଟିସ୍‌ ସମସ୍ୟା ବାହାରିଥାଏ । ଅଣ୍ଟାବିନ୍ଧା ହେଉଥିଲେ ନିୟମିତ ଯୋଗାସନ କରିବା ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ଏଥିପାଇଁ ସର୍ବଶ୍ରେଷ୍ଠ ଆସନ ହେଉଛି କଟିଚକ୍ରାସନ ।

କଟିଚକ୍ରାସନ :

ଏହି ଆସନ ମୋଟାପଣକୁ କମ୍‌ କରିବାଠାରୁ ଆରମ୍ଭ କରି ମଧୁମେହକୁ ନିୟନ୍ତ୍ରଣ ମଧ୍ୟ କରିଥାଏ । ଏହି ଆସନ ଖୁବ୍‌ ସହଜ । କଟି ଚକ୍ରାସନ କରିବା ପାଇଁ ପ୍ରଥମେ ଦୁଇ ଗୋଡ ମଝିରେ ଏକ ଫୁଟ୍‌ର ଦୂରତା ରଖି ସିଧା ଠିଆ ହୋଇଯାଆନ୍ତୁ । ଏବେ ଆପଣଙ୍କ ଡାହାଣ ହାତକୁ ବାମ କାନ୍ଧ ଉପରେ ରଖନ୍ତୁ । ଏହି ସ୍ଥିତିରେ ନିଶ୍ୱାସ ନେଇ କିଛି ସମୟ ପରେ ଛାଡିବା ସହ ହାତକୁ ଧୀରେ ଧୀରେ ଡାହାଣ ଆଡକୁ ବୁଲାନ୍ତୁ । ଏଥିସହିତ ଶରୀରକୁ ମଧ୍ୟ ଡାହାଣ ଆଡକୁ ବୁଲାନ୍ତୁ । ଶରୀରକୁ ଅଣ୍ଟାରୁ ମୋଡନ୍ତୁ । ହାତକୁ ଯଥାସମ୍ଭବ ପଛକୁ ନେବାର ପ୍ରୟାସ କରନ୍ତୁ । ଡାହାଣ ଆଡକୁ ବୁଲିବା ସମୟରେ ଡାହାଣ ହାତକୁ ସିଧା ରଖି ବାମ ହାତକୁ ମୋଡନ୍ତୁ । ଏବେ ଏହି ସ୍ଥିତିରେ କିଛି ସମୟ ପାଇଁ ରୁହନ୍ତୁ । ନିଶ୍ୱାସ ନେବା ସହ ପୂର୍ବ ସ୍ଥିତିକୁ ଫେରି ଆସନ୍ତୁ । ଏହା ଅଧା ଚକ୍ର । ଏହି ଚକ୍ରକୁ ବାମ ପଟେ ମଧ୍ୟ ଦୋହରାନ୍ତୁ । ପ୍ରଥମେ ଏହି ସମ୍ପୂର୍ଣ୍ଣ ଚକ୍ରକୁ ୩ରୁ୫ ଥର କରିବାକୁ ପ୍ରୟାସ କରନ୍ତୁ । ପରେ ଧୀରେ ଧୀରେ ବଢାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.