ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଆଜିଠୁ ଖେଲୋ ଇଣ୍ଡିଆ ପାରା କ୍ରୀଡ଼ା: ଓଡ଼ିଶାରୁ ଭାଗ ନେବେ ୧୫ ଆଥଲେଟ୍‌, ପ୍ରମୋଦ ଓ ଜୟନ୍ତୀଙ୍କ ଉପରେ ନଜର

Published By : Prameya | December 10, 2023 10:37 AM

ଭୁବନେଶ୍ୱର,୧୦/୧୨: ଆଜି ନୂଆଦିଲ୍ଲୀରେ ଆରମ୍ଭ ହେବ ପ୍ରଥମ ଖେଲୋ ଇଣ୍ଡିଆ ପାରା କ୍ରୀଡ଼ା । ଏଥିରେ ଓଡ଼ିଶାରୁ ୧୫ଜଣିଆ ଦଳ ଭାଗ ନେବେ । ଓଡ଼ିଆ  ପ୍ରତିଯୋଗୀମାନେ ୩ଟି କ୍ରୀଡ଼ା ଇଭେଣ୍ଟ ଯଥା ବ୍ୟାଡ଼ମିଣ୍ଟନ,  ଆଥଲେଟିକ୍ସ ଏବଂ ଶକ୍ତିଉତ୍ତୋଳନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ପାରାଲିମ୍ପିକ୍‌ ଏବଂ ଏସୀୟ କ୍ରୀଡ଼ା ଚାମ୍ପିଅନ୍‌  ପ୍ରମୋଦ ଭଗତ, ଷ୍ଟାର୍‌ ଆଥଲେଟ୍‌  ଜୟନ୍ତୀ ବେହେରା, ସୁଚିତ୍ରା ପରିଡ଼ାଙ୍କ  ସମେତ ବ୍ୟାଡ଼ମିଣ୍ଟନ ଖେଳାଳି ଦୀପ୍‌  ରଞ୍ଜନ ବିଶୋଇଙ୍କଠୁ ପଦକ ଆଶା  କରାଯାଉଛି । 

ଓଡ଼ିଶା ଦଳର ନୂଆଦିଲ୍ଲୀ ଯାତ୍ରା ପୂର୍ବରୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା  ପାରା ଆଥଲେଟଙ୍କୁ ଭେଟିବା ସହ ଶୁଭକାମନା ଜଣାଇଥିଲେ ।  ଖେଲୋ ଇଣ୍ଡିଆ ପାରା କ୍ରୀଡ଼ାର ପ୍ରଥମ ସଂସ୍କରଣରେ ୩୨ଟି  ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସମେତ ସର୍ଭିସେସ ସ୍ପୋର୍ଟ୍ସ  କଣ୍ଟ୍ରୋଲ୍‌ ବୋର୍ଡ଼ରୁ ମୋଟ ୧୪୦୦ଜଣ ପ୍ରତିଯୋଗୀ ୭ଟି କ୍ରୀଡ଼ା  ଇଭେଣ୍ଟରେ ଭାଗ ନେବେ । 

ଓଡ଼ିଶା ଦଳ: ବ୍ୟାଡ଼ମିଣ୍ଟନ-  ପ୍ରମୋଦ ଭଗତ, ଦୀପ୍‌ ରଞ୍ଜନ ବିଷୋଇ, ନୁରୁଲ ହୋସେନ ଖାନ୍‌, ଜି ଦିଲେଶ୍ୱର ରାଓ, ଶୁଭ୍ରଜିତ ମହାରଣା³ ଆଥଲେଟ୍‌ ଜୟନ୍ତୀ ବେହେରା, ଅର୍ଜୁନ ଭତ୍ରା, ଲାଲ ପ୍ରସାଦ ସୋରେନ,  ମଙ୍ଗତ ହେମ୍ବ୍ରମ, ନିକ୍‌ଲାସ ପ୍ରଧାନ, ପଙ୍କଜ ଭୁଏ, ପ୍ରଫୁଲ୍ଲ  କୁମାର ଖଣ୍ଡାୟତରାୟ, ସୁଚିତ୍ରା ପରିଡ଼ା³ ଶକ୍ତିଉତ୍ତୋଳନ-  ଗଦାଧର ସାହୁ, ଚନ୍ଦନ କୁମାର ବେହେରା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.