କୋରାପୁଟ, ୬।୯ ଲଗାଣ ବର୍ଷା ପ୍ରଭାବରେ କୋରାପୁଟ-ରାୟଗଡା ୩୨୬ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। କୋରାପୁଟ ସଦର ବଙ୍ଗଲାଗୁଡା ନିକଟ ଅସ୍ଥାୟୀ ପୋଲ ଉପରେ ବର୍ଷାପାଣି ମାଡିବାରୁ ଯାତାୟାତ ବନ୍ଦ ରହିଛି । ଉଭୟ ପାର୍ଶ୍ଵରେ ଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳୁଛି।
ସୂଚନା ଅନୁସାରେ ଗତବର୍ଷ ଅଗଷ୍ଟ ମାସରେ ବଙ୍ଗଳା ଗୁଡ଼ା ପୋଲ ଭୁଶୁଡି ପଡିଥିଲା। ୩୨୬ନଂ ଜାତୀୟ ରାଜପଥରେ ଯାତାୟାତ ପାଇଁ ପୋଲ ନିକଟରେ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା।
ଆହୁରି ପଢନ୍ତୁ : ପାରିବାରିକ କଳହ : ୩ ବର୍ଷର ଝିଅ ବେକ କାଟିଲା ବାପା