ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଅଦାନୀ ଗ୍ରୁପର ସେୟାର ହ୍ରାସର ପ୍ରଭାବ, LIC ହରାଇଲା ୧୪୩୯ କୋଟି

ନୂଆଦିଲ୍ଲୀ, ୦୧/୦୯: ହିଣ୍ଡେନବର୍ଗ ପରେ ଓସିସିଆରପିର ରିପୋର୍ଟ ଆସିବା ପରେ ଅଦାନୀ ସମୂହର ସେୟାର ପୁଣି ଥରେ ଖସିବା ଆରମ୍ଭ କରିଛି । ଅରବପତି ଗୌତମ ଅଦାନୀଙ୍କ ପୋର୍ଟ ଟୁ ଏନର୍ଜି ଗ୍ରୁପ୍ ଷ୍ଟକରେ ହେରଫେର କରିଥିବା ନେଇ ଓସିସିଆରପି ଅଭିଯୋଗ କରିଛି । ଗୁରୁବାର ଏଭଳି ରିପୋର୍ଟ ଆସିବା ପରେ ଅଦାନୀ ସମୂହର ସେୟାର ଖସି ଚାଲିଛି ।

ଆଉ ଏହାର ପ୍ରଭାବ ପଡ଼ିଛି ଏଲ୍ଆଇସି ଉପରେ । ଅଦାନୀ ସମୂହ କମ୍ପାନୀରେ ନିବେଶ କରିଥିବା ଏଲ୍ଆଇସିର ଏମକ୍ୟାପ୍ କମିବା ସହ ଭାରତୀୟ ଜୀବନ ବୀମା ନିଗମକୁ କ୍ଷତି ହୋଇଛି । ଏଲଆଇସିକୁ ୧୪୩୯.୮ କୋଟି କ୍ଷତି ସହିବାକୁ ପଡ଼ିଛି । 

ଘରୋଇ ଗ୍ୟାସ୍ ପରେ ହ୍ରାସ ପାଇଲା ବାଣିଜ୍ୟିକ ସିଲିଣ୍ଡର ଦର 

ଗୁରୁବାର ଓସିସିଆରପିର ରିପୋର୍ଟ ଆସିବା ପରେ ଅଦାନୀ ସମୂହର ଗୋଟିଏ ଦିନରେ ୩୫ ହଜାର କୋଟି କ୍ଷତି ହୋଇଛି । ଅଦାନୀ ଗ୍ରୁପର ୬ କମ୍ପାନୀରେ ଏଲ୍ଆଇସି ବିପୁଳ ନିବେଶ କରିଛି । ତଥ୍ୟ ଅନୁସାରେ, ଏଲ୍ଆଇସି ପାଖରେ ଅଦାନୀ ପୋର୍ଟ୍ସ ଆଣ୍ଡ ସ୍ପେଶାଲ୍ ଇକୋନୋମିକର ୯.୧୨ ପ୍ରତିଶତ, ଅଦାନୀ ଏଣ୍ଟରପ୍ରାଇଜେସରେ ୪.୨୬ ପ୍ରତିଶତ, ଅଦାନୀ ଟୋଟଲ ଗ୍ୟାସ୍, ଏସିସି ଓ ଅମ୍ବୁଜା ସିମେଣ୍ଟରେ ୬ ପ୍ରତିଶତରୁ ଅଧିକ ଅଂଶଧନ ରହିଛି ।

ପ୍ରାୟ ୮ ମାସ ଭିତରେ ଦ୍ୱିତୀୟ ଥର ଲାଗି ଅଦାନୀ ଗ୍ରୁପ୍ ଉପରେ ଷ୍ଟକ୍ ହେରଫେର ନେଇ ଅଭିଯୋଗ ଆସିଛି । ଓସିସିଆରପି ପୂର୍ବରୁ ଚଳିତବର୍ଷ ଜାନୁଆରୀରେ ଆମେରିକୀୟ ରିସର୍ଚ୍ଚ କମ୍ପାନୀ ହିଣ୍ଡେନବର୍ଗ ମଧ୍ୟ ଅଦାନୀ ସମୂହ ଷ୍ଟକ ମୂଲ୍ୟରେ ହେରଫେର୍ ଏବଂ ଫ୍ରଡ୍ ଆକାଉଣ୍ଟ ନେଇ ଅଭିଯୋଗ ଆଣିଥିଲା । ତେବେ, ହିଣ୍ଡେନବର୍ଗର ଅଭିଯୋଗକୁ ଅଗ୍ରାହ୍ୟ କରି ଦେଇଥିଲା ଅଦାନୀ ସମୂହ । କର୍ତ୍ତୃପକ୍ଷ ଓସିସିଆରପିର ରିପୋର୍ଟକୁ ମଧ୍ୟ ଅଗ୍ରାହ୍ୟ କରିଛି । 

୧୮ ପ୍ରତିଶତ ବଢ଼ିଲା ATF ଦାମ, ପାର୍ବଣ ଋତୁରେ ବିମାନ ଯାତ୍ରା ମହଙ୍ଗା ହେବ

Adani Groups

Copyright © 2022 - Summa Real Media Private Limited. All Rights Reserved.